ଷ୍ଟଣ୍ଟମ୍ୟାନଙ୍କ ଫ୍ୟାନ ହେଲେ ବଲିଉଡ ଷ୍ଟାର ବିଦ୍ୟୁତ ଜାମୱାଲ, ଜାଣନ୍ତୁ କିଏ ସେହି ଯୁବକ

By ETV Bharat Odisha Team

Published : Jan 18, 2024, 7:16 AM IST

thumbnail

Panipat Stuntman Karan Malik: ଚଣ୍ଡିଗଡ଼: ଷ୍ଟଣ୍ଟ୍ ଦେଇଛି ପରିଚୟ । ଆଜି ଆମେ ଆପଣଙ୍କୁ ହରିୟାଣାର ଜଣେ ବ୍ୟକ୍ତିଙ୍କ ସହ ପରିଚିତ କରିବାକୁ ଯାଉଛୁ ଯାହାର ପ୍ରଶଂସକ ବଲିଉଡର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଅଟନ୍ତି । ହରିୟାଣା ପାନିପାଥର ଏକ ଛୋଟ ଗାଁ ରିସାଲୁର କରଣ ମଲ୍ଲିକ ଜଣେ ଷ୍ଟଣ୍ଟମ୍ୟାନ୍ ଭାବେ ବେଶ ପରିଚିତ । ସେ ବହୁତ ବିପଜ୍ଜନକ ଷ୍ଟଣ୍ଟ୍ ପ୍ରଦର୍ଶନ କରିଥାନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ସେ ଏକ ରିଏଲିଟି ଶୋ'ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏବେ ତାଙ୍କୁ ବଲିଉଡ଼ ତାରକା ବିଦ୍ୟୁତ ଜାମୱାଲ ଭୁରି ଭୁରି ପ୍ରଶଂସା କରିଛନ୍ତି । ବିଦ୍ୟୁତ ଜାମୱାଲ ସୋସିଆଲ ମିଡିଆରେ କରଣଙ୍କ ଭିଡିଓକୁ କମେଣ୍ଟ କରିବା ସହ ଏକ ସାକ୍ଷାତକାରରେ ମଧ୍ୟ ତାଙ୍କ ବିଷୟରେ ଉଲ୍ଲେଖ କରିଥିଲେ । ଏହାପରେ ବିଦ୍ୟୁତ ଜାମୱାଲଙ୍କୁ ଭେଟିବା ପାଇଁ ସାଇକେଲରେ ମୁମ୍ବାଇରେ ପହଞ୍ଚିଥିଲେ କରଣ । 

ଏହା ମଧ୍ୟ ପଢନ୍ତୁ...'ଗୁଣ୍ଟୁର କରମ' ସୁଟ୍ ବେଳେ ମାଇଗ୍ରେନ ଶିକାର ହୋଇଥିଲେ ମହେଶ ବାବୁ

କରଣ ଜଣେ ଚାଷୀଙ୍କ ପୁଅ । ତାଙ୍କର ପିତା ତାଙ୍କୁ ସବ୍ ଇନ୍ସପେକ୍ଟର କରିବାକୁ ଚାହୁଁଥିଲେ । ଜଣେ ଭଲ ଆଥଲେଟ୍ ହୋଇଥିଲେ ମଧ୍ୟ ସେ ଏହି ଷ୍ଟଣ୍ଟକୁ ତାଙ୍କର ହବି ଭାବରେ ବାଛି ନେଇଥିଲେ । କରଣ କହିଛନ୍ତି ଯେ, ସେ ପୂର୍ବରୁ କୁସ୍ତି କରୁଥିଲେ ଏବଂ କୁସ୍ତି ଛାଡିବା ପରେ ସେ କବାଡିରେ ଯୋଗ ଦେଇଥିଲେ । ସେ କବାଡିରେ ମଧ୍ୟ ଜଣେ ଭଲ ଖେଳାଳି ଥିଲେ, କିନ୍ତୁ ତାଙ୍କ ମନରେ କିଛି ବଡ କରିବାକୁ ଇଚ୍ଛା ଥିଲା । ତେଣୁ ସେ ଷ୍ଟଣ୍ଟକୁ ଆପଣାଇ ନେଲେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.