ETV Bharat / sukhibhava

ଯୁଦ୍ଧ ହେଉ କି ଶାନ୍ତି, ସବୁ ପରିସ୍ଥିତିରେ ଶିଶୁଙ୍କ ସହିତ ରହିଛି ୟୁନିସେଫ

author img

By ETV Bharat Odisha Team

Published : Dec 11, 2023, 1:49 PM IST

UNICEF Day 2023: 78 ବର୍ଷରେ ପାଦ ଦେଲା ୟୁନିସେଫ। ଦ୍ବିତୀୟ ବିଶ୍ବଯୁଦ୍ଧରେ ପ୍ରଭାବିତ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଆଜିର ଦିନରେ ଏହା ପ୍ରତିଷ୍ଠା କରାଯାଇଥିଲା । ଅଧିକ ପଢନ୍ତୁ

UNICEF Day 2023
UNICEF Day 2023

ହାଇଦ୍ରାବାଦ: ଆଜି ୟୁନିସେଫ ଦିବସ। ପ୍ରତିବର୍ଷ ଡିସେମ୍ବର 11 ତାରିଖରେ ସାରା ବିଶ୍ବରେ ପାଳିତ ହୁଏ ବିଶ୍ବ ୟୁନିସେଫ ଦିବସ । ୟୁନିସେଫ୍‌ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଶିଶୁଙ୍କୁ ସହାୟତା ଏବଂ ଆପତକାଳୀନ ସ୍ବାସ୍ଥ୍ୟ ସହାୟତା ପ୍ରଦାନ କରିବା ପାଇଁ ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ସଂଗଠନ ତିଆରି କରାଯାଇଥିଲା। ଶିଶୁମାନଙ୍କର ଅଧିକାରକୁ ସୁରକ୍ଷା ପାଇଁ ପ୍ରତିବର୍ଷ 11 ଡିସେମ୍ବରରେ ୟୁନିସେଫ୍ ଦିବସ ପାଳନ କରାଯାଏ । ଏହା ବିଶ୍ୱର ସର୍ବବୃହତ ମାନବୀୟ ସହାୟତା ପ୍ରଦାନକାରୀ ସଂସ୍ଥା ଅଟେ । ଏହା ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, କଲ୍ୟାଣ, ପୁଷ୍ଟିକର ଏବଂ ପରିମଳ ବ୍ୟବସ୍ଥାକୁ ସମର୍ଥନ କରିଥାଏ । ଆଜି ୟୁନିସେଫ୍‌କୁ 77 ବର୍ଷ ପୁରିବାକୁ ଯାଉଛି ।

ୟୁନିସେଫ ଦିବସର ଇତିହାସ: ମିଳିତ ଜାତିସଂଘର ସାଧାରଣ ସଭା ଦ୍ବାରା 1946 ମସିହା ଡିସେମ୍ବର 11 ତାରିଖରେ ୟୁନିସେଫ୍‌ ପ୍ରତିଷ୍ଠା କରାଯାଇଥିଲା । 1946 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ମିଳିତ ଜାତିସଂଘର ସାଧାରଣ ସଭା ଯୁଦ୍ଧ ଦ୍ୱାରା ପ୍ରଭାବିତ ପିଲାମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ବିଷୟରେ ଚିନ୍ତା ପ୍ରକଟ କରିବା ସହିତ ଏକ ଜରୁରୀକାଳୀନ ସହାୟତା ସଂସ୍ଥା ଗଠନ କରାଯାଇଥିଲା । ପିଲାମାନଙ୍କ ପ୍ରତି ହିଂସା ଏବଂ ଶୋଷଣ କମାଇବା ପାଇଁ ୟୁନିସେଫ ଦାୟିତ୍ବ ଗ୍ରହଣ କରିଥିଲା। ୧୯୫୩ ମସିହାରେ ୟୁନିସେଫ୍ ମିଳିତ ଜାତିସଂଘର ଏକ ସ୍ଥାୟୀ ଏଜେନ୍ସି ହେଲା । ବର୍ତ୍ତମାନ 190ଟି ଦେଶ ୟୁନିସେଫ୍‌ର ସଦସ୍ୟ ରହିଛନ୍ତି।

