ETV Bharat / sukhibhava

ଆଖିର ବୟସ ବୃଦ୍ଧି କିଡନୀ ଫେଲୱେର ବିପଦ ଆକଳନ କରିପାରିବ

author img

By

Published : Dec 7, 2022, 2:16 PM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ, ଆଖିର ବୟସ ବୃଦ୍ଧି କିଡନୀ ଫେଲୱେର ବା କିଡନୀ ସମସ୍ୟାର ଆକଳନ କରିପାରେ(Aging in eye can predict kidney failure risk) । ଅଧିକ ପଢନ୍ତୁ

ଆଖିର ବୟସ ବୃଦ୍ଧି କିଡନୀ ଫେଲୱେର ବିପଦ ଆକଳନ କରିପାରିବ
ଆଖିର ବୟସ ବୃଦ୍ଧି କିଡନୀ ଫେଲୱେର ବିପଦ ଆକଳନ କରିପାରିବ

ଲଣ୍ଡନ: ଆଖିର ବୟସ ବୃଦ୍ଧି କିଡନୀ ଫେଲୱେର ବା କିଡନୀ ସମସ୍ୟାର ଆକଳନ କରିପାରେ(Aging in eye can predict kidney failure risk) । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଅନୁସନ୍ଧାନ ଅନୁସାରେ ପ୍ରତିବର୍ଷ ରେଟିନାଲର ବୟସ ବୃଦ୍ଧି କିଡନୀ ଫେଲୱରର 10 ପ୍ରତିଶକ ଅଧିକ ବିପଦ ସହ ଜଡିତ । ଦୀର୍ଘ 11 ବର୍ଷ ଧରି ବ୍ରିଟେନର 35 ହଜାର 864 ବାସିନ୍ଦାଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି ।

ପୀର-ରିଭ୍ୟୁରେ ହୋଇଥିବା ଆମେରିକୀୟ ଜର୍ନାଲ୍ ଅଫ୍ କିଡନୀ ଡିଜିଜ୍ (AJKD) ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ରେଟିନାଲ୍ ବୟସର ଏକ ବର୍ଷର ବୃଦ୍ଧିକୁ ରେଟିନାଲ୍ ମାଇକ୍ରୋଭସ୍କ୍ୟୁଲେଚର୍ ପରିବର୍ତ୍ତନ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା । ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, "ଏହା ସହିତ ଜଡିତ ଅସୁସ୍ଥତା ଏବଂ ମୃତ୍ୟୁହାରକୁ ଦୃଷ୍ଟିରେ ରଖି କିଡନୀ ଫେଲୱେରର ପ୍ରାରମ୍ଭିକ ଆକଳନ ବାୟୋମାର୍କର୍ ଚିହ୍ନଟ କରିବାର ଏକ ଜରୁରୀ ଆବଶ୍ୟକତା ଅଛି । କିଡନୀ ଫେଲୱେର ସହିତ ଜଡିତ ରେଟିନାଲ ବୟସ ବୃଦ୍ଧି ବାୟୋମାର୍କର୍ ଜଡିତ କିନ୍ତୁ ଏଗୁଡିକର କ୍ଲିନିକାଲ୍ ପ୍ରୟୋଗ ଏକ ଚ୍ୟାଲେଞ୍ଜ ।"

ବୈଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି ଯେ, "ରେଟିନାଲର ବୟସ ବୃଦ୍ଧି କିଡନୀ ଫେଲୱେରର ଲାଷ୍ଟ ଷ୍ଟେଜ୍ ବାବଦରେ ଜଣାପଡିଥାଏ । ବାୟୋମାର୍କର୍ ଭାବରେ ବ୍ୟବହୃତ ଫଣ୍ଡସ୍ ଇମେଜ୍ ଉପରେ ଆଧାର କରି ଆମେ ପୂର୍ବରୁ ରେଟିନାଲ୍ ବୟସକୁ ବିକଶିତ କରିଛୁ ଏବଂ ବୈଧ କରିଛୁ । ତଥାପି, ESKD(End stage kidney disease) ସହିତ ରେଟିନାଲ୍ ବୟସର ଲିଙ୍କ୍ ଥିବା ସ୍ପଷ୍ଟ ହୋଇନାହିଁ । ଆମେ ରେଟିନାଲ୍ ବୟସ ଓ କ୍ରୋନୋଲୋଜିକାଲ୍ ଏଜ୍, ରେଟିନାଲ ବୟସ ମଧ୍ୟରେ ଥିବା ଅନ୍ତର ଏବଂ ଭବିଷ୍ୟତ ESKD ବିପଦ ମଧ୍ୟରେ ଥିବା ଲିଙ୍କ୍ ଉପରେ ଅନୁଧ୍ୟାନ କରୁଛୁ ।"

ଅଧ୍ୟୟନରେ, ରେଟିନା ବୟସ ବ୍ୟବଧାନ (ରେଟିନା-ପୂର୍ବାନୁମାନିତ ବୟସରୁ କ୍ରୋନୋଲୋଜିକାଲ୍ ବୟସର ବିୟୋଗ), ରେଟିନାଲ୍ ଇମେଜିଙ୍ଗ୍ ଉପରେ ଆଧାରିତ ଏକ କ୍ଲିନିକାଲ୍ ବୈଧ ଏବଂ କୃତ୍ରିମ ବୁଦ୍ଧିମତା(Artificial Intelligence) ଚାଳିତ ବାର୍ଦ୍ଧକ୍ୟ ବାୟୋମାର୍କର୍, ବ୍ରିଟେନ ବାସିନ୍ଦାଙ୍କ ମଧ୍ୟରେ କିଡନୀ ଫେଲୱେର ଭବିଷ୍ୟତ ବିପଦ ସହିତ ଜଡିତ ଥିଲା ବୋଲି ବୈଜ୍ଞାନିକ କହିଛନ୍ତି । ଏହି ଅଣ-ଆକ୍ରମଣକାରୀ ଏବଂ ବାର୍ଦ୍ଧକ୍ୟ ବାୟୋମାର୍କର କିଡନୀ ଫେଲୱେର ପାଇଁ ଅଧିକ ବିପଦ ଥିବା ଲୋକଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବାକୁ ସହାୟକ ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.