ପୁରୀ ବଡ଼ଦାଣ୍ଡରେ ପୁଣି ଅଗ୍ନିକାଣ୍ଡ

By

Published : May 17, 2023, 9:38 PM IST

thumbnail

ପୁରୀ: ବଡଦାଣ୍ଡରେ ପୁଣି ଅଗ୍ନିକାଣ୍ଡ। ବଳଗଣ୍ଡି ଛକ ମାଜଣା ଜାଗା ସମ୍ମୁଖରେ ଥିବା ଏକ ଘରେ ଲାଗିଲା ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇ ନଥିବା ଅଗ୍ନିଶମବାହିନୀ ସୂଚନା ଦେଇଛି । ତେବେ ନିଆଁ ଲାଗିବା ସମୟରେ ସ୍ଥାନୀୟ ଲୋକେ ପାଣି ଢାଳି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥଲେ । ମାତ୍ର ନିଆଁ ଥମିବାର ନାଁ ଧରି ନଥିଲା । ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ସଙ୍ଗେସଙ୍ଗେ ନିଆଁକୁ ଆୟତ କରିଥିଲା । ଏକ ବଡ଼ ଧରଣର ଅଗ୍ନିଆଣ୍ଡ ଟଳି ଯାଇ ଥିବାରୁ ସମସ୍ତେ ଆଶ୍ବସ୍ତ ହୋଇଛନ୍ତି  । ତେବେ ପୂର୍ବରୁ ବଡଦାଣ୍ଡରେ ଥିବା ସମ୍ରାଟ୍ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ଘଟଣା ପରେ ନିଆଁ କିପରି ଲିଭାଯିବ ସେୟନେଇ ଲୋକଙ୍କୁ ସଚେତନ କରାଇଥିଲା ବାହିନୀ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.