ପିପିଲି ଉପନିର୍ବାଚନ: କ’ଣ ରହିଛି ଭୋଟରଙ୍କ ମୁଡ ? ଦେଖନ୍ତୁ

By

Published : Sep 25, 2021, 6:45 PM IST

thumbnail

ପୁରୀ: ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମହଲରେ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ଉପନିର୍ବାଚନ ଜିତିଲେ ନିର୍ବାଚନ ମଣ୍ଡଳୀର ବିକାଶ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳ । ତେବେ ବିଭିନ୍ନ ଦଳ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଥିବାବେଳେ ପିପିଲି ନିର୍ବାଚନମଣ୍ଡଳୀ ଭୋଟର ଏଥର କାହାକୁ ଜନାଦେଶ ଦେବେ ସେ ନେଇ କଳ୍ପନାଜଳ୍ପନା ଲାଗିରହିଛି। ସ୍ବର୍ଗତ ପ୍ରଦୀପ ମହରଥୀଙ୍କ ଗଡ଼ ବିଜେଡି କବଜା କରିବାରେ ସଫଳ ହେବ ନା ବିଜେପି ଏଥର ଜିତିବ ସେ ନେଇ ଚର୍ଚ୍ଚା ଲାଗିରହିଛି। ପିପିଲି ଓ ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ କୃଷି, ରାସ୍ତାଘାଟ , ଚାନ୍ଦୁଆ ଶିଳ୍ପରେ ଅଵନତି, ଫନି ବାତ୍ୟା ପରବର୍ତ୍ତୀ ସହାୟତାରେ ବ୍ୟାପକ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଭୋଟର କ୍ଷୁବ୍ଧ ଥିବାବେଳେ ଏଥର ନିର୍ବାଚନକୁ ନେଇ ପିପିଲି ନିର୍ବାଚନମଣ୍ଡଳୀ ଭୋଟରଙ୍କ କଣ ମୁଡ଼ ରହିଛି ଏନେଇ ଇଟିଭି ଭାରତ ଟିମ ପିପିଲି ନିର୍ବାଚନ ମଣ୍ଡଳୀ ଭୋଟରଙ୍କୁ ଭେଟି ମତାମତ ନେଇଛି ଇଟିଭି ଭାରତ ଟିମ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.