ETV Bharat / sukhibhava

Horoscope: ଅଗଷ୍ଟ 13 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Aug 13, 2023, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ । ଅଧିକ ପଢନ୍ତୁ

Horoscope
Horoscope

ମେଷ: ଆଜି ଦିନଟି ଆପଣଙ୍କ ଉପରେ ମଧ୍ୟମ ପ୍ରଭାବ ପକାଇପାରେ। ଆଜି ଆପଣ ଯୋଜନା କରିଥିବା କାର୍ଯ୍ୟରୁ ଶୁଭାରମ୍ଭ କରିବାର ଏକ ଶୁଭ ଦିବସ ଅଟେ। ନୂଆ କାର୍ଯ୍ୟ ମଧ୍ୟ ହାତକୁ ନେଇପାରନ୍ତି। କିନ୍ତୁ ତରବରିଆ ଭାବେ ଏପରି କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ। ଅଫିସରେ ଆପଣ ଅତ୍ୟନ୍ତ କଷ୍ଟକର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି। ତଥାପି ଆପଣ ବ୍ୟସ୍ତ ନ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭ ନୁହେଁ। ଆପଣ ନିଜର ସିଦ୍ଧାନ୍ତ ନେବାରେ ଏପଟ ସେପଟ ହେଲେ ଆପଣ ବହୁ ସୁଯୋଗକୁ ହାତଛଡା କରିପାରନ୍ତି। ମାତ୍ର ହତାଶ ନ ହୋଇ ଅତିଶୃଙ୍ଖଳିତ ଉପାୟରେ ପ୍ରବେଶ କରିବାର ବାଟ ଖୋଜନ୍ତୁ। ଆଜି କୌଣସି ନୂଆ ଯୋଜନା ବା ଚୁକ୍ତିପତ୍ର କରିବା ଉଚିତ ନୁହେଁ। ସହକର୍ମୀ, ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ। ଭାଇ ଭଉଣୀଙ୍କ ସମ୍ପର୍କ ଭଲ ରହିବ।

ମିଥୁନ: ବନ୍ଧୁ ଓ ପ୍ରିୟଜନଙ୍କ ସହ ସାମାଜିକ ଜୀବନରେ ମୌଜ ମଜଲିସରେ ସମୟ ବିତାଇବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ। ଆପଣ ବନ୍ଧୁମାନଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କରିପାରନ୍ତି କିମ୍ୱା ବାହାରକୁ ଭ୍ରମଣରେ ଯାଇପାରନ୍ତି। ଅର୍ଥ ଲାଭ ହୋଇପାରେ। ମାତ୍ର ଖର୍ଚ୍ଚର ମାତ୍ରାକୁ ସୀମା ଭିତରେ ରଖି ଅଯଥା ଖର୍ଚ୍ଚରୁ ନିବୃତ ହୁଅନ୍ତୁ। ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ ଉପହାରର ସୁଅ ଛୁଟିପାରେ।

କର୍କଟ: ଗ୍ରହମାନଙ୍କ ପ୍ରଭାବରୁ ଆପଣ ଆଜି ଚିନ୍ତାଗ୍ରସ୍ତ ରହିବେ। ବିଶ୍ରାମହୀନ ଉତ୍କଣ୍ଠିତ ଚିତ୍ତରେ ଶାନ୍ତି ପାଇବେ ନାହିଁ। ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ନଚେତ ମାନସିକ ଅଶାନ୍ତି ଆପଣଙ୍କୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଏହା ଦ୍ୱାରା ଆପଣ ହତୋତ୍ସାହିତ ହୋଇପାରନ୍ତି। ଆପଣ କୌଣସି କାରଣରୁ କାହା ସଙ୍ଗରେ ଯୁକ୍ତିତର୍କ କରି କଳହ କରନ୍ତୁ ନାହିଁ।

ସିଂହ: ଆଜି ଦିନଟି ଆପଣଙ୍କୁ ସାଧାରଣ ଭାବେ ଫଳ ପ୍ରଦାନ କରିପାରେ। ଆଜିର ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ମାତ୍ର ଆପଣ ଯଦି ଅନ୍ୟମନସ୍କ ରହିବେ କିମ୍ୱା ଭୁଲ ସିଦ୍ଧାନ୍ତ ନେବେ, ତେବେ ଆପଣ ଏହାର ଲାଭ ଉଠାଇବାକୁ ଅସମର୍ଥ ହେବେ। ଆଜି ଦିନଟି ଶୁଭଙ୍କର ନ ଥିବାରୁ କୌଣସି କାର୍ଯ୍ୟ ନିଜ ହାତକୁ ନିଅନ୍ତୁ ନାହିଁ। ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି ଏବଂ ସେମାନଙ୍କ ଗହଣରେ ଖୁସିରେ ସମୟ କାଟିପାରନ୍ତି।

