ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ

By ETV Bharat Odisha Team

Published : Jan 4, 2024, 6:53 AM IST

thumbnail

Maa Tarini Alati: କେନ୍ଦୁଝର: ଦୁଃଖ ହାରିଣୀ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମାଆ । ତାଙ୍କର ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସିଥାଏ ଘଟଗାଁ ପୀଠକୁ । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ ହୋଇଥାଏ । ଆଜି ମଧ୍ୟ ଭୋରରୁ ମାଆଙ୍କ ଆଳତୀ କରାଯାଇଛି ।  ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ମାଆ । ଘଣ୍ଟ ଘଣ୍ଟା, ଶଙ୍ଖ ନାଦ, ହୁଳହୁଳି ହରିବୋଲରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଆଧ୍ୟାତ୍ମିକ ପରିବେଶରେ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପ୍ରଭାତରୁ ପୂଜକ ଓ ସେବାୟତ ଆଳତୀ କରିଛନ୍ତି । କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ମାଆଙ୍କ ପାଖରେ ମାନସିକ କଲେ ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି ।  

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.