ଅଯୋଧ୍ୟାରେ ରାମଲାଲା; ଦିଆସିଲି କାଠିରେ ରାମ ମନ୍ଦିର ନିର୍ମାଣ କଲେ ଯୁବଶିଳ୍ପୀ

By ETV Bharat Odisha Team

Published : Jan 20, 2024, 10:14 AM IST

thumbnail

ପୁରୀ: ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି । ପୁରୀର ଯୁବଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ଅଯୋଧ୍ୟା ରାମ ମନ୍ଦିରର ଏକ ଚମତ୍କାର ପ୍ରତିକୃତି ତିଆରି କରିଛନ୍ତି । ଏହି ପ୍ରତିକୃତି ନିର୍ମାଣ ପାଇଁ ସେ ମୋଟ ୯୩୬ ଦିଆସିଲି କାଠି ବ୍ୟବହାର କରିଛନ୍ତି । ମନ୍ଦିରର ପରିମାପ ୭ ସେଣ୍ଟିମିଟର ଓସାର ଏବଂ ୧୪ ସେଣ୍ଟିମିଟର ଲମ୍ବ ରହିଛି । ଏହି ଚମତ୍କାର ପ୍ରତିକୃତି ସହିତ ରାମ ମନ୍ଦିର ପ୍ରତିଷ୍ଠା ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶାଶ୍ବତ । ଯୁବଶିଳ୍ପୀ ଶାଶ୍ବତ ପୂର୍ବରୁ ଦିଆସିଲି କାଠିରେ ଅନେକ କଳାକୃତି କରିଛନ୍ତି । ଏଥିପାଇଁ ସେ ଅନେକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ଶାଶ୍ବତ ସବୁବେଳେ ସମାଜକୁ ତାଙ୍କ କଳାକୃତି ଦ୍ବାରା ସଚେତନତାର ବାର୍ତ୍ତା ଦେଇଥାଆନ୍ତି । ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ହେବ । ଏହା ପୂର୍ବରୁ ମନ୍ଦିରରେ ପ୍ରତିଷ୍ଠା ହେବାକୁ ଥିବା ଭଗବାନ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିର ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ରାମଲାଲାଙ୍କ ଶ୍ରୀମୁଖ ଦର୍ଶନ କରିବାର ସୌଭାଗ୍ୟ ଲାଭ କରୁଛନ୍ତି ଦେଶବାସୀ । ଏଥିପାଇଁ ସବୁଠି ଭକ୍ତିମୟ ପରିବେଶ ରହିଛି । ସମଗ୍ର ଦେଶ ଏହି ଅଯୋଧ୍ୟା ମହୋତ୍ସବକୁ ଉତ୍ସାହର ସହ ଅପେକ୍ଷା କରିଥିବାବେଳେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ପଛରେ ରହିନାହାନ୍ତି ପୁରୀର ଏହି ଯୁବଶିଳ୍ପୀ । ଦିଆସିଲି କାଠିରେ ଚମତ୍କାର ପ୍ରତିକୃତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଯୁବଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ।  

ଏହା ମଧ୍ୟ ପଢନ୍ତୁ...ଉତ୍ସବ ମୁଖର ଅଯୋଧ୍ୟାନଗରୀ, ୧୦୮ ଫୁଟ୍ ଧୂପକାଠିରେ ଅଗ୍ନି ସଂଯୋଗ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.