Panchayat Election: ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ

By

Published : Jan 29, 2022, 8:45 PM IST

thumbnail

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ରାଜନିତୀର ଉଷ୍ମତା । କିଏ ଜିତିବ କିଏ ହାରିବ ତାକୁ ନେଇ ଚାଲିଛି ଚର୍ଚ୍ଚା । ଏପଟେ ଭୋଟରଙ୍କୁ ମନାଇବା ପାଇଁ ଲାଗି ପଡିଛନ୍ତି ପ୍ରାର୍ଥୀ । ତେବେ ଭୋଟରଙ୍କୁ ମନେଇବା ପାଇଁ କିଏ କେଉଁ ପନ୍ଥା ଆପଣେଇବେ ପ୍ରାର୍ଥୀ ତାକୁ ନେଇ କରୁଛନ୍ତି କସରତ୍ । ସେହିଭଳି କେଉଁ ମୁଦ୍ଦାକୁ ନେଇ ନିର୍ବାଚନ ଲଢିବେ ଓ କିଭଳି ବିପକ୍ଷ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜିମାତ୍ କରିବେ ତାକୁ ନେଇ କରୁଛନ୍ତି ରଣକୌଶଳ । ଏପଟେ ଭୋଟର ସଚେତନ । ଗାଁର ଥିବା ପ୍ରମୁଖ ସମସ୍ୟା ରାସ୍ତା ଘାଟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବ୍ୟବସ୍ଥା, ଗାଁ ପରିମଳ, ଗରିବ ବ୍ୟକ୍ତିଙ୍କ ପାଇଁ ଭତ୍ତା, ବାସଗୃହ ପ୍ରଦାନରେ ଯେଉଁ ପ୍ରାର୍ଥୀ ସହଯୋଗ କରିବା ସହ ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବୁ ବୋଲି କହିଛନ୍ତି ଭୋଟର । ଏନେଇ ଗଞ୍ଜୁଗୁଡା ପଞ୍ଚୟତର ଭୋଟରଙ୍କ ମୁଡ କଣ ରହିଛି ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ସଞ୍ଜୟ ପାତ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.