ETV Bharat / sukhibhava

ଖାଦ୍ୟ ସେବନ ପରେ କରନ୍ତୁ ଚାଲିବା ଅଭ୍ୟାସ, ମିଳିବ ଏହି ଫାଇଦା

author img

By ETV Bharat Odisha Team

Published : Oct 18, 2023, 12:41 PM IST

ଖାଦ୍ୟ ସେବନ ପରେ କରନ୍ତୁ ଚାଲିବା ଅଭ୍ୟାସ । ପ୍ରତିଦିନ ଚାଲିବା ଦ୍ବାରା ଏହି ସ୍ବାସ୍ଥ୍ୟଲାଭ ମିଳିଥାଏ । ଅଧିକ ପଢ଼ନ୍ତୁ

Walking is better after eating
Walking is better after eating

ହାଇଦ୍ରାବାଦ: ସମୟ ଅନୁସାରେ ବଦଳିଛି ଲୋକଙ୍କ ଜୀବନଶୈଳୀ । ବ୍ୟସ୍ତବହୁଳ ଜୀବନ ଭିତରେ ବ୍ୟାୟାମତ ଦୂରର କଥା ସଠିକ ସମୟରେ ଖାଦ୍ୟ ମଧ୍ୟ ଖାଇ ପାରୁନାହାନ୍ତି ଲୋକେ । ତେବେ ଦୀର୍ଘ ସମୟ ଧରି ସୁସ୍ଥ ରହିବା ଏବଂ ଫିଟ୍ ରହିବା ପାଇଁ ବିଶେଷଜ୍ଞ ମାନେ ସର୍ବଦା ଚାଲିବା ଏବଂ ଦୌଡ଼ିବାକୁ ସୁପାରିଶ କରନ୍ତି । ସମସ୍ତେ ଜାଣନ୍ତି ଚାଲିବା ଦ୍ବାରା ଶରୀର ସୁସ୍ଥ ରହିଥାଏ । ଦିନକୁ ଅଧଘଣ୍ଟା ଚାଲିବା ଦ୍ବାରା ମନ ଏବଂ ଶରୀର ସୁସ୍ଥ ରହିଥାଏ । ତେବେ ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଖାଦ୍ୟ ଖାଇବାର ଅଧଘଣ୍ଟା ପରେ 15 ମିନିଟ ଚାଲିବା ଦ୍ବାରା ଶରୀରକୁ ଅନେକ ଲାଭ ହୋଇଥାଏ ବୋଲି ଜଣାପଡ଼ିଛି ।

* ଖାଦ୍ୟ ଖାଇବା ପରେ ଚାଲିବା ଦ୍ବାରା ଶରୀରରେ ଏକ ଏନ୍‌ଜାଇମ୍‌ କ୍ଷରିତ ହୋଇଥାଏ । ଯାହାକୁ ପେପସିନ୍‌ କୁହାଯାଏ । ଯାହାକି ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏହାସହ ଶୂଳରୋଗ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

* ରାତ୍ରି ଭୋଜନ ବା ଡିନର୍‌ ପରେ ଚାଲିବା ପରେ କେବଳ ଶାରୀରିକ ନୁହେଁ ଏହାର ପ୍ରଭାବ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ଯାହାଦ୍ବାରା ନିଦ୍ରାହୀନତା ସମସ୍ୟା ଦୂର କରିଥାଏ ।

* ଖାଦ୍ୟ ଖାଇବା ପରେ ଚାଲିବା ଦ୍ବାରା ମେଟାବୋଲିଜିମ ସିଷ୍ଟମ୍‌ ଉନ୍ନତ ହେବା ସହିତ ଫ୍ୟାଟ ମଧ୍ୟ ବର୍ଣ୍ଣ ହୋଇଥାଏ । ଯାହାକି ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କାକୁ କମ କରିଥାଏ । ଏହାସହ ଓଜନ ବୃଦ୍ଧିକୁ ମଧେୟ ରୋକିଥାଏ ।

* ଖାଦ୍ୟ ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । କିନ୍ତୁ ଖାଦ୍ୟ ସେବନ ପରେ ଚାଲିବା ଦ୍ବାରା ଶରୀରରୁ ଏକ ଇନ୍‌ସୁଲିନ କ୍ଷରିତ ହୋଇଥାଏ । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

* ଉଚ୍ଚ ରକ୍ତଚାପ ହୃଦଘାତ ଏବଂ ଷ୍ଟ୍ରୋକ୍‌ର କାରଣ ହୋଇଥାଏ । ତେବେ ଖାଦ୍ୟ ଖାଇବା ପରେ ଅତି କମରେ 10 ମିନିଟ ଚାଲିବା ଦ୍ବାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: Running or Walking: ଚାଲିବା ନା ଦୌଡିବା କେଉଁଟା ସ୍ବାସ୍ଥ୍ୟ ପକ୍ଷେ ଉପଯୋଗୀ ? ଜାଣନ୍ତୁ

* ଦ୍ରୁତ ଗତିରେ ଚାଲିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା 9.3 ପ୍ରତିଶତ କମିଯାଏ ।

* ରକ୍ତଚାପର ଆଶଙ୍କା 7.2 ପ୍ରତିଶତ କମିଯାଏ ।

* ମଧୁମେହ ହେବାର ଆଶଙ୍କା 12 ପ୍ରତିଶତ ହ୍ରାସ କରାଯାଇପାରେ ।

* କୋଲେଷ୍ଟ୍ରଲ ଆଶଙ୍କା 4.3 ପ୍ରତିଶତ ହ୍ରାସ ହୋଇପାରେ ।

* ଦୈନିକ 10 ହଜାର ଷ୍ଟେପ ଚାଲିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା କମିଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.