କନ୍ୟା: ଆଜି ଏକ ଲାଭଜନକ ଦିବସ ଅଟେ। ବହୁଦିନରୁ ଯୋଜନା କରିଥିବା ଅନୁସାରେ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ। ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତକୁ ଔଜଲ୍ୟମୟ କରିପାରେ। ଆପଣଙ୍କର ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ।

ତୁଳା: ଆଜି ଆପଣ ନିଜକୁ ଲଳିତ କଳା ପ୍ରତି ଆକର୍ଷିତ ହୋଇପାରନ୍ତି। ଚିତ୍ର କରିବା ଓ ଲେଖାଲେଖିରେ ସମୟ କାଟିବାକୁ ଭଲ ପାଇବେ। ଆଜି ଆପଣ ସମସ୍ତ ଯୋଜନାକୁ ଏକତ୍ରିତ କରି କାର୍ଯ୍ୟର ଶୁଭାରମ୍ଭ କରିବା ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ଅଟେ। ନିଜର ବୃତିଗତ ଜୀବନରେ ଆପଣ ନିଜର ସହକର୍ମୀ ତଥା ବରିଷ୍ଠ ସଦସ୍ୟଙ୍କ ଠାରୁ ସହଯୋଗ ଓ ପ୍ରେରଣା ପାଇ ନିଜ କାର୍ଯ୍ୟଟିକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ। ବ୍ୟବସାୟୀଙ୍କ ନିମନ୍ତେ ଲାଭର ପରିମାଣ ବୃଦ୍ଧି ପାଇପାରେ।

ବିଛା: ଆଜି ଦିନର ପ୍ରତ୍ୟେକ ମୂହୁର୍ତ୍ତରେ ଆପଣଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପଡିବ। କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ। ଖର୍ଚ୍ଚର ପରିମାଣକୁ କମାଇବାକୁ ଚେଷ୍ଟା କରନ୍ତୁ। ବିଳାସପୂର୍ଣ୍ଣ ଖାଦ୍ୟ ଖାଇ ବିଳାସରେ ଅତ୍ୟାଧିକ ଖର୍ଚ୍ଚ କଲେ ଅତିଶୀଘ୍ର ଆପଣଙ୍କ ଅର୍ଥର ଭଣ୍ଡାର ଶୂନ୍ୟ ହୋଇଯିବ। ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ।

ଧନୁ: ଆଜି ଦିନଟି ଶୁଭଫଳ ପ୍ରଦାୟକ ଅଟେ। ଦିନଟିକୁ ଆମୋଦ ପ୍ରମୋଦରେ କଟାଇବେ। ସାମାଜିକ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତି ସମ୍ପନ୍ନ ଲୋକଙ୍କ ସାଙ୍ଗରେ ସାକ୍ଷାତ ହୋଇପାରେ। ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ସୁଖ ପର୍ଯ୍ୟଟନରେ ଯିବାର ଯୋଜନା କରିପାରନ୍ତି। ଆପଣଙ୍କର ଭାଗ୍ୟ ଆଜି ଆପଣଙ୍କ ସୃଜନଶୀଳତାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରେ।

ମକର: କାର୍ଯ୍ୟ ଚାପ ଆପଣଙ୍କ ସମସ୍ତ ଶକ୍ତି ନେଇଯାଇ ଆପଣକୁ ଶକ୍ତିହୀନ ଓ କୁଣ୍ଠିତ କରିଦେଇପାରେ, କିନ୍ତୁ ଆପଣଙ୍କ ପ୍ରତିଷ୍ଠାକୁ କୌଣସି ହାନି ହେବା ପୂର୍ବରୁ ଆପଣ ଏହି ଅବସ୍ଥାରୁ ବାହାରି ଆସିବେ। ସତର୍କତାର ସହିତ କାମ କରନ୍ତୁ।

କୁମ୍ଭ: ବିଦେଶରୁ ଆପଣଙ୍କ ପାଇଁ ଭଲ ଖବର ଆସି ଆପଣ ପାଇଁ ଖୁସି ଆଣିଦେବ! ଯଦି ଆପଣ ଭିସା ଆବେଦନ କରିବାକୁ ଚାହୁଁଛନ୍ତି, ଆଜି ଆପଣ ତାହା ପାଇପାରିବେ। ସବୁ ସକାରାତ୍ମକ ଦେଖାଯାଉଛି ଓ ଏହା ଆପଣଙ୍କ ମନୋଭାବରେ ମଧ୍ୟ ପ୍ରତିଫଳିତ ହେଉଛି।

ମୀନ: ଆଜି ପରିବାର ସହିତ ବାହାରକୁ ଯାଇପାରନ୍ତି। ଡିନର କରିବାର ପ୍ଲାନିଂ ଥିଲେ ବାହାରେ ଖାଆନ୍ତୁ। ସେହି ମୁହୁର୍ତ୍ତ ସ୍ମରଣୀୟ ହୋଇ ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.