ETV Bharat / state

ଡ୍ୟାମ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ମଡେଲ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ: ବିଶ୍ୱ ବ୍ୟାଙ୍କ

author img

By ETV Bharat Odisha Team

Published : Jan 20, 2024, 2:05 PM IST

Odisha As Role Model In Dam Safety: ଡ୍ୟାମ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ମଡେଲ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ବୋଲି କହିଲେ ବିଶ୍ବ ବ୍ୟାଙ୍କ । ଅଧିକ ପଢନ୍ତୁ

ଓଡ଼ିଶାର ମଡେଲ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ
ଓଡ଼ିଶାର ମଡେଲ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ

ଭୁବନେଶ୍ବର: ବିଶ୍ୱବ୍ୟାଙ୍କ ପକ୍ଷରୁ ଦୁଇଦିନିଆ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ମିଶନ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି । ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପର କାର୍ଯ୍ୟଧାରାର ସମୀକ୍ଷା ହୋଇଥିବା ବେଳେ ଡ୍ୟାମ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ମଡେଲ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ବୋଲି କୁହାଯାଇଛି।

ଓଡିଶାର ଉନ୍ନୟନ କମିଶନର ଅନୁ ଗର୍ଗ ଏହି ଅଧିବେଶନକୁ ଉଦଘାଟନ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଏବଂ ଜଳ ନିରାପତ୍ତା ଉପରେ ବଢୁଥିବା ଆହ୍ୱାନ ଉପରେ ସେ ଆଲୋକପାତ କରିଛନ୍ତି । ତାଙ୍କ କହିବା ଅନୁସାରେ, "ବେଳେବେଳେ ବର୍ଷକୁ ଦୁଇଥର ମଧ୍ୟ ଓଡ଼ିଶା ବାତ୍ୟାର ସମ୍ମୁଖୀନ ହେଉଛି । ଯେକୌଣସି ପରିସ୍ଥିତିରେ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ଭଲ ଭାବରେ ଦସ୍ତାବିଜ ହୋଇଥିବା ଜରୁରୀକାଳୀନ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ଓଡ଼ିଶାରେ ୨୧୦ରୁ ଅଧିକ ନିର୍ଦ୍ଦିଷ୍ଟ ଡ୍ୟାମ ରହିଛି । ସେଥିମଧ୍ୟରୁ ୬୦ ପ୍ରତିଶତ ଡ୍ୟାମର ବୟସ ୩୦ ବର୍ଷ ଅତିକ୍ରମ କରିଛି । ଯେଉଁଥିପାଇଁ ଆମକୁ ବାସ୍ତବରେ ଡ୍ୟାମ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ନିକଟ ଅତୀତରେ ଏଭଳି ଅନେକ ଘଟଣା ଘଟିଛି, ଯାହା ଡ୍ୟାମ ସୁରକ୍ଷା ପ୍ରସଙ୍ଗରେ ଅଧିକ ଧ୍ୟାନ ଦେବାକୁ ଡ୍ୟାମ ବିଶେଷଜ୍ଞମାନଙ୍କୁ ବାଧ୍ୟ କରିଛି । ନିକଟରେ ସିକିମ ଓ ଲିବିୟାରେ ଡ୍ୟାମ ଅଚଳ ହେବାର ଉଦାହରଣ ରହିଛି ।"

ଉନ୍ନୟନ କମିଶନର ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ୪୦ପ୍ରତିଶତ ମହିଳାଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ ଡ୍ୟାମ ସେଫ୍ଟି ସଂଗଠନ ରହିଛି । ଯେଉଁମାନେ ଡ୍ୟାମ ସୁରକ୍ଷା ଉପରେ ଦକ୍ଷତା ରଖିଛନ୍ତି । ରାଜ୍ୟରେ ଡ୍ୟାମ ଗୁଡ଼ିକର ସୁରକ୍ଷା କାର୍ଯ୍ୟକଳାପ ଉପରେ ନିରନ୍ତର ତଦାରଖ ଏବଂ ରକ୍ଷଣାବେକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଅତ୍ୟନ୍ତ ଖରାପ ସ୍ଥିତିରେ ଥିବା ଡ୍ୟାମ ଗୁଡ଼ିକର ସ୍ଥିତିରେ ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ ଏକ ପୃଥକ ରାଜ୍ୟ ବଜେଟ ଡିପିଆଇଡବ୍ଲ୍ୟ ସୃଷ୍ଟି କରାଯାଇଛି ।"

ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆନନ୍ଦ ମୋହନ, କେନ୍ଦ୍ର ସରକାରଙ୍କ ସିଡବ୍ଲୁସିର ଡ୍ରିପ -୨ ଏବଂ ଡ୍ରିପ - ୩ର ପ୍ରକଳ୍ପର ନିର୍ଦ୍ଦେଶକ ରାକେଶ କଶ୍ୟପ, ବିଶ୍ୱ ବ୍ୟାଙ୍କର ଟିଟିଏଲ ଚାବୁଙ୍ଗବାମ ରାଜ ଗୋପାଳ ସିଂ, ଏଆଇଆଇବିର ଟିଟିଏଲ ରାଜେଶ ଯାଦବ ସେମାନଙ୍କ ଭାଷଣରେ ଜଳ ସମ୍ପଦ ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଡ୍ୟାମ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ମଡେଲ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ବୋଲି ସେମାନେ କହିଥିଲେ । ବୈଠକରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଡିଭିସି, ୟୁଜେଭିଏନଏଲ ଏବଂ ଓଡିଶାର ୮ଟି କାର୍ଯ୍ୟାନ୍ୱୟନ ଏଜେନ୍ସିଙ୍କ ସହିତ ପ୍ରମୁଖ ଅନ୍ତର୍ଜାତୀୟ ଏବଂ ଜାତୀୟ ସଂସ୍ଥା, ଏମଓଜେଏସ, ସିଡବ୍ଲୁସି, ବିଶ୍ୱ ବ୍ୟାଙ୍କ ଏବଂ ଏଆଇଆଇବି ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.