ଜଗତସିଂହପୁରରେ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

By ETV Bharat Odisha Team

Published : Jan 17, 2024, 7:37 AM IST

thumbnail

Book Fair:ଜଗତସିଂହପୁର: ଜିଲ୍ଲାରେ ଆରମ୍ଭ ହୋଇଛି ପୁସ୍ତକ ମେଳା । ଗତ ସୋମବାର ଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ ।  ପୁସ୍ତକ ମେଳାର 25 ତମ ରୌପ୍ୟ ଜୟନ୍ତୀ ସମାରୋହକୁ ବିଶିଷ୍ଟ ବାଗ୍ମୀ ତଥା ଭାଷା ତତ୍ତ୍ବବିତ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ, ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଆଜିର ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ଯୁଗରେ ମଧ୍ୟ ପୁସ୍ତକର ବିକଳ୍ପ ନାହିଁ । ତେଣୁ ଆଜିର ଯୁବପିଢ଼ିମାନେ ନିଜର ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟାରୁ ବାହାରି ପୁସ୍ତକ ମନସ୍ଥ ହେବାକୁ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ପରାମର୍ଶ ଦେଇଥିଲେ ।

ଏହି ସଭାକୁ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ କବି ତଥା ବରିଷ୍ଠ ସାମ୍ବାଦିକ ବୈଦନାଥ ପରିଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ପୁସ୍ତକ ମେଳା ପ୍ରାରମ୍ଭରେ ଝଙ୍କଡ଼ ସ୍ଥିତ ମା' ଶାରଳାଙ୍କ ପୀଠରୁ ଅଖଣ୍ଡ ଜ୍ୟୋତି ଅଣାଯାଇଥିଲା । ସଂକୀର୍ତ୍ତନ କରାଯାଇ ମା ଶାରଳାଙ୍କ ପୀଠରୁ ଅଖଣ୍ଡ ଜ୍ୟୋତି ଆସି ପୁସ୍ତକ ମେଳା ର ମଞ୍ଚ ରେ ସ୍ଥାପିତ ହେବାପରେ ପୁସ୍ତକ ମେଳା ଉଦଘାଟନ ହୋଇଥିଲା । ଏହି ପ୍ରରିପେକ୍ଷୀରେ ଜ୍ୟୋସ୍ନା କୁମାରୀ ନାୟକଙ୍କ ଦ୍ଵାରା ଲିଖିତ ପୁସ୍ତକ ବିଧଗ୍ଧ ହସ୍ତାକ୍ଷର ଉନ୍ମୋଚିତ ହୋଇଥିଲା।ପରେ ଜିଲ୍ଲାର ପ୍ରସିଦ୍ଧ ଘଟ ପାଟୁଆ ନୃତ୍ୟ ପରିବେଷଣ ହୋଇଥିଲା । ସେହିପରି ଆଜି  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଉତ୍ସବ ଉପଲକ୍ଷେ ପୁସ୍ତକ ମେଳାର ମଞ୍ଚରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ନାଟକ କ୍ଲାନ୍ତ ଗଜପତି ପରିବେଷିତ ହେବ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.