Panchayat Polls: ହାତରେ ଆଉ ଅଳ୍ପ ସମୟ, କମ୍ପୁଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ

By

Published : Feb 14, 2022, 10:45 AM IST

Updated : Feb 3, 2023, 8:11 PM IST

thumbnail

ବ୍ରହ୍ମପୁର: ରାଜ୍ୟରେ ଆଉ ଦିନକ ପରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏ ନେଇ ଆଜି ପ୍ରଚାରର ଶେଷ ଦିନ । ହାତରେ ଆଉ ମାତ୍ର କିଛି ଘଣ୍ଟା ଥିବାରୁ ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ହୋଇଛି । ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ ଶେଷ ପର୍ଯ୍ୟାୟର ପ୍ରଚାରରେ ଘରକୁ ଘର ଗ୍ରାମରୁ ଗ୍ରାମକୁ ବୁଲି ପ୍ରଚାର କରିଛନ୍ତି ପ୍ରାର୍ଥନୀ ମାନେ । ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ସ୍ବପ୍ନା ସେଠୀ ଏବଂ ସମିତିସଭ୍ୟା ପଦବୀ ପାଇଁ ସଙ୍ଗୀତା ସାବତ ନିଜର ପଞ୍ଚାୟତ ବାସିନ୍ଦା ଓ ମହିଳା ମାନଙ୍କ ସହ ପ୍ରଚାର ଜାରି ରଖିଛନ୍ତି । ରାଜ୍ୟର ଏକ ଶ୍ରେଷ୍ଠ ପଞ୍ଚାୟତ ଭାବରେ ଶାସନ ଆମ୍ବଗା ପଞ୍ଚାୟତକୁ କରିବା ପାଇଁ ନିଜର ଆଗାମୀ ଦିନରେ ଉଦ୍ୟମ ଜାରି ରଖିବେ ବୋଲି ଇଟିଭି ଭାରତ ସହ ଆଲୋଚନା ସମୟରେ କହିଛନ୍ତି ପ୍ରାର୍ଥନୀମାନେ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.