World Sleep Day: ନିଦ୍ରାହୀନତା ଏକ ରୋଗ ନୁହେଁ, ଅନେକ ରୋଗର କାରଣ
Published: Mar 17, 2023, 10:49 AM


World Sleep Day: ନିଦ୍ରାହୀନତା ଏକ ରୋଗ ନୁହେଁ, ଅନେକ ରୋଗର କାରଣ
Published: Mar 17, 2023, 10:49 AM
ନିଦ୍ରାହୀନତା କେବଳ ଶାରୀରିକ ସମସ୍ୟା ସୃଷ୍ଟି କରେନି ଏହା ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଏ । ଏଥିପାଇଁ ଗୁଣାତ୍ମକ ନିଦର ଆବଶ୍ୟକତା ରହିଛି ବୋଲି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ ହେଉଛି ବିଶ୍ବ ନିଦ୍ରା ଦିବସ ବା ୱାର୍ଲ୍ଡ ସ୍ଲିପ୍ ଡେ' । ଅଧିକ ପଢନ୍ତୁ
ହାଇଦ୍ରାବାଦ: ପର୍ଯ୍ୟାପ୍ତ ଶୋଇବା ଆମ ଶରୀର ପାଇଁ ବେଶ୍ ଆବଶ୍ୟକ । ନିଦ୍ରାହୀନତା ଏକ ରୋଗ ନ ହେଲେ ମଧ୍ୟ ଅନେକ ରୋଗର କାରଣ ବୋଲି ବିବେଚନା କରାଯାଏ । ଏନେଇ ଅନୁସନ୍ଧାନରୁ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ, ଖରାପ ଗୁଣାତ୍ମକ ନିଦ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଗୁରୁତର ରୋଗ ଏବଂ ସମସ୍ୟା ସୃଷ୍ଟି କରିପାରେ । କେବଳ ଆମର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଭଲ ନିଦ ଆବଶ୍ୟକ ନୁହେଁ, ଏହା ମନକୁ ଖୁସି ଏବଂ ଶାନ୍ତ ରଖିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ବର୍ତ୍ତମାନ, ଅନେକ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କାରଣରୁ, ସାରା ବିଶ୍ୱରେ ଲୋକଙ୍କ ଶୋଇବା ଗୁଣ ଖୁବ୍ ପ୍ରଭାବିତ ହେଉଛି । ଏନେଇ ଲୋକଙ୍କୁ ସଚେତନ କରାଇବା ଏବଂ ସ୍ବାସ୍ଥ୍ୟ ପ୍ରତି ନିଦର ଆବଶ୍ୟକତା ବାବଦରେ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 17ରେ "ବିଶ୍ୱ ନିଦ୍ରା ଦିବସ" ୱାର୍ଲ୍ଡ ସ୍ଲିପ୍ ଡେ' ଆୟୋଜନ କରାଯାଉଛି ।
ବିଶ୍ୱ ନିଦ୍ରା ଦିବସରେ ବିଶେଷତା
ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅଧିକାଂଶ ଲୋକ ବିଭିନ୍ନ କାରଣରୁ ସଠିକ୍ ପରିମାଣ ଏବଂ ଭଲ ଗୁଣାତ୍ମକ ନିଦ ପାଇବାକୁ ସକ୍ଷମ ନୁହଁନ୍ତି । ଖରାପ ଜୀବନଶୈଳୀ, ରୋଗ ଏବଂ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାର ଏକ ମୁଖ୍ୟ କାରଣ ଖରାପ ନିଦ ବୋଲି ବିଶେଷଜ୍ଞମାନେ ବିବେଚନା କରନ୍ତି । ଭଲ ନିଦ୍ରାର ଆବଶ୍ୟକତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ସାଧାରଣ ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଗୁଣାତ୍ମକ ନିଦର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରନ୍ତି ।
ବିଶ୍ୱ ନିଦ୍ରା ଦିବସର ବିଷୟବସ୍ତୁ ଏବଂ ମହତ୍ତ୍ୱ
