ETV Bharat / sukhibhava

COVID Pandemic: ଋତୁସ୍ରାବ ଉପରେ କଣ ରହିଛି ପ୍ରଭାବ ?

author img

By

Published : Mar 6, 2022, 7:12 PM IST

ଗତ ଦୁଇ ବର୍ଷ ମଧ୍ୟରେ ଲୋକଙ୍କ ଉପରେ କୋରୋନା ଭାଇରସର ଅନେକ ପ୍ରଭାବ ପଡିଛି । ମହିଳାଙ୍କ ମାସିକ ଋତୁସ୍ରାବ ଉପରେ ମଧ୍ୟ ଏହାର ପ୍ରଭାବ ରହିଛି । ଟୀକାକରଣ ପରେ ସେମାନଙ୍କ ଋତୁସ୍ରାବ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

COVID pandemic: ଋତୁସ୍ରାବ ଉପରେ କଣ ରହିଛି ପ୍ରଭାବ ?
COVID pandemic: ଋତୁସ୍ରାବ ଉପରେ କଣ ରହିଛି ପ୍ରଭାବ ?

ହାଇଦ୍ରାବାଦ: ଗତ ଦୁଇ ବର୍ଷ ମଧ୍ୟରେ ଲୋକଙ୍କ ଉପରେ କୋରୋନା ଭାଇରସର ଅନେକ ପ୍ରଭାବ ପଡିଛି । ମହିଳାଙ୍କ ମାସିକ ଋତୁସ୍ରାବ ଉପରେ ମଧ୍ୟ ଏହାର ପ୍ରଭାବ ରହିଛି । ଟୀକାକରଣ ପରେ ସେମାନଙ୍କ ଋତୁସ୍ରାବ ପ୍ରଭାବିତ ହୋଇଛି । ତେବେ ଏହାର କାରଣ ଜାଣିବା ପୂର୍ବରୁ ପ୍ରଥମେ ଜାଣି ରଖିବା ଉଚିତ ଯେ ସାଧାରଣତଃ ମହିଳାଙ୍କ କ୍ଷେତ୍ରରେ ଏଭଳି ଅନିୟମିତତା ଦେଖାଯାଏ । ସାଧାରଣତଃ ଦ୍ବିତୀୟ ଡୋଜ ଟିକା ନେବା ପରେ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଏଭଳି ଅନିୟମିତତା ଦେଖିବାକୁ ମିଳିିଥିବା ଗବେଷଣାରୁ ଜଣାପଡ଼ିଛି ।

ସାଧାରଣତଃ ଏହା ପରାମର୍ଶ ଦିଆଯାଇଛି ଯେ ୫ ଦିନର ରକ୍ତସ୍ରାବ ସହିତ 28 ଦିନର ଚକ୍ର ସ୍ବାଭାବିକ । ଋତୁସ୍ରାବ ସମୟରେ ରକ୍ତସ୍ରାବର ଲମ୍ବ, ପରିମାଣ ଏବଂ ଚକ୍ରର ସମୟ ସୀମା ସ୍ବାଭାବିକ ଭାବରେ ପରିବର୍ତ୍ତନଶୀଳ । ଏହା ସମସ୍ତ ମହିଳାଙ୍କ କ୍ଷେତ୍ରରେ ଭିନ୍ନ ରହିଥାଏ । ମାସିକ ଋତୁସ୍ରାବକୁ ହାଇପୋଥାଲାମସ୍ ଏବଂ ମସ୍ତିଷ୍କରେ ପିଟୁଇଟାରୀ ଗ୍ରନ୍ଥି ଦ୍ବାରା ନିୟନ୍ତ୍ରିତ ହରମୋନର ମିଶ୍ରଣ ଦ୍ବାରା ନିୟନ୍ତ୍ରିତ କରାଯାଏ । ଯାହା ଏକତ୍ରିତ ଭାବରେ HPG ଆକ୍ସିସ ଭାବରେ ଜଣାଶୁଣା ।

ଏହାସହ ଅଧିକ ବ୍ୟାୟାମ କିମ୍ବା ଅଧିକ ଡାଏଟିଂ କଲେ ଏହା ଋତୁସ୍ରାବ ଉପରେ ପ୍ରଭାବ ପକାଇଥାଏ । ଏହାରି ମଧ୍ୟରେ କୋରୋନା ମହାମାରୀ ମଧ୍ୟ ଋତୁସ୍ରାବ ଉପରେ ପ୍ରଭାବ ପକାଇଛି । ଏହି ସମୟରେ ଅଧିକ ଚିନ୍ତାଗ୍ରସ୍ତ ହେବା ଦ୍ବାରା ପ୍ରାୟ ୪୬ ପ୍ରତିଶତ ମହିଳାଙ୍କ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥିବା ଏକ ଅନଲାଇନ ସର୍ଭେରୁ ଜଣାପଡ଼ିଛି । ମହାମାରୀ ସମୟରେ ଲକଡାଉନ ଯୋଗୁଁ ଘରେ ରହିବା ଦ୍ବାରା ଅନେକଙ୍କ ଓଜନ ମଧ୍ୟ ବୃଦ୍ଧି ହୋଇଛି । ଏହା ମଧ୍ୟ ଅନିୟମିତତାର କାରଣ ସାଜିଛି ।

ଟୀକାକରଣର କଣ ରହିଛି ପ୍ରଭାବ ?

କୋରୋନା ଟିକା ଉପଲବ୍ଧ ହେବା ପରେ ଋତୁସ୍ରାବକୁ ପ୍ରଭାବିତ କରୁଥିବା ରିପୋର୍ଟଗୁଡିକ ଦେଖିବାକୁ ମଳିଥିଲା । ଟିକା ନେବା ଦ୍ବାରା ମହିଳାଙ୍କ ଋତୁସ୍ରାବର ଚକ୍ର ପ୍ରଭାବିତ ହେଉଥିବା କୁହାଯାଉଥିଲା । କିଛି ମହିଳାଙ୍କ ଋତୁସ୍ରାବ କମ ଦିନ ହେଉଥିବା ବେଳେ ଅନ୍ୟ କିଛି ମହିଳାଙ୍କ ଲମ୍ବା ସମୟ ହେଉଥିଲା । ଏ ସମ୍ପର୍କରେ ଅନୁସନ୍ଧାନ ପାଇଁ ଆମେରିକା ଗବେଷକ ମାନେ ୪୦୦୦ ମହିଳାଙ୍କୁ ସାମିଲ କରିଥିଲେ ।

ତାଙ୍କ ଗବେଷଣା ଅନୁସାରେ ପ୍ରଥମ ଡୋଜ ନେବା ପରେ କୌଣସି ପ୍ରଭାବ ଦେଖା ଦେଇନଥିଲା । କିନ୍ତୁ ଦ୍ବିତୀୟ ଡୋଜ ନେବା ପରେ କିଛି ମହିଳାଙ୍କ ଋତୁସ୍ରାବ ବିଳମ୍ବ ହୋଇଥିଲା । ଅନ୍ୟ ଏକ ଗବେଷଣାରେ ପ୍ରାୟ ୫୫୦୦ ମହିଳାଙ୍କୁ ସାମିଲ କରାଯାଇଥିଲା । ଏଥିରେ ଦ୍ବିତୀୟ ଡୋଜ ଟିକା ନେବା ପରେ ୪୧ ପ୍ରତିଶତ ମହିଳାଙ୍କ ଋତୁସ୍ରାବ ପ୍ରଭାବିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.