ETV Bharat / sukhibhava

Light Pollution: ମଧୁମେହ ବିପଦ ବଢାଉଛି ମନୁଷ୍ୟକୃତ ଆଲୋକ

author img

By

Published : Nov 18, 2022, 6:45 PM IST

ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଲାଇଟ୍ ପଲ୍ୟୁସନ୍ କାରଣରୁ ମଧୁମେହ ଆଶଙ୍କା ବୃଦ୍ଧି ପାଉଛି । ଜାଣନ୍ତୁ ଲାଇଟ୍ ପଲ୍ୟୁସନ କଣ ।

Light Pollution: ମୁଣ୍ଡ ଟେକିଲାଣି ଆଉ ଏକ ପ୍ରଦୂଷଣ ଲାଇଟ୍, ଜାଣନ୍ତୁ ଏହା କ'ଣ
Light Pollution: ମୁଣ୍ଡ ଟେକିଲାଣି ଆଉ ଏକ ପ୍ରଦୂଷଣ ଲାଇଟ୍, ଜାଣନ୍ତୁ ଏହା କ'ଣ

ହାଇଦ୍ରାବାଦ: ବାୟୁ ପ୍ରଦୂଷଣ କିମ୍ବା ଶବ୍ଦ ପ୍ରଦୂଷଣ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣ ଲାଇଟ୍ ପ୍ରଦୂଷଣ(Light Pollution) ବିଷୟରେ ଶୁଣିଛନ୍ତି କି ? ଏପରି ପ୍ରଦୂଷଣ ବାବଦରେ ଶୁଣି ନଥିଲେ ମଧ୍ୟ ଏହା ଆମ ଆଖ ପାଖରେ ଥାଇ ରୋଗ ସମସ୍ୟା ସୃଷ୍ଟି କରୁଛି । ଆଜ୍ଞା ହଁ ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଲାଇଟ୍ ପଲ୍ୟୁସନ୍ କାରଣରୁ ମଧୁମେହ ଆଶଙ୍କା ବୃଦ୍ଧି ପାଉଛି(Exposure to artificial light at night is associated with risk of diabetes) । ତେବେ ଅତ୍ଯଧିକ ଆଲୋକ ବା ଆବଶ୍ୟକତା ଠାରୁ ଅଧିକ ଆଲୋକ ବିକିରଣ ଲାଇଟ୍ ପଲ୍ୟୁସନ୍ ।

ଅନୁସନ୍ଧାନ ଅନୁଯାୟା, ଅତ୍ୟଧିକ ଆଲୋକ ବିକିରଣ ହେଉଥିବା କୃତ୍ରିମ ଆଲୋକ ମଧୁମେହ ରୋଗକୁ ଆମନ୍ତ୍ରଣ କରୁଛି । ସମସ୍ତ ପ୍ରକାର କୃତ୍ରିମ ଆଲୋକ, ମୋବାଇଲ୍-ଲାପଟପ୍, ଏଲଇଡି, କାର୍ ହେଡ୍ ଲାଇଟ୍ କିମ୍ବା ହୋର୍ଡିଂର ଉଜ୍ଜ୍ୱଳ ଆଲୋକ ମଧୁମେହର ଶିକାର କରିପାରେ ।

ଅନୁସନ୍ଧାନରେ ପ୍ରକାଶ ପାଇଥିବା ତଥ୍ୟ:-

ମାନବ ସ୍ବାସ୍ଥ୍ୟ ଉପରେ କୃତ୍ରିମ ଆଲୋକର ପ୍ରଭାବ ଜାଣିବା ପାଇଁ ଚୀନରେ ପ୍ରାୟ 1 ଲକ୍ଷ ଲୋକଙ୍କ ଉପରେ ଗବେଷଣା କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ଷ୍ଟ୍ରିଟ୍ ଲାଇଟ୍ ଏବଂ ସ୍ମାର୍ଟଫୋନ୍ ପରି ସମସ୍ତ କୃତ୍ରିମ ଆଲୋକ ମଧୁମେହ ହେବାର ଆଶଙ୍କା 25 ପ୍ରତିଶତ ବଢାଇପାରେ । ଅନୁସନ୍ଧାନ ଅନୁଯାୟୀ, ଏହି ଆଲୋକଗୁଡ଼ିକ, ମାନବ ଶରୀର ବଡ଼ି କ୍ଲକ୍‌କୁ ବଦଳାଇ ଦେଇଥାଏ । ଏହି କାରଣରୁ, ଆମ ଶରୀରର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାର କ୍ଷମତା କମିଯାଏ ।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ବିଶ୍ବର 80% ଲୋକ ରାତିର ଅନ୍ଧକାରରେ ଲାଇଟ୍ ପ୍ରଦୂଷଣର ଶିକାର ହେଉଛନ୍ତି । ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କେବଳ ଚୀନରେ 90 ଲକ୍ଷ ଲୋକ ଲାଇଟ୍ ପ୍ରଦୂଷଣ ହେତୁ ମଧୁମେହର ଶିକାର ହୋଇଛନ୍ତି । ଏହି ଲୋକମାନେ ଚୀନର 162 ସହରରେ ବାସ କରନ୍ତି । ଚୀନ୍‌ର ଅଣ-ସଂକ୍ରାମକ ରୋଗ ନିରୀକ୍ଷଣ ଅଧ୍ୟୟନରେ ଏହି ସବୁ ଚିହ୍ନଟ କରାଯାଇଥିଲା । ଏଥିରେ ଏହି ଲୋକମାନଙ୍କର ସମ୍ପୂର୍ଣ୍ଣ ଜୀବନଶୈଳୀର ବିବରଣୀ ରହିଛି ।

ଅନୁସନ୍ଧାନରୁ ଏହା ମଧ୍ଯ ଜଣାପଡିଛି ଯେ, ଅଧ୍ୟୟନ କରାଯାଇଥିବା ଲୋକଙ୍କ ମଧ୍ୟର, 28 ପ୍ରତିଶତ ଲୋକ କ୍ରମାଗତ ଭାବରେ କୃତ୍ରିମ ଆଲୋକରେ ଦୀର୍ଘ ସମୟ ଧରି ଅନ୍ଧାରରେ ରହି ଖାଦ୍ୟ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାର କାରଣ ହେଲା ଲୋକଙ୍କଠାରେ ମେଲାଟୋନିନ୍ ହରମୋନ୍ ଉତ୍ପାଦନ ହ୍ରାସ ପାଇବା । ବାସ୍ତବରେ, ଏହି ହରମୋନ୍ ଆମର ମେଟାବୋଲିକ୍ ସିଷ୍ଟମକୁ ଭଲ ରଖେ । କେବଳ ଏତିକି ନୁହେଁ, ଦୀର୍ଘ ସମୟ ଆଲୋକରେ ରହି ଶରୀରର ଗ୍ଲୁକୋଜ ସ୍ତର କିଛି ନ ଖାଇ ମଧ୍ୟ ବୃଦ୍ଧି ପାଇବାକୁ ଲାଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.