ETV Bharat / state

ସୁନ୍ଦରଗଡରେ ଓଲଟିଲା ବସ୍; ୩ ମୃତ, ୭ ଗୁରୁତର

author img

By

Published : Sep 25, 2021, 11:16 AM IST

Updated : Sep 25, 2021, 12:55 PM IST

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ମର୍ମନ୍ତୁଦ ଦୁର୍ଘଟଣା; ଓଲଟିଲା ବସ୍, ୨ ମୃତ
ସୁନ୍ଦରଗଡରେ ମର୍ମନ୍ତୁଦ ଦୁର୍ଘଟଣା; ଓଲଟିଲା ବସ୍, ୨ ମୃତ

ସୁନ୍ଦରଗଡ: ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଝଗରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ।

ସୁନ୍ଦରଗଡରେ ଓଲଟିଲା ବସ୍; ୩ ମୃତ, ୭ ଗୁରୁତର

ସୂଚନାଯୋଗ୍ୟ, ଅନୀଲ(OR16E1555) ନାମକ ଯାତ୍ରୀବାହୀ ବସ ପ୍ରାୟ ୧୫ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ରାଜଗାଙ୍ଗପୁରରେ ଉର୍ଷମେଳା ( ମୁସଲିମ ସମ୍ପ୍ରଦାୟର ପର୍ବ ) ଦେଖିବାକୁ ଯାଇଥିଲା । ବିଳମ୍ବିତ ରାତିରେ ଫେରୁଥିବାବେଳେ ୧୦ଟା ୪୫ଟା ସମୟରେ ଗାଡି ଆଗକୁ ଜଣେ ପଥଚାରୀ ହଠାତ୍ ଆସିଯିବାରୁ ବସଟି ବ୍ରେକ ମାରିଥିଲା ଏବଂ ଏହା ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସେପଟେ ଦୁର୍ଘଟଣା ପରେ ପଥଚାରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ରାଜଗାଙ୍ଗପୁର ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଗୁରୁତରଙ୍କୁ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ମହିଳା ମଧ୍ୟ ରାଉରକେଲା ହସ୍ପିଟାଲରେ ଆଖି ବୁଜିଛନ୍ତି । ବସ୍ ଆଗକୁ ଆସି ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ଜଣେ ପାଗଳ କିମ୍ବା ଭିକାରି ହୋଇଥାଇପାରନ୍ତି ବୋଲି ରାଜଗାଙ୍ଗପୁର ପୋଲିସ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Sep 25, 2021, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.