ଗୋଣ୍ଡ ସମାଜର ଇଷ୍ଟଦେବ ଜଙ୍ଘା ବଡ଼ଦେଓଙ୍କୁ କାନ୍ଧରେ ବୋହି ନାଚିଲେ ବିଧାୟିକା ଦୀପାଳି

By ETV Bharat Odisha Team

Published : Jan 20, 2024, 9:31 PM IST

thumbnail

Jangha Bada Deo Puja:ଝାରସୁଗୁଡ଼ା: ଖୁବଶୀଘ୍ର ନିର୍ମାଣ ହେବ ଗୋଣ୍ଡ ସମାଜର ଇଷ୍ଟ ଦେବ ଜଙ୍ଘା ବଡ଼ଦେଓଙ୍କ ମନ୍ଦିର । ରାଜ୍ୟ ସରକାର ମୋହର ମାରିବା ପରେ ଖୁସିରେ ମସଗୁଲ ହେଲେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲଇକେରା ବ୍ଲକବାସୀ । ବାପାଙ୍କ ଅବର୍ତ୍ତମାନରେ ଗୋଣ୍ଡ ସମାଜର ଇଷ୍ଟ ଦେବ ଜଙ୍ଘା ବଡ଼ ଦେଓଙ୍କୁ କାନ୍ଧରେ ବୋହି ନାଚିଲେ ବିଧାୟିକା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଜୟପୁର ଷ୍ଟେଟ ଅନ୍ତର୍ଗତ ଏହି ସମ୍ପ୍ରଦାୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ପ୍ରଚେଷ୍ଟା ଫଳରେ ଆଜି ଏହି ମହତ କାର୍ଯ୍ୟ ହେଉଛି ବୋଲି କହିଛନ୍ତି ।  

ଆଜି ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲଇକେରା ବ୍ଲକର ମୟୁରଡିମା ଠାରେ ଗୋଣ୍ଡ ସମାଜର ଇଷ୍ଟ ଦେବ ଜଙ୍ଘା ବଡ଼ ଦେଓଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଏହି ପୂଜା ଅନୁଷ୍ଠିତ ହୁଏ ଏବଂ ବିଧାୟିକା ତାଙ୍କ ବାପାଙ୍କ ସହ ଏଠାକୁ ଆସି ପୂଜାରେ ଯୋଗ ଦେଇଥାନ୍ତି । କିନ୍ତୁ ଆଜି ବାପା ନାହାନ୍ତି ତାଙ୍କ କଥା ମନେ ପଡେ ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ । କେବଳ ସେତିକି ନୁହେଁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ସ୍ବର୍ଗତ ନବ କିଶୋର ଦାସ ଏହି ଅଞ୍ଚଳକୁ ଆସି ଗୋଣ୍ଡ ସମାଜର ଇଷ୍ଟ ଦେବ ଜଙ୍ଘା ବଡ଼ ଦେଓଙ୍କ ପୂଜା ଅର୍ଚ୍ଚନା କରୁଥିଲେ । ନିଜ କାନ୍ଧ ଉପରେ ଇଷ୍ଟ ଦେବ ଜଙ୍ଘା ବଡ଼ ଦେଓଙ୍କୁ ବୋହି ନୃତ୍ୟ କରୁଥିଲେ । ତେବେ ନବ ଦାସଙ୍କ ଅବର୍ତ୍ତମାନରେ ତାଙ୍କର ଏହି କାର୍ଯ୍ୟକୁ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ତୁଲାଇଛନ୍ତି । ଉଭୟେ ଇଷ୍ଟ ଦେବ ଜଙ୍ଘା ବଡ଼ ଦେଓଙ୍କୁ ନିଜ କାନ୍ଧ ଉପରେ ବୋହି ନୃତ୍ୟ କରିଥିଲେ । ଏଭଳି ଦୃଶ୍ୟ ଦେଖି ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ବେସ ଉତ୍ସାହିତ ହୋଇ ଉଠିଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.....ଗୋଣ୍ଡ ସମାଜର ଅତୁଟ ବିଶ୍ୱାସ, ପ୍ରଭୁ ଜଗନ୍ନାଥଙ୍କ ଅଂଶ ଜଙ୍ଘା ଦେବ

ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଇଷ୍ଟ ଦେବ ଜଙ୍ଘା ବଡ଼ ଦେଓଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦାବି କରାଯାଇଥିଲା । ତେବେ କିଛି ମାସ ପୂର୍ବରୁ ଝାରସୁଗୁଡ଼ା ଗସ୍ତରେ ଆସିଥିଲେ 5T ଚେୟାରମ୍ୟାନ ଭିକେ ପାଣ୍ଡିଆନ । ଏହି ସମୟରେ ପାଣ୍ଡିଆନ ଏହି ଦାବି ଉପରେ ସ୍ବୀକୃତି ପ୍ରଦାନ କରି ପ୍ରାୟ ୧ କୋଟି ଟଙ୍କାର ବ୍ୟୟ ବରାଦରେ ଇଷ୍ଟ ଦେବ ଜଙ୍ଘା ବଡ଼ ଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାହା ନିଶ୍ଚିତ ଭାବରେ ପୁରଣ କରାହେବ ବୋଲି କୁହାଯାଇଥିଲା । ଏବେ ଏହି ଦିଗ ଉପରେ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଆଜି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.