ETV Bharat / sukhibhava

Kraken Covid Variant: 74 ଦେଶକୁ ମାଡିଲାଣି କ୍ରାକେନ୍ ଭୂତାଣୁ, ଜାଣନ୍ତୁ ଏହା କେତେ ମାରାତ୍ମକ

author img

By

Published : Jan 16, 2023, 11:44 AM IST

ସୃଷ୍ଟି ହେବାରେ ଲାଗିଛି କୋଭିଡର ନୂଆ ନୂଆ ପ୍ରକାର । ଚୀନରେ ଓମିକ୍ରନ ସବଭାରିଆଣ୍ଟ BF.7 କାୟା ମେଲାଇ ଥିବାବେଳେ ଆଉ ଏକ ଭାରିଆଣ୍ଟ ବିଶ୍ବର 74ଟି ଦେଶକୁ କଲାଣି କବଳିତ । ଅଧିକ ପଢନ୍ତୁ

covid variant
covid variant

ହାଇଦ୍ରାବାଦ: ଚୀନରେ କୋଭିଡ ସଂକ୍ରମଣ ହାହାକାର ମଚାଇ ଥିବାବେଳେ ଚିନ୍ତାରେ ପକାଇଲାଣି ଆଉ ଏକ ଓମିକ୍ରନ୍ ସବଭାରିଆଣ୍ଟ । ବର୍ତ୍ତମାନ ବିଶ୍ବର କେତେକ ଦେଶରେ ଓମିକ୍ରନ ଉପ-ପ୍ରାକାର 'କ୍ରାକେନ୍' ବ୍ୟାପୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏହି ନୂଆ ପ୍ରକାର ଆମେରିକା ଏବଂ ବ୍ରିଟେନ ସମେତ ଅନ୍ୟ କେତେକ ଦେଶ ଗୁଡିକରେ ବ୍ୟାପୁଥିବା ଜଣାପଡିଛି । ତେବେ କ୍ରାକେନ୍ କେତେ ମାରାତ୍ମକ, ସଂକ୍ରମଣର ଲକ୍ଷଣ ବାବଦରେ କଣ କହୁଛନ୍ତି ବିଶେଷଜ୍ଞ, ଜାଣନ୍ତୁ ।

ଖବର ଅନୁସାରେ, ଆମେରିକାରେ କୋଭିଡରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ 40% କ୍ରାକେନ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ବ୍ରିଟେନର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚୀନରେ ଦୈନିକ 9,000 ମୃତ୍ୟୁ ଘଟୁଥିବାକୁ ନେଇ ଚେତାବନୀ ଦେଇଛନ୍ତି । ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କୋଭିଡ ଟେକ୍ନିକାଲ ମୁଖ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କ୍ରାକେନ 29ଟି ଦେଶକୁ ବ୍ୟାପି ସାରିଲାଣି । ଆଗକୁ ଏହାର ସଂକ୍ରମଣ ମଧ୍ୟ ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି ।

କ୍ରାକେନ୍ କ'ଣ:- ରିପୋର୍ଟ ଅନୁଯାୟୀ, କ୍ରାକେନ୍ ହେଉଛି ଓମିକ୍ରନ୍ XBB ର ପରିବର୍ତ୍ତିତ ସଂସ୍କରଣ ଏବଂ ଏହାକୁ ଆନୁଷ୍ଠାନିକ ଭାବରେ 'XBB.1.5' କୁହାଯାଉଛି । ଏହାକୁ ପ୍ରଥମେ ଗତ ବର୍ଷ ଅକ୍ଟୋବର ମାସରେ ଚିହ୍ନଟ କରାଯାଇଥିଲା ଏବଂ ଜାନୁୟାରୀ 4ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସତର୍କ କରାଇ ଦେଇଥିଲା । WHO କହିବା ଅନୁସାରେ 'କ୍ରାକେନ୍' ହେଉଛି ସବୁଠାରୁ ଟ୍ରାନ୍ସମିସିବଲ୍ ପ୍ରକାର । ଅର୍ଥାତ୍ ଏହାର ସଂକ୍ରମଣ କ୍ଷମତା ଖୁବ୍ ଅଧିକ । ଜୀବାଣୁଙ୍କର ଜିନ୍‌ ଗୁଡିକ ଅନିୟମିତ ଜେନେଟିକ୍ ପରିବର୍ତ୍ତନ ଏବଂ ଏହାର ଭୂପୃଷ୍ଠ ପ୍ରୋଟିନ୍ କିମ୍ବା ଆଣ୍ଟିଜେନ୍ସରେ ପରିବର୍ତ୍ତନ କରନ୍ତି, ଫଳସ୍ୱରୂପ ନୂଆ ପ୍ରକାର ସୃଷ୍ଟି ବୋଇଥାଏ ।

'କ୍ରାକେନ୍' ଦ୍ୱାରା ପ୍ରଭାବିତ ରାଷ୍ଟ୍ର:- ଆମ ଦେଶ ଭାରତ ସମେତ ବ୍ରିଟେନ, ଚୀନ୍, ଆମେରିକା, ପାକିସ୍ତାନ, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଭଳି 74ଟି ଦେଶରେ କୋଭିଡ ନୂତନ ପ୍ରକାର 'XBB.1.5' ଚିହ୍ନଟ ହୋଇଛି ।

ଲକ୍ଷଣ: ରିପୋର୍ଟ ଅନୁସାରେ, ଅଧିକାଂଶ କ୍ରାକେନ୍ ପ୍ରକାରର ଲକ୍ଷଣ ଗୁଡ଼ିକ ଓମିକ୍ରନ୍ ଲକ୍ଷଣ ସହିତ ସମାନ । ଏପର୍ଯ୍ୟନ୍ତ ଏହାର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନେଇ ସରକାରୀ ତଥ୍ୟ ପ୍ରକାଶ ପାଇନାହିଁ ।

କେଉଁ ଦେଶରେ ଅଧିକ ବ୍ୟାପୁଛି: ବ୍ରିଟେନର ଜାତୀୟ ପରିସଂଖ୍ୟାନ ୱେବସାଇଟ୍ ଅନୁଯାୟୀ, ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର 28, 2022 ଶେଷ ସପ୍ତାହରେ ୱେଲ୍ସରେ ମଧ୍ୟ ଏହା ବୃଦ୍ଧି ପାଇଥିଲା । ଉତ୍ତର ଆୟର୍ଲାଣ୍ଡରେ, ଡିସେମ୍ବର 22, 2022 ଶେଷ ସପ୍ତାହରେ ସଂକ୍ରମଣ ବୃଦ୍ଧି ପାଇଥିଲା ।

ବ୍ରିଟେନରେ, ଘରୋଇ ପରିବାରରେ ଅର୍ଥାତ୍ ପ୍ରାଇଭେଟ୍ ହାଉସ୍‌ହୋଲ୍ଡରେ ରହୁଥିବା ଜନସଂଖ୍ୟାର 3.3% ଡିସେମ୍ବର 4, 2022 ସୁଦ୍ଧା ଲଙ୍ଗ୍ କୋଭିଡରେ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରଫେସର ପଲ୍ ହଣ୍ଟର୍ କହିଛନ୍ତି ଯେ, ଏହି ପ୍ରକାରଟି ବ୍ରିଟେନରେ କୋଭିଡ୍ ରୋଗରେ ବୃଦ୍ଧି ଘଟାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.