ULB Polls: କିଏ ମାରିବ କଟକ ବାଜି ? ବିଜେପି-ବିଜେଡି ବାକ୍ ଯୁଦ୍ଧ

By

Published : Mar 24, 2022, 4:04 PM IST

Updated : Feb 3, 2023, 8:20 PM IST

thumbnail

କଟକ: ସହରରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ସହରର 449ଟି ବୁଥରେ ଜାରି ରହିଛି ପୌର ନିର୍ବଚନ । ତେବେ କଟକରେ ଚଳିତବର୍ଷ ବିଜେପି ହିଁ ମାରିବ ବାଜି । ଉଭୟ ମେୟର ଓ କର୍ପୋରେଟର ପଦବିରେ ବାଜିମାତ କରିବ ଭାରତୀୟ ଜନତା ପାର୍ଟି । କାରଣ ବିଜେପି ହେଉଛି କଟକର ଆତ୍ମା । ଲୋକଙ୍କ ସହ ଅଛି ଓ ସର୍ବଦା ରହିବ । ଏହାଛଡ଼ା ଦେଶରେ ବିଜେପିର ପ୍ରଭାବ ଅନ୍ୟପଟେ ରାଜ୍ୟରେ ବିଜୁ ଜନତା ଦଳର ଅପାରଗତାକୁ ଲୋକେ ଭଲ ଭାବରେ ଜାଣିଛନ୍ତି। ଏକଥା କହିଛନ୍ତି ବିଜେପି ବରିଷ୍ଠ ନେତା ନୟନ ମହନ୍ତି । ଅନ୍ୟପଟେ ଏହି ପ୍ରତିକ୍ରିୟାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଦଳର ପ୍ରଦର୍ଶନ ପଞ୍ଚାୟତ ନିର୍ବାଚନରେ ଜଣାପଡିଛି । ତେବେ ପୌର ନିର୍ବାଚନରେ ମଧ୍ୟ ସମାନ ଦୃଶ୍ୟ ସମ୍ନାକୁ ଆସିବ । କାରଣ ଲୋକେ ଜାଣିଛନ୍ତି ନବୀନ ସରକାର ବିକାଶ ଧାରାକୁ କେତେ ଆଗକୁ ନେଇଛନ୍ତି ବୋଲି ବିଜେଡି ଦାବି କରିଛି। ତେଣୁ ଏହାକୁ ନଜରରେ ରଖି ଦଳ ଏକ ତରଫା ବିଜୟ ହାସଲ କରିବ ବୋଲି କହିଛନ୍ତି ଚୌଦ୍ୱାର ବିଧାୟକ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.