Block Chairman Election: ମାଲକାନଗିରିରେ ସମସ୍ତ ବ୍ଲକ ହାତେଇଲା ବିଜେଡି

By

Published : Mar 13, 2022, 11:26 AM IST

Updated : Feb 3, 2023, 8:19 PM IST

thumbnail

ମାଲକାନଗିରି: ଶେଷ ହୋଇଛି ପଞ୍ଚାୟତ ସମିତିର ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ମାଲକାନଗିରିରେ ମୋଟ 7ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ତେବେ ଜିଲ୍ଲାର ସମସ୍ତ ଆସନକୁ ପୋଛି ନେଇଛି ବିଜେଡି। ମାଲକାନଗିରି ସଦର ବ୍ଲକରେ ବିଜେଡି ପ୍ରାର୍ଥୀ ଗୌରୀ ପଡିଆମି ବିଜୟ ହାସଲ କରିଛନ୍ତି। ମାଥିଲି ବ୍ଲକରେ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକଙ୍କ ପୁଅ ମହେସ୍ ବାକା ଅଧକ୍ଷ ପଦ ହାତେଇଛନ୍ତି। ସେହିଭଳି ଖଇରପୁଟ ବ୍ଲକରେ ବିଘ୍ନେଶ୍ବର କିର୍ସାନି, ଚିତ୍ରକୁଣ୍ଡା ବ୍ଲକରେ ରାଜଶ୍ରୀ ଖିଲ, କୋରକୁଣ୍ଡା ବ୍ଲକରେ ଜିତୁ ବୁରୁଦି,କାଲିମେଳା ବ୍ଲକରେ ସୁଵାସିନୀ ସୋଡି ଓ ପଡିଆ ବ୍ଲକରେ ଜମୁନା ମୁଛାକି ବ୍ଲକ ଅଧ୍ୟକ୍ଷ ପଦ ଅକ୍ତିଆର କରିଛନ୍ତି । ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.