ୱାର୍ଲ୍ଡ ସ୍ଲିପ୍ ସୋସାଇଟି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଏକ ନୂତନ ଥିମ୍ ସହିତ ପାଳନ କରାଯାଏ । ଏହି ବର୍ଷ "ସ୍ୱାସ୍ଥ୍ୟ ପାଇଁ ଶୋଇବା ଜରୁରୀ"(ସ୍ଲିପ୍ ଇଜ୍ ଏସେନ୍ସିଆଲ୍ ଫର୍ ହେଲ୍ଥ) ବିଷୟବସ୍ତୁ ଉପରେ ଆୟୋଜନ କରାଯାଉଛି । ଉଲ୍ଲେଖନୀୟ କଥା ହେଉଛି, ଶୋଇବା ଆମ ଜୀବନର ଏକ ଅତି ସାଧାରଣ ଅଂଶ, ଯାହାକୁ ଅଧିକାଂଶ ଲୋକ ଅତ୍ୟନ୍ତ ଗମ୍ଭୀରତାର ସହିତ ଗ୍ରହଣ କରନ୍ତି ନାହିଁ । କିନ୍ତୁ ଖରାପ ନିଦ କିମ୍ବା ନିଦ୍ରାର ଅଭାବ କେବଳ ଶାରୀରିକ ଏବଂ ମାନସିକ ରୋଗର କାରଣ ନୁହେଁ ବରଂ ଆମର ସାଧାରଣ ଜୀବନ ଏବଂ ନିତ୍ୟକର୍ମ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇପାରେ ।
ବିଶ୍ୱ ନିଦ୍ରା ଦିବସ ଅବସରରେ କେବଳ ୱାର୍ଲ୍ଡ ସ୍ଲିପ୍ ସୋସାଇଟିର ସଦସ୍ୟ ନୁହଁନ୍ତି, 70 ରୁ ଅଧିକ ଦେଶରେ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଅଧିବ୍ୟକ୍ତା, ନିଦ୍ରା ବିଶେଷଜ୍ଞ ତଥା ବହୁ ସରକାରୀ ତଥା ବେସରକାରୀ ସଂଗଠନ ମଧ୍ୟ ସ୍ଥାନୀୟ, ଆଞ୍ଚଳିକ ତଥା ଜାତୀୟସ୍ତରର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଚଳିତ ବର୍ଷ ଏହି ଅବସରରେ ୱାର୍ଲ୍ଡ ସ୍ଲିପ୍ ସୋସାଇଟି ଏବଂ ଅନ୍ୟାନ୍ୟ ସଂଗଠନ ସୋସିଆଲ ମିଡିଆରେ #WorldSleepDay ସହିତ ସ୍ୱାସ୍ଥ୍ୟ ଉପରେ ଭଲ ଏବଂ ଖରାପ ନିଦ୍ରାର ପ୍ରଭାବ ବାବଦରେ ସଚେତନ କରୁଛନ୍ତି ।
ବିଶ୍ୱ ନିଦ୍ରା ଦିବସର ଇତିହାସ
ଗମ୍ଭୀର ନିଦ୍ରା ସମସ୍ୟା ଥିବା ଲୋକଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟରେ ବିଶ୍ୱ ନିଦ୍ରା ଦିବସ କମିଟି ଦ୍ୱାରା 2008 ମସିହାରେ ଏଥିପାଇଁ ଏକ ସ୍ବତନ୍ତ୍ର ଦିନ ଆରମ୍ଭ କରାଯାଇଥିଲା । ନିଦ ଔଷଧ ଏବଂ ନିଦ ଗବେଷଣା କ୍ଷେତ୍ରରେ ଅଧ୍ୟୟନ କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ପ୍ରଦାନକାରୀଙ୍କୁ ନେଇ ଏହି କମିଟି ଗଠିତ ହୋଇଥିଲା । ବିଶ୍ୱ ନିଦ୍ରା ଦିବସ ପ୍ରତିବର୍ଷ ସ୍ପ୍ରିଙ୍ଗ୍ ଭର୍ନାଲ୍ ଇକ୍ୱିନକ୍ସ ପୂର୍ବ ଶୁକ୍ରବାର ପାଳନ କରାଯାଏ, ଏହି ବର୍ଷ ଏହି କାର୍ଯ୍ୟକ୍ରମ 17 ମାର୍ଚ୍ଚରେ ଅନୁଷ୍ଠିତ ହେଉଛି ।
ଶୋଇବା ସ୍ୱାସ୍ଥ୍ୟରେ କିପରି ଉନ୍ନତି ଆଣିବେ
ମନସ୍ତତ୍ତ୍ୱବିତ୍ଙ୍କ ମତରେ, ମସ୍ତିଷ୍କ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଜରୁରୀ । ଭଲ ଗୁଣାତ୍ମକ ନିଦ ପାଇଁ ଶୋଇବା ସ୍ୱଚ୍ଛତାର ଯତ୍ନ ନେବା ଆବଶ୍ୟକ । ଯେଉଁଥିପାଇଁ କିଛି ଅଭ୍ୟାସ ଗ୍ରହଣ କରାଯିବା ଉଚିତ୍, ଏହି ସବୁ ଅଭ୍ୟାସ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
ଠିକ୍ ସମୟରେ ଶୋଇବା ଠିକ୍ ସମୟରେ ଜାଗ୍ରତ ହେବା ବା ନିଦ୍ରା ଭଙ୍ଗ କରିବା ।
ଶୋଇବା ସମୟର ପରିବେଶକୁ ସଠିକ୍ ରଖିବା, ଦୀର୍ଘ ସମୟ ଧରି ଟିଭି ଏବଂ ମୋବାଇଲ୍ ଦେଖିବାଠାରୁ ଦୂରେଇ ରହିବା ।
ଠିକ୍ ସମୟରେ ସଠିକ୍ ଖାଦ୍ୟ ଖାଇବା ।
ନିୟମିତ ବ୍ୟାୟାମ ଏବଂ ଧ୍ୟାନ ।
ଚାପରୁ ଦୂରରେ ରହିବାକୁ ସମସ୍ତ ଚେଷ୍ଟା କରନ୍ତୁ ।
ବିଶ୍ରାମ ସହିତ ଶାରୀରିକ କାର୍ଯ୍ୟକଳାପ ମଧ୍ୟ କରନ୍ତୁ ।
କଫିନ୍ ଗ୍ରହଣକୁ କମ୍ କରନ୍ତୁ ।
ଯଦି ସ୍ଲିପ୍ ଆପ୍ନିଆ ଏବଂ ଅନିଦ୍ରା ପରି ବ୍ୟାଧି ଦେଖାଦେଲେ ଉପଯୁକ୍ତ ଚିକିତ୍ସା କରନ୍ତୁ ।
