ETV Bharat / sukhibhava

ଡିପ୍ରେସନ୍‌ ଦୂର କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

author img

By

Published : Mar 14, 2023, 9:53 PM IST

ବର୍ତ୍ତମାନ ସମୟରେ ସବୁ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଉଛି ଉଦାସୀନତା ବା ଡିପ୍ରେସନ୍ । ବିନା ଔଷଧରେ ଖାଦ୍ୟ ମାଧ୍ୟମରେ କିପରି ଏହି ସମସ୍ୟାକୁ ଦୂର କରିବେ, ଜାଣନ୍ତୁ...

an woman sitting on the chair with dipression mood
an woman sitting on the chair with dipression mood

ହାଇଦ୍ରାବାଦ: ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ବ୍ୟକ୍ତିଗତ, ବୃତ୍ତିଗତ ସମସ୍ୟା ସାଙ୍ଗକୁ ଚାଲିଥିବା ଛଟେଇ ପ୍ରକ୍ରିୟା ଲୋକଙ୍କୁ ଉଦାସୀନତା, ଚିନ୍ତା ପରି ମାନସିକ ରୋଗରେ ପକାଉଛି । ଏହି ସ୍ବାସ୍ଥ୍ଯ ସମସ୍ୟାକୁ ଏନ୍‌ଜାଇଟି ବୋଲି କୁହାଯାଏ । 2022 ରେ ହୋଇଥିବା ଏକ ରିପୋର୍ଟ ଅନୁସାରେ ଛଟେଇ କାରଣରୁ ଡାକ୍ତରଖାନାରେ ମାନସିକ ରୋଗୀଙ୍କ ଗହଳି ବଢୁଛି ।

ତେବେ କହି ରଖୁଛୁ ଯେ, ବିଭିନ୍ନ ପ୍ରକାର ମାନସିକ ରୋଗୀ ରହିଥାନ୍ତି । ସମସ୍ୟା ଗମ୍ଭୀର ହେଲେ କିଛି ଲୋକ ଚିକିତ୍ସା ପଦ୍ଧତି ମଧ୍ୟ ଆପଣାଇଥାନ୍ତି । ଉଦାସୀନତା ଏବଂ ଚିନ୍ତା ପାଇଁ ଲୋକମାନେ ଔଷଧ ସେବନ କରନ୍ତି । ହେଲେ ଆପଣ ଜାଣନ୍ତି କି, କେତେକ ଘରୋଇ ଖାଦ୍ୟ ରହିଛି, ଯାହା ଉଦାସୀନତା ଏବଂ ଚିନ୍ତା ଦୂର କରିବାରେ ସାହାଯ୍ୟ କରିବ । ତେବେ କଣ ସେହିସବୁ ଖାଦ୍ୟ, ଜାଣନ୍ତୁ...

vegetables
vegetables

ଖାଲି ପେଟରେ ସେଓ ଖାଆନ୍ତୁ-ଆପଲ୍ ଫାଇବରରେ ଭରପୂରରେ ଏକ ସ୍ବାସ୍ଥ୍ୟ ଉପକାରୀ ଫଳ । ଏଥିରେ ଫାଇବର ସାଙ୍ଗକୁ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମଧ୍ୟ ପ୍ରଚୁର ପରିମାଣରେ ଥାଏ । ସକାଳେ ଖାଲି ପେଟରେ ଆପଲ୍ ଖାଇବା ଦ୍ୱାରା ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ । ଉଦାସୀନତା ଏବଂ ଚିନ୍ତାରୁ ମଧ୍ୟ ଆରାମ ମିଳିଥାଏ ।

ବାଦାମ-ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ଜରୁରୀ ଉପାଦାନ ମଧ୍ୟ ବାଦାମରୁ ମିଳିଥାଏ । ଏହା ମସ୍ତିଷ୍କକୁ ମୁକ୍ତ କରିବା ପାଇଁ କାମ କରେ । ସ୍ମୃତିଶକ୍ତି ବୃଦ୍ଧିରେ ବାଦାମ ସାହାଯ୍ୟ କରେ । କ୍ଷୀର ସହ ବାଦାମ ଖାଇବା ଦ୍ୱାରା ଚାପ ଏବଂ ଚିନ୍ତା ଦୂର ହୋଇଥାଏ ।

ଦହି-ଦହି ମଧ୍ୟ ମସ୍ତିଷ୍କକୁ ସତେଜ ରଖେ । ଦହିକୁ ମଧ୍ୟ ଆଣ୍ଟିଡିପ୍ରେସନ୍ ଭାବରେ ଗଣନା କକରାଯାଏ । ଦହି ଖାଇଲେ ପେଟ ସ୍ବାସ୍ଥ୍ୟ ମଧ୍ୟ ବଜାୟ ରହେ ।

ପାନମଧୁରୀ-ସାଧାରଣତଃ ଜାଣିଥିବେ ଯେକୌଣସି ଖାଦ୍ୟ ଖାଇବା ପରେ ପାନମଧୁରୀ ଖାଇବାକୁ ଦିଆଯାଏ । ଏହା ପେଟ ପାଇଁ ବେଶ୍ ଲାଭଦାୟକ । ଏହା ସହ ପାନମଧୁରୀ ସେବନ କରିବା ଦ୍ବାରା ଉଦାସୀନତା ମଧ୍ୟ ନିୟନ୍ତ୍ରଣ ହୋଇପାରେ ।

ଅମୃତଭଣ୍ଡା-ଅମୃତଭଣ୍ଡା ସ୍ବାସ୍ଥ୍ୟ ପାଇଁ ସର୍ବୋଉତ୍ତମ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ତା' ସାଙ୍ଗକୁ ମସ୍ତିଷ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ପ୍ରଭାବୀ । ଯେଉଁମାନେ ପ୍ରିତିନ ଅମୃତଭଣ୍ଡା ଖାଆନ୍ତି ସେମାନଙ୍କର ଉଦାସୀନତା ସମସ୍ୟା ଦୂର ହୋଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.