କଟକ ରାଜରାସ୍ତାରେ ରିକ୍ସା ଚଳାଇଲେ ଓଡ଼ିଆ ସୁପରଷ୍ଟାର, ଜାଣନ୍ତୁ କାରଣ

By ETV Bharat Odisha Team

Published : Oct 20, 2023, 12:42 PM IST

thumbnail

କଟକ : ବଡ ପରଦାରେ ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'କଟକ: ଶେଷ ରୁ ଆରମ୍ଭ' । ଏହାରି ମଧ୍ୟରେ ଫିଲ୍ମର ଜୋରଦାର ପ୍ରମୋସନ କରିଛନ୍ତି ଫିଲ୍ମର ପୁରା ଟିମ୍ । ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମାହାପାତ୍ରଙ୍କ ଫିଲ୍ମ 'କଟକ: ଶେଷ ରୁ ଆରମ୍ଭ' ଆଜି ଆର୍ଥାତ୍ ଅକ୍ଟୋବର ୨୦ରେ ରିଲିଜ ହୋଇଛି । ତେବେ ଏହି ସମୟରେ କଟକରେ ରିକ୍ସା ଚଳାଇ ଚର୍ଚ୍ଚାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଫିଲ୍ମ ଆଜି ରିଲିଜ୍‌ ହୋଇଥିବା ବେଳେ ଫିଲ୍ମର ଜୋରଦାର ପ୍ରମୋସନ ଲାଗିପଡିଛନ୍ତି ଫିଲ୍ମର ସମସ୍ତ ଷ୍ଟାର । ତେବେ ଏହି ସମୟରେ କଟକରେ ନିଆରା ଢଙ୍ଗରେ ଫିଲ୍ମର ପ୍ରମୋସନ କରିଛନ୍ତି ଫିଲ୍ମର ପୁରା ଟିମ୍। ସୁପରଷ୍ଟାର ସିଦ୍ଧାନ୍ତ ରିକ୍ସା ଚାଳକଙ୍କୁ ରିକ୍ସାରେ ବସାଇ ନିଜେ ରିକ୍ସା ଚଳାଇଛନ୍ତି । ଏଥିସହିତ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଦେବାଶିଷ, ଅଭିନେତ୍ରୀ ପୁନମ୍‌ଙ୍କ ସମେତ ପୁରା ଫିଲ୍ମର ଟିମ୍ ରିକ୍ସାରେ କଟକ ସହର ବୁଲି ଫିଲ୍ମକୁ ପ୍ରମୋସନ କରିଛନ୍ତି । ଏହି ସମୟରେ ଫ୍ୟାନ୍ସମାନେ ମଧ୍ୟ ଅଭିନେତା ଅଭିନେତ୍ରୀଙ୍କ ଦେଖିବାକୁ ଭିଡ଼ ଜମାଇଥିଲେ । ଏଥିସହ ଅନେକ ଫ୍ୟାନ୍ସ ନିଜ ଷ୍ଟାର ମାନଙ୍କ ସହ ସେଲ୍ଫି ମଧ୍ୟ କ୍ଲିକ୍‌ କରିଥିଲେ ।  

ବକ୍ସି ବଜାରରୁ ଆରମ୍ଭ ହୋଇଥିବା ଏହି ଫିଲ୍ମ ପ୍ରମୋସନ ଶୋଭାଯାତ୍ରା ବାହାରି ଚାନ୍ଦିନୀ ଚୌକ ଠାରେ ଶୋଷ ହୋଇଥିଲା । ସୂଚନା ଥାଉ କି, ପୂର୍ବରୁ ଚାନ୍ଦିନୀଚୌକ ଠାରେ ଏହି ଫିଲ୍ମର ଗୀତ ମଧ୍ୟ ଉନ୍ମୋଚିତ କରାଯାଇଥିଲା । ତେବେ ଷ୍ଟାର୍‌ମାନଙ୍କ ଏହି ନିଆରା ଫିଲ୍ମ ପ୍ରମୋସନ ଶୈଳୀକୁ ଲୋକେ ବେଶ ପସନ୍ଦ କରିଛନ୍ତି । ଏବଂ ଫିଲ୍ମ ମଧ୍ୟ ଆଜି ରିଲିଜ ହୋଇଥିବା ବେଳେ ଏହା ଦର୍ଶକଙ୍କ ମନକୁ ଛୁଇଁବା ସହ ଦଶହରା ଉତ୍ସବର ମାହୋଲକୁ ଦ୍ବିଗୁଣିତ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମର ଟିମ୍ । 

ଏହା ମଧ୍ୟ ପଢନ୍ତୁ: ଭୋଟରଙ୍କ କାହାଣୀ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭୋଟ ଦେବା କୋଉଠି'

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.