ETV Bharat / sukhibhava

5 ପ୍ରକାରର ବ୍ୟାକ୍ଟେରିଆ କାରଣରୁ ବର୍ଷକରେ ଯାଇଛି 6.8 ଲକ୍ଷ ଭାରତୀୟଙ୍କ ଜୀବନ

author img

By

Published : Nov 22, 2022, 5:41 PM IST

କେବଳ ଭୂତାଣୁ ନୁହନ୍ତି, ବ୍ୟାକ୍ଟିରିଆ ମଧ୍ୟ ମାନବ ସମାଜ ପାଇଁ ବିପଦର କାରଣ ସାଜିଛନ୍ତି ରିପୋର୍ଟ ଅନୁସାରେ କେବଳ ଭାରତରେ ଗୋଟିଏ ବର୍ଷରେ 6.8 ଲକ୍ଷ ଲୋକଙ୍କ ଜୀବନ ଯାଇଛି । 5ଟି ପ୍ରକାରର ବ୍ୟାକ୍ଟେରିଆ ଏହାର ମୁଖ୍ୟ କାରଣ । ଅଧିକ ପଢନ୍ତୁ

Etv Bharat5 ପ୍ରକାରର ବ୍ୟାକ୍ଟେରିଆ କାରଣରୁ ବର୍ଷକରେ ଯାଇଛି 6.8 ଲକ୍ଷ ଭାରତୀୟଙ୍କ ଜୀବନ
Etv Bharat5 ପ୍ରକାରର ବ୍ୟାକ୍ଟେରିଆ କାରଣରୁ ବର୍ଷକରେ ଯାଇଛି 6.8 ଲକ୍ଷ ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ: ବ୍ୟାକ୍ଟେରିଆ କାରଣରୁ ଗୋଟିଏ ବର୍ଷରେ 6 ଲକ୍ଷ 80 ହଜାର ଭାରତୀୟଙ୍କ ମୃତ୍ୟୁ । ଲାନ୍ସେଟ ପତ୍ରିକା (The Lancet journal) ରିପୋର୍ଟ ଅନୁସାରେ 2019 ରେ 5 ପ୍ରକାରର ବ୍ୟାକ୍ଟେରିଆ କାରଣରୁ କେବଳ ଭାରତରେ ମୃତ୍ୟୁସଂଖ୍ୟା 6 ଲକ୍ଷ 80 ହଜାର(Five bacteria types claimed 6.8 lakh lives in India in 2019) । ରିପୋର୍ଟ ଅନୁସାରେ, ଏହି ବର୍ଷ ବିଭିନ୍ନ ବ୍ୟାକ୍ଟେରିଆ ମୃତ୍ୟୁର ଦ୍ବିତୀୟ କାରଣ ହୋଇ ଥିବାବେଳେ ବିଶ୍ବରେ ପ୍ରତି 8 ଜଣଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଏହି ପାଞ୍ଚ ପ୍ରକାରର ବ୍ୟାକ୍ଟେରିଆ ହେଉଛନ୍ତି, ଇ.କୋଲି(E. coli), ଏସ୍ ନିମୋନିଆ(S. pneumoniae), କେ ନିମୋନିଆ(K. pneumoniae), ଏସ୍ ଅରିଅସ୍(S. aureus) ଏବଂ ଏ ବୌମାନୀ(A. baumanii) । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, 2019 ରେ ବିଶ୍ବରେ 7.7 ନିୟୁତ(77 ଲକ୍ଷ) ମୃତ୍ୟୁ 33 ଟି ସାଧାରଣ ଜୀବାଣୁ ସଂକ୍ରମଣ କାରଣରୁ ହୋଇ ଥିବାବେଳେ କେବଳ ଏହି ପାଞ୍ଚଟି ଜୀବାଣୁ ସମସ୍ତ ମୃତ୍ୟୁର ଅଧାଭାଗ ଲୋକଙ୍କୁ ସଂକ୍ରମିତ କରିଥିଲା । ମାରାତ୍ମକ ଏହି ଜୀବାଣୁ ଜନିତ ରୋଗ ସଂକ୍ରମଣର ପ୍ରକାର ସ୍ଥାନ ଏବଂ ବୟସ ଅନୁଯାୟୀ ଭିନ୍ନ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଭାରତରେ ପାଞ୍ଚଟି ଜୀବାଣୁ ଇ.କୋଲି, ଏସ୍ ନିମୋନିଆ, କେ ନିମୋନିଆ, ଏସ୍ ଆରିଅସ୍ ଏବଂ ଏ ବୌମାନୀ 2019 ରେ ଭାରତରେ 6 ଲକ୍ଷ 78 ହଜାର 846 (ପାଖାପାଖି 6.8 lakh) ଲୋକଙ୍କ ଜୀବନ ନେଇଛି । ଏମାନଙ୍କ ମଧ୍ୟରୁ ସବୁଠୁ ମାରାତ୍ମକ ଜୀବାଣୁ ଭାବେ ଇ. କୋଲି ଚିହ୍ନଟ ହୋଇଛି । ଏହି ଜୀବାଣୁ କାରଣରୁ 1 ଲକ୍ଷ 57 ହଜାର 82(1.57 ଲକ୍ଷ) ଜଣଙ୍କ ଜୀବନ ନେଇଛି ।

ରିପୋର୍ଟ ଅନୁସାରେ ବିଶ୍ବସ୍ତରରେ, ବ୍ୟାକ୍ଟେରିଆ ସଂକ୍ରମଣ ଇସକେମିକ୍ ହୃଦ୍ ରୋଗରେ ଦ୍ୱିତୀୟ କାରଣ ଥିଲା, ଯାହା 2019 ବର୍ଷର ମୃତ୍ୟୁସଂଖ୍ୟାର ମୁଖ୍ୟ କାରଣ ଥିଲା । ଅଧିକ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ କ୍ଷମତା ସହିତ ଶକ୍ତିଶାଳୀ ସ୍ୱାସ୍ଥ୍ୟ ପ୍ରଣାଳୀ ଗଠନ, ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରିବା ଏବଂ ଆଣ୍ଟିବାୟୋଟିକ୍ ବ୍ୟବହାରକୁ ଅପ୍ଟିମାଇଜ୍ କରିବା ସାଧାରଣ ଜୀବାଣୁ ସଂକ୍ରମଣ ଦ୍ବାରା ହେଉଥିବା ରୋଗର ଭାରକୁ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗବେଷକମାନେ କହିଛନ୍ତି ।

ପ୍ରଥମ ଥର ପାଇଁ ଏହି ନୂତନ ତଥ୍ୟ ବ୍ୟାକ୍ଟେରିଆ ସଂକ୍ରମଣ ରୋକିବା ଦିଗରେ ଆହ୍ବାନ ପ୍ରଦାନ କରେ ବୋଲି ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏସନ୍(IHME) ର ସହ ଲେଖକ ତଥା ନିର୍ଦ୍ଦେଶକ ଖ୍ରୀଷ୍ଟୋଫର୍ ମୁରେ କହିଛନ୍ତି । ସ୍କୁଲ୍ ଅଫ୍ ମେଡିସିନ୍, ଯୁକ୍ତରାଷ୍ଟ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.