ETV Bharat / sukhibhava

ଗର୍ଭବତୀ ମହିଳା ଏହି ଅଭ୍ୟାସ ରଖିଥିଲେ ସାବଧାନ, ଜନ୍ମ ହୋଇପାରେ ମୃତ ଶିଶୁ !

author img

By

Published : Mar 15, 2023, 8:46 AM IST

ଗର୍ଭବତୀ ଥିବା ସମୟରେ ମାତ୍ରାଧିକ କଫି ସେବନ କରୁଥିଲେ ସତର୍କ ହୋଇଯାଆନ୍ତୁ । ଅନୁସନ୍ଧାନ ଅନୁସାରେ, ଏହି ଅଭ୍ୟାସ ଶିଶୁ ଉପରେ ପକାଇପାରେ କୁପ୍ରଭାବ । ଅଧିକ ପଢନ୍ତୁ

Pregnant Woman Drinking Coffee
Pregnant Woman Drinking Coffee

ହାଇଦ୍ରାବାଦ: ଗର୍ଭାବସ୍ଥା ଏକ ଏପରି ଅବସ୍ଥା, ଯେଉଁ ସମୟରେ ଖାଦ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥାଏ । ଏହି ସମୟରେ ମହିଳାମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି । କାରଣ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ନିଶ୍ଚିତ ଭାବରେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଇଥାଏ । ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, କଫି ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । ଯଦି ଗର୍ଭାବସ୍ଥାରେ ମାଆ କଫି ପିଅନ୍ତି ତେବେ ଏହାର ପ୍ରଭାବ ଶିଶୁ ଉପରେ ପ୍ରଡିପାରେ ।

ମିରର୍ ରିପୋର୍ଟ ଅନୁଯାୟୀ, ସର୍ବେକ୍ଷଣରୁ ଜଣାପଡିଛି ଯେ, କଫି ପିଉଥିବା 80 ପ୍ରତିଶତ ଗର୍ଭବତୀ ମହିଳା ସେମାନଙ୍କ କଫିନ୍ ଗ୍ରହଣ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଗର୍ଭାବସ୍ଥାରେ ପ୍ରତିଦିନ 200 ମିଲିଗ୍ରାମରୁ ଅଧିକ କଫିନ୍ ଖାଇବା ଉଚିତ୍ ନୁହେଁ ଜାଣିବା ସତ୍ତ୍ବେ ଅଧିକାଂଶ ମହିଳା ଏହି ଅଭ୍ୟାସ ରଖନ୍ତି । ମାତ୍ର ଏହା ଶିଶୁ ପାଇଁ କ୍ଷତିକାରକ ହୋଇପାରେ ।

କେତେ କଫି ପିଇବା ଠିକ୍ ? ତେବେ ଗର୍ଭାବସ୍ଥାରେ କଫି ସେବନଠୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍ ବୋଲି ଅନୁସନ୍ଧାନ କହିନାହିଁ । କିନ୍ତୁ ଯଦି ଆପଣ ପ୍ରତିଦିନ 200 ମିଗ୍ରାରୁ ଅଧିକ କଫିନ୍ ଖାଉଛନ୍ତି ତେବେ ଏହାକୁ ହ୍ରାସ କରିବାକୁ ପଡିବ । ଗର୍ଭାବସ୍ଥାରେ 200 ମିଗ୍ରାରୁ ଅଧିକ କଫି ପିଇବା ଦ୍ୱାରା ଜନ୍ମିତ ଶିଶୁର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଜଣେ ଗର୍ଭବତୀ ମହିଳା କଫି ପିଇବା ନିଶାଠାରୁ ଦୂରେଇ ପାରୁନାହାନ୍ତି, ତେବେ ଅତି ବେଶିରେ ଦିନରେ କେବଳ ଦୁଇ କପ୍ କଫି ଏବଂ ଗୋଟିଏ ମଗ୍ ଫିଲ୍ଟର କଫି ପିଇପାରିବେ । ଏହାଠାରୁ ଅଧିକ ପିଇବା ଗର୍ଭଧାରଣ ପାଇଁ ବିପଦଜନକ ।

ଯଦି ଅଧିକ କଫି ପିଅନ୍ତି ତେବେ କ'ଣ ହେବ ? ସର୍ବେକ୍ଷଣ ଅନୁଯାୟୀ, ଗର୍ଭାବସ୍ଥାରେ ଅଧିକ କଫିନ୍ ଗ୍ରହଣ କରିବା ଦ୍ବାରା 9 ମାସ ପୂର୍ବରୁ ପ୍ରସବ ହେବାର ସମ୍ଭାବନା ଅଧିକ । ଏହି ଅବସ୍ଥା ସିଧାସଳଖ ଶିଶୁ ଉପରେ ପଡିଥାଏ । କାରଣ ସମୟ ପୂର୍ବରୁ ପିଲା ଜନ୍ମ ହେଲେ ତା'ର ଶାରୀରିକ ଗଠନ ସଠିକ୍ ହୋଇନଥାଏ । କେବଳ ଏତିକି ନୁହେଁ, ଶିଶୁଟି ମୃତ ହୋଇ ଜନ୍ମ ହେବାର ସମ୍ଭାବନା ଅଧିକ । ବିଶେଷଜ୍ଞମାନେ କହନ୍ତି ଯେ, ଯେଉଁ ମହିଳାମାନେ ଗର୍ଭଧାରଣର ପ୍ରଥମ ଦିନରେ ଦିନକୁ 500 ମିଗ୍ରାରୁ ଅଧିକ କ୍ୟାଫେନ୍ ଖାଇଥାନ୍ତି, ସେମାନଙ୍କ ଦୃତ ହୃଦସ୍ପନ୍ଦନ, ଶ୍ୱାସକ୍ରିୟା ବୃଦ୍ଧି ଏବଂ ନିଦ୍ରାହୀନତା ହେବାର ସମ୍ଭାବନା ଅଧିକ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.