ପୌର ଫାଇଟ: କୁଚିଣ୍ଡାରେ ଶେଷ ପ୍ରତିଶ୍ରୁତି ଦେଲେ ପୌର ପ୍ରାର୍ଥୀ

By

Published : Mar 22, 2022, 10:27 PM IST

Updated : Feb 3, 2023, 8:20 PM IST

thumbnail

ସମ୍ବଲପୁର: ପୌର ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର । ଶେଷ ଦିନରେ କୁଚିଣ୍ଡାରେ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର ହୋଇଥିଲା । 11 ୱାର୍ଡ ବିଶିଷ୍ଟ କୁଚିଣ୍ଡା NACର 11668 ଜଣ ଭୋଟର ମତ ସାବ୍ୟସ୍ତ କରିବେ। ଏଥିପାଇଁ ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ । ପାନୀୟ ଜଳ, ରାସ୍ତାଘାଟ, ଘରଡିହ ପଟ୍ଟା ପ୍ରଦାନକୁ ଉଭୟ ବିଜେପି ଓ ବିଜେଡି ପ୍ରମୁଖ ମୁଦ୍ଦା କରି ପ୍ରଚାର କରିଛନ୍ତି । ଗତଥର କୁଚିଣ୍ଡା NACରେ ବିଜେଡି ବାଜିମାତ କରିଥିବା ବେଳେ ଏଥର ବିଜେଡିକୁ ବିଜେପି କଡା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି । ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.