ETV Bharat / sukhibhava

ମାସିକ ଋତୁସ୍ରାବ ପ୍ରକ୍ରିୟାକୁ ପ୍ରଭାବିତ କରୁଛି କୋଭିଡ ମହାମାରୀ ଜନିତ ଚାପ

author img

By

Published : Oct 30, 2022, 9:30 AM IST

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ମହାମାରୀ ସହ ଜଡିତ ଉଚ୍ଚ ଚାପ ଥିବା ମହିଳାମାନେ କମ୍ ଚାପ ଥିବା ମହିଳାଙ୍କ ତୁଳନାରେ ଋତୁସ୍ରାବ ଚକ୍ର ପରିବର୍ତ୍ତନ ହେବାର ସମ୍ଭାବନା ଦୁଇଗୁଣ ଅଧିକ(Pandemic-induced stress affects menstrual cycle) ।

କୋଭିଡ ମହାମାରୀ-ଜନିତ ଚାପ ମାସିକ ଋତୁସ୍ରାବ ପ୍ରକ୍ରିୟାକୁ ପ୍ରଭାବିତ କରୁଛି
କୋଭିଡ ମହାମାରୀ-ଜନିତ ଚାପ ମାସିକ ଋତୁସ୍ରାବ ପ୍ରକ୍ରିୟାକୁ ପ୍ରଭାବିତ କରୁଛି

ନ୍ୟୁୟର୍କ: କୋରୋନା ପାଣ୍ଡାମିକ୍ ସମ୍ବନ୍ଧୀୟ ଚାପରେ ଥିବା ମହିଳାମାନଙ୍କର ଋତୁସ୍ରାବ ଚକ୍ର ପ୍ରଭାବିତ ପ୍ରଭାବିତ ହେଉଛି । ଏକ ନୂତନ ଅନୁସନ୍ଧାନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ନୂତନ ଅନୁସନ୍ଧାନ ଅନୁଯାୟୀ, ମହାମାରୀ ସହ ଜଡିତ ଉଚ୍ଚ ଚାପ ଥିବା ମହିଳାମାନେ କମ୍ ଚାପ ଥିବା ମହିଳାଙ୍କ ତୁଳନାରେ ଋତୁସ୍ରାବ ଚକ୍ର ପରିବର୍ତ୍ତନ ହେବାର ସମ୍ଭାବନା ଦୁଇଗୁଣ ଅଧିକ(Pandemic-induced stress affects menstrual cycle) ।

ଏନେଇ ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅବଷ୍ଟେଟ୍ରିକ୍ସ ଆଣ୍ଡ ଗାଇନାକଲୋଜି ପତ୍ରିକାରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ପରୀକ୍ଷାରେ ଭାଗ ନେଇଥିବା ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଅଧାଭାଗ ମହିଳାଙ୍କର ମାସିକ ଋତୁସ୍ରାବ ଅବଧି, ପ୍ରବାହ କିମ୍ବା ଅନିୟମିତତା ରିପୋର୍ଟ କରିଥିଲେ । ଅନୁସନ୍ଧାନର ମୁଖ୍ୟ ଲେଖକ କହିଛନ୍ତି ଯେ, କୋଭିଡ୍ ପାଣ୍ଡାମିକ୍ ପରଠାରୁ ଅଧିକାଂଶ ମହିଳା ଓ ଯୁବତୀ ଏ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନଙ୍କ ବାର୍ତ୍ତାଳପରେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଋତୁସ୍ରାବରେ ପରିବର୍ତ୍ତନ ହେତୁ ମହିଳାଙ୍କ ଶରୀରରେ ଚାପ ମଧ୍ୟ ବୃଦ୍ଧି ହୋଇପାରେ । ଅନୁସନ୍ଧାନକାରୀ ଟିମ୍, ମାର୍ଚ୍ଚ 2020 ରୁ ମେ' 2021 ମଧ୍ୟରେ ଏକ ବୈଧ କୋଭିଡ୍ -19 ଷ୍ଟ୍ରେସ୍ ସ୍କେଲ୍ ଏବଂ ମହିଳାଙ୍କ ପକ୍ଷରୁ ରିପୋର୍ଟ ହୋଇଥିବା ମାସିକ ଋତୁଚକ୍ର ପରିବର୍ତ୍ତନକୁ ନେଇ ଏକ ଦୁଇ-ଭାଗ ସର୍ଭେ କରିଥିଲେ ।

ସେମାନେ ଏହି ନମୁନାକୁ 18 ରୁ 45 ବର୍ଷ ବୟସ୍କ ମହିଳାଙ୍କ ପାଇଁ ସୀମିତ ରଖିଥିଲେ ଯେଉଁମାନେ ମହିଳା ଭାବରେ ପରିଚିତ ହୋଇଥିଲେ ଏବଂ ହରମୋନାଲ ଜନ୍ମ ନିୟନ୍ତ୍ରଣ ଔଷଧ ନେଉନଥିଲେ । ସର୍ବେକ୍ଷଣର ଉଭୟ ଅଂଶ ସମାପ୍ତ କରିଥିବା 354 ମହିଳାଙ୍କ ମଧ୍ୟରୁ 10.5 ପ୍ରତିଶତ ଉଚ୍ଚ ଚାପ ବିଷୟରେ ଜଣାଇଛନ୍ତି ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଉଚ୍ଚ କୋଭିଡ-19 ଚାପ ଥିବା ମହିଳାମାନେ ମାସିକ ଋତୁସ୍ରାବର ଅବଧିରେ ବିଳମ୍ବ, ଅନିୟମିତତା ଇତ୍ୟାଦିର ସମ୍ମୁଖୀନ ହେଉଛନ୍ତି । ଉଚ୍ଚ ଚାପ ଗୋଷ୍ଠୀରେ ଅଧିକ ଋତୁସ୍ରାବ ପ୍ରବାହ ଦିଗକୁ ମଧ୍ୟ ସୂଚିତ କରୁଥିଲା, ମାତ୍ର ଏହି ଫଳାଫଳ ପରିସଂଖ୍ୟାନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନଥିଲା ।

ପ୍ରାୟ 12 ପ୍ରତିଶତ ଅଂଶଗ୍ରହଣକାରୀ ଚାରୋଟି ମାସିକ ଋତୁଚକ୍ର ବୈଶିଷ୍ଟ୍ୟରେ ପରିବର୍ତ୍ତନ ବିଷୟରେ ଜଣାଇଥିଲେ, ଯାହା ଉଦ୍‌ବେଗଜନକ ବୋଲି କହିଛନ୍ତି ଅନୁସନ୍ଧାନକାରୀ । ଏହି ଅଧ୍ୟୟନ ବିଶ୍ୱସ୍ତରରେ Covid-19 ଚାପ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗବେଷଣା ପାଇଁ ପ୍ରେରଣା ଯୋଗାଇବ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.