ETV Bharat / state

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, 8 ଗୁରୁତର

author img

By

Published : Mar 24, 2021, 3:18 PM IST

Updated : Mar 24, 2021, 5:53 PM IST

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, 8 ଗୁରୁତର
ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, 8 ଗୁରୁତର

15:09 March 24

ସୁନ୍ଦରଗଡ କିଞ୍ଜିରିମା ଛକରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, 8 ଗୁରୁତର ।

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, 8 ଗୁରୁତର

ସୁନ୍ଦରଗଡ:ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ । ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ କିଞ୍ଜିର୍ମା ଛକରେ ଏକ ବରଯାତ୍ରୀ ବୋଲେରୋ ( OD-16F-4975)  ସହ ଅନ୍ୟ ଏକ ବୋଲେରୋର( OR-16C-3982) ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବରଯାତ୍ରୀ ଗାଡିରେ ଥିବା 8 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ 2 ଶିଶୁକନ୍ୟା, 2 ମହିଳା ଓ 4 ଜଣ ପୁରୁଷ ଥିବା ଜଣାପଡିଛି ।  

ଏହି ବରଯାତ୍ରୀ ଦଳ ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ପିଠା ଭୂଇଁରୁ ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ କୁମୁଟି ମୁଣ୍ଡା ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ସଦର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି  । ତେବେ ଗୁରୁତରଙ୍କ ମଧ୍ୟରୁ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ଅବସ୍ଥା ସଙ୍ଗୀନ ହେବାରୁ ସେମାନଙ୍କୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଅନ୍ୟମାନେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Mar 24, 2021, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.