ୟୁନିସେଫ ଦିବସର ମହତ୍ତ୍ବ: ୟୁନିସେଫ୍‌ ହେଉଛି ଏକ ଅବିଚ୍ଛେଦ୍ୟ ସହାୟତା ଗୋଷ୍ଠୀ । ସାରା ବିଶ୍ବରେ ମାନବୀୟ ସହାୟତା ଯୋଗାଇ ଲକ୍ଷ୍ୟ ଲକ୍ଷ୍ୟ ଛୁଆଙ୍କର ଜୀବନ ରକ୍ଷା କରିବା ଏହାର ମୂଳ ଉଦ୍ଦେଶ୍ୟ ଅଟେ । ଏହା ମଧ୍ୟ ଶିଶୁଙ୍କର ଅଧିକାରର ସୁରକ୍ଷା ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରିଥାଏ । ଏହାସହ ସେମାନଙ୍କୁ ବାଲ୍ୟରୁ ବୟସ୍କ ପର୍ଯ୍ୟନ୍ତ ସେମାନଙ୍କର ସାମର୍ଥ୍ୟ ପୂରଣ କରିବାରେ ସାହାଯ୍ୟ କରିଥାଏ ।

ୟୁନିସେଫ ଦିବସର ଥିମ: ପ୍ରତ୍ୟେକ ବର୍ଷ ଏକ ଥିମ ଉପରେ ୟୁନିସେଫ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ଥିମ ରହିଛି ପ୍ରତିଟି ଶିଶୁଙ୍କ ପାଇଁ ପ୍ରତ୍ୟେକ ଅଧିକାର ।

ଏହା ମଧ୍ୟ ପଢନ୍ତୁ: 75 ବର୍ଷରେ ପାଦ ଦେଲା ୟୁନିସେଫ

ୟୁନିସେଫର ମୁଖ୍ୟ କାର୍ଯ୍ୟ:

  • ଶିଶୁଙ୍କ ସୁରକ୍ଷା: ୟୁନିସେଫ ସାରା ବିଶ୍ବରେ ଶିଶୁମାନଭଙ୍କର ଚିକିତ୍ସା ଏବଂ ସନ୍ତୁଳିତ ବିକାଶ ପାଇଁ ନୀତି ପ୍ରସ୍ତୁତ କରିଥାଏ। ସେହି ନୀତିଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସାରା ବିଶ୍ବର ଷ୍ଟେକ୍‌ ହୋଲ୍ଡର ସହିତ ମିଶି କାର୍ଯ୍ୟ କରିଥାଏ । ନୀତି ପ୍ରସ୍ତୁତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଥାଏ । ଏହାଦ୍ବାରା ଶିଶୁମାନଙ୍କର ବିକାଶ ହୋଇଥାଏ ।
  • ଶିଶୁଙ୍କର ଜୀବନକୁ ସୁରକ୍ଷା: ପ୍ରତ୍ୟେକ ଶିଶୁର ବଞ୍ଚିବାର କିମ୍ବା ବଡ଼ ହୋଇ ଆଗକୁ ବଢିବାର ଅଧିକାର ରହିଛି । କିନ୍ତୁ ଏହା ସମସ୍ତ ଶିଶୁଙ୍କ ପାଇଁ ସମ୍ଭବପର ହୋଇନଥାଏ । ଏପରି ପରିସ୍ଥିତିରେ ୟୁନିସେଫ୍‌ ଶିଶୁଙ୍କୁ ସୁରକ୍ଷା ଦେଇ ଶିଶୁ ମୃତ୍ୟୁହାରକୁ ନିୟନ୍ତ୍ରିତ କରିଥାଏ ।
  • ଶିଶୁଙ୍କୁ ଶିକ୍ଷା: ଶିକ୍ଷା ପ୍ରତ୍ୟେକ ଶିଶୁଙ୍କର ଅଧିକାର ଅଟେ । ଅନେକ କାରଣରୁ ଆଜି ମଧ୍ୟ ଭାରତର ଅନେକ ସ୍ଥାନରେ ଶିଶୁମାନେ ଶିକ୍ଷାରୁ ବଞ୍ଚିତ ହୋଇଥାଆନ୍ତି ଏବଂ ଗୁଣାତ୍ମକ ଶିକ୍ଷା ପାଇବାକୁ ବଞ୍ଚିତ ହୋଇଥାଆନ୍ତି । ବିଶେଷକରି ଆର୍ଥିକ ଅବସ୍ଥା ଠିକ ନଥିବା ପରିବାରର ମହିଳା ବା ଯୁବତୀମାନେ ଏହାର ଶିକାର ହୋଇଥାଆନ୍ତି। ଏଭଳି ସ୍ଥଳେ ସମସ୍ତଙ୍କୁ ଶିକ୍ଷା ପାଇବା ପାଇଁ ସାହାଯ୍ୟ କରେ ୟୁନିସେଫ୍‌ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.