ବିଦ୍ୟୁତ ପଲିଟିକ୍ସ: ଅଘୋଷିତ ବିଦ୍ୟୁତ କାଟ ନେଇ ସରକାରଙ୍କୁ ଘେରିଲା ବିଜେପି

By

Published : Jun 15, 2023, 9:46 PM IST

thumbnail

ଭବାନୀପଟଣା: ଜୋର ଧରିଲା ବିଦ୍ୟୁତ ବିଭ୍ରାଟ ବିରୋଧରେ ଆନ୍ଦୋଳନ । ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି । ବିଦ୍ୟୁତ ବିଭାଗର ମନମୁଖୀ କାମ ପାଇଁ ଜିଲ୍ଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକମାନେ ବହୁ ଦିନ ଧରି ବିଜୁଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ତାପମାତ୍ରା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଉଥିବା ଅଭିଯୋଗ ହୋଇଛି। 

ବିଦ୍ୟୁତ କାଟ ନେଇ ବିରୋଧୀ ଏବେ ସରକାରକୁ ଘେରିବାରେ ଲାଗିଛି। ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ ସ୍ଵାଭାବିକ ପରିସ୍ଥିତି ଆସିବା ପାଇଁ ୨୪ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା ବେଳେ ଲୋ' ଭୋଲ୍ଟେଜ ସମସ୍ୟା ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଏଥିରେ ସୁଧାର ଆସୁ ପାରୁନାହିଁ । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି ବିଜେପି । ଆଜି କଳାହାଣ୍ଡି ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଧର୍ମଗଡ ସ୍ଥିତ ଟାଟା ପାୱାର ଅଫିସ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.