ଖରାଠାରୁ ବଳି ଯାଉଛି ବିଦ୍ୟୁତ କାଟ ସମସ୍ୟା, ସରକାରଙ୍କ ଉପରେ ଗର୍ଜିଲା ବିଜେପି

By

Published : Jun 19, 2023, 5:50 PM IST

Updated : Jun 19, 2023, 6:22 PM IST

thumbnail

ନିଆଳି: ଗୋଟିଏ ପଟେ ମୁଣ୍ଡଫଠା ଖରାରେ ଲୋକେ ଆଉଟୁ ପାଉଟୁ ଅନ୍ଯପଟେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ ହନ୍ତସନ୍ତ । ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି । ବିଦ୍ୟୁତ ବିଭାଗର ମନମୁଖୀ କାମ ପାଇଁ ଜିଲ୍ଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକମାନେ ବହୁ ଦିନ ଧରି ବିଜୁଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ତାପମାତ୍ରା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଉଥିବା ଅଭିଯୋଗ ହୋଇଛି । 

ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ ସ୍ଵାଭାବିକ ପରିସ୍ଥିତି ଆସିବା ପାଇଁ ୨୪ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା ବେଳେ ଲୋ' ଭୋଲ୍ଟେଜ ସମସ୍ୟା ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଏଥିରେ ସୁଧାର ଆସୁ ପାରୁନାହିଁ । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି ବିଜେପି । ବିଦ୍ୟୁତ କାଟ ସମସ୍ୟା ପ୍ରତିବାଦରେ ବାଲିପାଟଣା ବିଜେପି ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
 

ଇଟିଭି ଭାରତ ନିଆଳି

Last Updated : Jun 19, 2023, 6:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.