ETV Bharat / state

ଭିଜିଲାନ୍ସ ଜାଲରେ ରାଉରକେଲା ଜିଏସଟି ଅଫିସର

author img

By

Published : Dec 22, 2020, 12:25 PM IST

Updated : Dec 22, 2020, 12:52 PM IST

ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ରାଉରକେଲା ଜିଏସଟି ଅଫିସର
ଭିଜିଲାନ୍ସ ଜାଲରେ ରାଉଲକେଲା ଜିଏସଟି ଅଫିସର

ରାଉରକେଲା: ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ । ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ଭିଜିଲାନ୍ସ ଜାଲରେ ରାଉରକେଲା ଜିଏସଟି ଅଫିସର

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ ଅଫିସର ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ମହାନନ୍ଦଙ୍କ ବାସଗୃହ ରାଉରକେଲା ଛେଣ୍ଡ ହାଉସିଂ ବୋର୍ଡ କଲୋନୀର ଧନୁର୍ଯୟ ଭିଲ୍ଲା ପ୍ଲଟ ନମ୍ବର l/119, ନିଜ ଗାଁ ସୁନ୍ଦରଗଡ ଜିଲ୍ଲା ମଙ୍ଗଶପୁର ବାସଗୃହ ,ଚକରପୁରରେ ତାଙ୍କ ଶଶୁର ଘର ( ଗୋପାଳପୁର, ସୁନ୍ଦରଗଡ ) ଏବଂ ତାଙ୍କ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରିଛି ରାଉରକେଲା ଭିଜିଲାନ୍ସ ।

ଏକ କାଳୀନ ଚାରିଟି ସ୍ଥାନରେ ଚଢାଉ ଜାରି ରହିଥିବାବେଳେ ତାଙ୍କ ବାସଗୃହରୁ ନଗଦ 1 ଲକ୍ଷ 22 ହଜାର ଟଙ୍କା,ଗୋଟିଏ କାର , ଗୋଟିଏ ସ୍କୁଟି ହସ୍ତଗତ ହୋଇଥିବା କହିଛନ୍ତି ଡି.ଏସ.ପି ବିରେନ୍ଦ୍ର କୁମାର ନାୟକ ଭିଜିଲାନ୍ସ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଅଲେଖ ମହାନନ୍ଦଙ୍କ ନିଜ ନାମରେ ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ଗୋପାଳପୁର କୋଲ ମାଇନ୍ସ ଅଞ୍ଚଳରେ ଏକ 35 ଡିସିମିଲ ଜମି , ସୁନ୍ଦରଗଡ ସହରର ପ୍ରମୁଖ ସ୍ଥଳରେ 3 ଡିସିମିଲ ଜମିର ପଟ୍ଟା ଓ କେତେକ ପାସବୁକ, କେତେକ ଜୀବନ ବୀମା ପଲିସି ଭିଜିଲାନ୍ସ ହାତରେ ଲାଗିଛି ।

ଗତ ତିନିଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ଗତକାଲି ବୌଦ୍ଧ ଜିଲ୍ଲା ପୌର ପରିଷଦ କର୍ମଚାରୀଙ୍କ ଘରେ ଚଢାଉ କରିଥିବା ବେଳେ ଆଜି ବ୍ରହ୍ମପୁରର ଜଣେ ଅଙ୍ଗନବାଡି କର୍ମଚାରୀଙ୍କ ଘରେ ଚଢାଉ କରିଛି ।

ରାଉରକେଲାରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Dec 22, 2020, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.