ପ୍ରଭୁ ରାମଲାଲାଙ୍କ ପାଇଁ ୧୨୬୫ କେଜିର ଲଡୁ

By ETV Bharat Odisha Team

Published : Jan 17, 2024, 10:34 PM IST

thumbnail

ହାଇଦ୍ରାବାଦ:  ଆସନ୍ତା ୨୨ ଜାନୁଆରୀ ରେ ଅଯୋଧ୍ୟା ରେ ପ୍ରଭୁ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ  । ଏହାକୁ ନେଇ ସାରା ଭାରତ ବର୍ଷ ରେ କୋଣ ଅନୁକୋଣେ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି । ବିଭିନ୍ନ ଭକ୍ତ ମାନେ ନିଜ ନିଜ ଢଙ୍ଗରେ ପ୍ରଭୁଙ୍କ ଉଦେଶ୍ୟରେ ନାନା ବିଧ ଉପହାର ପଠାଇବା ସହ ସେବା ମଧ୍ୟ କରୁଛନ୍ତି  । ଏହି କ୍ରମରେ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ ପ୍ରସ୍ତୁତ ହୋଇଛି ୧୨୬୫ କିଲୋଗ୍ରାମର ସ୍ବାଦିଷ୍ଟ ଲଡୁ । ଏଥିରେ 'ଜୟ ଶ୍ରୀରାମ' ଲେଖା ଯାଇଛି । 

ଏହା ମଧ୍ୟ ପଢନ୍ତୁ ... ଚର୍ଚ୍ଚାରେ ସୁରଟର ରାମଭକ୍ତଙ୍କ କାର, ଶ୍ରୀରାମଙ୍କ ସହ ରାମ ମନ୍ଦିର ହୋଇଛି ଚିତ୍ରିତ

ହାଇଦ୍ରାବାଦ ର ମିଠା କାରିଗର ଦୁଃଶାସନ ମଣ୍ଡଲ ଏହି ଲଡୁ କୁ ପ୍ରସ୍ତୁତ କରିଛନ୍ତି  । ଏହାକୁ ୩୬ ଜଣ କାରିଗର ମିଶି ତିଆରି କରିଥିବା ବେଳେ ଏଥିପାଇଁ ୩୬ ଘଣ୍ଟା ର ସମୟ ଲାଗିଛି  । ଏହି ବୃହତ ଲଡୁ ତିଆରିରେ ଚିନି, ବେସନ, ଘିଅ , କାଜୁ ,ତେଲ , ବାଦାମ, ପିସ୍ତା, ଜାଫ୍ରନ , ଅଳେଇଚ ଭଳି ନାନା ଦ୍ରବ୍ୟ ବ୍ୟବହୃତ ହୋଇଛି  । ଏହି ଲଡୁକୁ ଅଯୋଧ୍ୟା ରାମ ମନ୍ଦିରକୁ ଅର୍ପଣ ଉଦେଶ୍ୟରେ ଏକ ରେଫ୍ରିଜିରେଟର ଗ୍ଲାସ ବକ୍ସରେ ବନ୍ଦ କରି ପଠାଯାଇଛି  । ଏହି ଲଡୁକୁ ଶ୍ରୀରାମ କ୍ୟାଟେରିଙ୍ଗ ସର୍ଭିସେସ ତିଆରି କରିଛି  । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.