ETV Bharat / sukhibhava

UNICEF Warning: ପିଲାଙ୍କ ଜଳଖିଆକୁ ଆଦୌ ଅବହେଳା କରନ୍ତୁ ନାହିଁ

author img

By

Published : Nov 2, 2022, 1:30 PM IST

ସାମ୍ବାଦିକଙ୍କୁ ସଠିକ୍ ଖବର ବିଶେଷ କରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ପ୍ରକାଶ ଏବଂ ଏ ଦିଗରେ ସଚେତନତା ରହିବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡ, ଡେରାଡୁନରେ ଆୟୋଜିତ UNICEF ତାଲିମ କ୍ୟାମ୍ପରେ ପିଲାମାନଙ୍କ ବ୍ରେକ୍‌ଫାଷ୍ଟ୍ ଉପରେ ଆଲୋଚନା । ଜାଣନ୍ତୁ କଣ କହୁଛନ୍ତି UNICEF ଶିଶୁ କଲ୍ୟାଣ ଅଧିକାରୀ ।

UNICEF Warning: ପିଲାମାନଙ୍କ ଜଳଖିଆକୁ ଆଦୌ ଅବହେଳା କରନ୍ତୁ ନାହିଁ
UNICEF Warning: ପିଲାମାନଙ୍କ ଜଳଖିଆକୁ ଆଦୌ ଅବହେଳା କରନ୍ତୁ ନାହିଁ

ଡେରାଡୁନ୍: UNICEF(United Nations Children's Fund) ପକ୍ଷରୁ ଉତ୍ତରାଖଣ୍ଡ, ଡେରାଡୁନରେ ଏକ ଶିଶୁ କଲ୍ୟାଣ ଟ୍ରେନିଂ କ୍ୟାମ୍ପର ଆୟୋଜନ କରାଯାଇଛି(UNICEF training camp on child welfare), ଯେଉଁଥିରେ 150ରୁ ଊର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ଥିଲେ । ଡାକ୍ତରୀ ଖବରରେ ଭୁଲ୍ ତଥ୍ୟର ପ୍ରସାର ଏବଂ ଏହାକୁ ପ୍ରତିହତ କରିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋଚନା କରାଯିବା ସହ ଏନେଇ ସାମ୍ବାଦିକମାନଙ୍କୁ ଶିଶୁମାନଙ୍କ ଚିକିତ୍ସା କ୍ଷେତ୍ରରେ କେତେକ ପ୍ରାଥମିକ ସୂଚନା ବାବଦରେ ତାଲିମ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ETV Bharat ସମ୍ବାଦଦାତାଙ୍କ ପକ୍ଷରୁ ତାମିଲନାଡୁ ସରକାରୀ ବିଦ୍ୟାଳୟରେ ବ୍ରେକ୍‌ଫାଷ୍ଟ୍ ବା ଜଳଖିଆ ସ୍କିମ୍ ଉପରେ ପ୍ରଶ୍ନ ପଚରାଯାଇଥିଲା । ଉତ୍ତରରେ UNICEFର ଶିଶୁ କଲ୍ୟାଣ ଅଧିକାରୀ ଗାୟତ୍ରୀ ସିଂହ ଜଳଖିଆର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ଏବଂ ଏହା ପିଲାମାନଙ୍କ ପାଇଁ କେତେ ଉପକାରୀ ଏ ବାବଦରେ କହିଛନ୍ତି ।

ସେ କହିଛନ୍ତି ଯେ, ଜଳଖିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାଧାରଣତଃ ମସ୍ତିଷ୍କ, ଶକ୍ତି ଆବଶ୍ୟକ କରେ ଏବଂ ମସ୍ତିଷ୍କ ଶକ୍ତି ଯୋଗାଇବା ପାଇଁ ମୁଖ୍ୟତଃ ଗ୍ଲୁକୋଜ ବ୍ୟବହାର କରେ । ତାମିଲନାଡୁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ନିହାତି ଆବଶ୍ୟକ । ପିଲାମାନଙ୍କର ଜଳଖିଆ ଭୋଜନ ଅତ୍ୟନ୍ତ ଜରୁରୀ । ଅଧିକାଂଶ ସମୟ ପିଲାମାନେ ବିଦ୍ୟାଳୟକୁ ଆସନ୍ତି କିମ୍ବା ପର୍ଯ୍ୟାପ୍ତ ଜଳଖିଆ ଖାଇ ନ ଥାନ୍ତି କିମ୍ବା ସେମାନଙ୍କ ପାଖରେ ଖାଇବାକୁ କିଛି ନଥାଏ ।

ବିଦ୍ୟାଳୟର ଜଳଖିଆ ଯୋଜନା ହେତୁ ସେମାନେ ତୁରନ୍ତ ଶକ୍ତି ପାଇଁ ଆବଶ୍ୟକୀୟ ଖାଦ୍ୟ ପାଇପାରିବେ ଏବଂ ଅସ୍ଥାୟୀ ଭୋକରୁ ମୁକ୍ତି ପାଇବେ । ବାସ୍ତବରେ ପିଲାମାନଙ୍କ ପେଟ ଛୋଟ, ତେଣୁ ସେମାନଙ୍କୁ ନିୟମିତ ଏବଂ ବାରମ୍ବାର ଭୋଜନ କରାଇବା ଦିଗରେ ଦାୟିତ୍ବବାନ୍ ହେବା ଉଚିତ୍ ବୋଲି ଶିଶୁ କଲ୍ୟାଣ ଅଧିକାରୀ ଗାୟତ୍ରୀ କହିଛନ୍ତି ।

ଏହି ଅବସରରେ ଯୋଗ ଦେଇ UNICEF କମ୍ୟୁନିକେସନ୍ ମୁଖ୍ୟ ଜାଫ୍ରିନ୍ ଚୌଧୁରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ଯେ, ଭାଇରସ୍ ଅପେକ୍ଷା ଭୁଲ ସୂଚନା ଅଧିକ ସଂକ୍ରମିତ ହୋଇଥାଏ । ଭୁଲ ସୂଚନା ସାଧାରଣ ଜନତାଙ୍କ ପାଇଁ ବିପଜ୍ଜନକ ପରିଣାମ ମଧ୍ୟ ଦେଇପାରେ, ତେଣୁ ସଠିକ୍ ଖବର ପ୍ରସାରଣ ପାଇଁ ସେ ଚେତାବନୀ ଦେଇଛନ୍ତି ।

ତେବେ ମେଡିକାଲ ସାମ୍ବାଦିକତା ଉପରେ UNICEF, CAS(Critical Appraisal Skills) କାର୍ଯ୍ୟକ୍ରମ 2014ରେ ଆରମ୍ଭ କରିଥିଲା(UNICEF CAS programm on medical journalism) । ଅକ୍ସଫୋର୍ଡ ୟୁନିଭରସିଟି, ଥମସନ ରଏଟର୍ସ ନ୍ୟୁଜ ଏଜେନ୍ସି, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଛାତ୍ର ତଥା ସାମ୍ବାଦିକମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ମୌଲାନା ଆଜାଦ ନ୍ୟାସନାଲ ୟୁନିଭରସିଟି ଏବଂ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ ମଧ୍ୟ ଏହାକୁ ନିଜ ପାଠ୍ୟକ୍ରମରେ ଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.