ମନ ମୋହୁଛି ରାମାୟଣ ଶାଢ଼ୀ, ଦେବୀ ସୀତାଙ୍କ ପାଇଁ ସ୍ବତନ୍ତ୍ର ସିଲ୍କ ବସ୍ତ୍ର, ୧୩ ଭାଷାରେ ଲେଖା ଯାଇଛି ଜୟ ଶ୍ରୀରାମ

By ETV Bharat Odisha Team

Published : Jan 16, 2024, 7:58 PM IST

Updated : Jan 16, 2024, 8:35 PM IST

thumbnail

Dharmavaram Silk Saree for Ayodhya, ଧର୍ମବରମ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଉତ୍ସବ ମୁଖର । ରାମଭକ୍ତମାନେ ନିଜ ଇଷ୍ଟଙ୍କ ଏହି ସ୍ବତନ୍ତ୍ର ଦିବସକୁ ନିଜ ଢଙ୍ଗରେ ପାଳନ କରିବାକୁ ପ୍ରୟାସ କରିଛନ୍ତି । ଭକ୍ତମାନେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ପାଇଁ ବିଭିନ୍ନ ପ୍ରକାର ଉପହାର ପଠାଉଛନ୍ତି।  ଏହି କ୍ରମରେ ଆନ୍ଧ୍ରପ୍ରଦେଶର ଧର୍ମବରମସ୍ଥିତ ହସ୍ତତନ୍ତ ବୁଣାକାର ପରିବାର ମାତା ସୀତାଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ସିଲ୍କ ଶାଢ଼ୀ।  

ଏହି ସିଲ୍କ ଶାଢ଼ୀର ଓଜନ ୧୬ କେଜି ଥିବା ବେଳେ ଲମ୍ବ ୬୦ ମିଟର ଓ ଓସାର ୪୪ ଇଞ୍ଚ । ଏହି ଶାଢ଼ୀରେ ୩୨,୨୦୦ ଥର ୧୩ଟି ଭାଷାରେ ଜୟ ଶ୍ରୀରାମ ଲେଖାଯାଇଛି । ସେହି ଭାଷାଗୁଡ଼ିକ ହେଲା ତେଲୁଗୁ , ଓଡ଼ିଆ, ତାମିଲ, ମରାଠୀ, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ମାଲାୟଲମ, ଉର୍ଦୁ ଇତ୍ୟାଦି । ଏହାସହ ଶାଢ଼ୀରେ ୧୬୮ଟି ଚିତ୍ର ବୁଣାଯାଇଛି, ଯାହା ପ୍ରଭୁ ରାମଙ୍କ ଜୀବନରେ ବିଭିନ୍ନ ଘଟଣାକ୍ରମକୁ ଦର୍ଶାଉଛି  ।  

ଏହା ମଧ୍ୟ ପଢନ୍ତୁ ... ଚର୍ଚ୍ଚାରେ ସୁରଟର ରାମଭକ୍ତଙ୍କ କାର, ଶ୍ରୀରାମଙ୍କ ସହ ରାମ ମନ୍ଦିର ହୋଇଛି ଚିତ୍ରିତ

ଏହି ଶାଢ଼ୀକୁ ନାଗାରାଜୁ ଡିଜାଇନ କରିଥିବା ବେଳେ ସୁରେନ୍ଦ୍ରନାଥ ଓ ତାଙ୍କ ପୁଅ ତେଜା ଏହାକୁ ବୁଣିଛନ୍ତି । ସେ କହିଛନ୍ତି 'ପୁରୁଷ ପୁରୁଷ ଧରି ଆମେ ଏହି ହସ୍ତତନ୍ତ ବ୍ୟବସାୟରେ ଅଛୁ । ପ୍ରଭୁ ରାମଙ୍କୁ ଉପହାର ଦେବା ପାଇଁ ଏହି ଶାଢୀର ତିଆରିରେ ୪ ମାସ ଧରି ସମୟ ଲାଗିଛି ବୋଲି କହିଛନ୍ତି ଶାଢୀ ଡିଜାଇନର ନାଗାରାଜୁ।' ସେହିପରି ବୁଣାକାର ସୁରେନ୍ଦ୍ରନାଥ କହିଛନ୍ତି ' ଅଯୋଧ୍ୟାରେ ମାତା ସୀତାଙ୍କ ପାଇଁ ଏହି ଶାଢୀ ବୁଣି ନିଜକୁ ଭାଗ୍ୟବାନ ମନେ କରୁଛୁ।'  

ଏହି ଶାଢ଼ୀରେ ସମ୍ପୂର୍ଣ୍ଣ ରାମାୟଣ ନୂଆ ଟେକନୋଲୋଜି ଜରିଆରେ ଚିତ୍ରିତ ହୋଇଥିବା ବେଳେ ଏହାର ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି । ସେହିପରି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ବୁଣାକାରଙ୍କ ପରିବାର ଏହାକୁ ନେଇ ଅଯୋଧ୍ୟାରେ ଭେଟି ଦେବେ ବୋଲି ସୂଚନା ମିଳିଛି  ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 16, 2024, 8:35 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.