ETV Bharat / state

ଧାନ ବିକ୍ରି ସମସ୍ୟା ନେଇ ପଞ୍ଚାୟତରାଜ ମନ୍ତ୍ରୀଙ୍କ ବାଟ ଓଗାଳିଲେ ଚାଷୀ

author img

By

Published : Feb 11, 2021, 8:45 PM IST

ସୁନ୍ଦରଗଡ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା । ଧାନ ବିକ୍ରି କରି ନ ପାରିବା ଆଶଙ୍କାରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ରାସ୍ତା ଓଗାଳିଲେ ଚାଷୀ । ଅଧିକ ପଢନ୍ତୁ...

ଧାନ ବିକ୍ରି ସମସ୍ୟା ନେଇ ପଞ୍ଚାୟତରାଜ ମନ୍ତ୍ରୀଙ୍କ ବାଟ ଓଗାଳିଲେ ଚାଷୀ
ଧାନ ବିକ୍ରି ସମସ୍ୟା ନେଇ ପଞ୍ଚାୟତରାଜ ମନ୍ତ୍ରୀଙ୍କ ବାଟ ଓଗାଳିଲେ ଚାଷୀ

ସୁନ୍ଦରଗଡ: ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା । ଏନେଇ ଗୁରୁବାର କେତେକ ଚାଷୀ ନିଜ ଧାନ ବିକ୍ରି ନ ହେବା ଆଶଙ୍କାରେ ପଞ୍ଚାୟତରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଟ ଓଗାଳିଛନ୍ତି । ସେମାନେ ଧାନ ବିକ୍ରୟ ସମସ୍ୟା ନେଇ ସୁନ୍ଦରଗଡ ପ୍ରଦକ୍ଷିଣ ଗୃହରେ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଭେଟିବା ସହ ଘଟଣାରେ ମନ୍ତ୍ରୀଙ୍କ ନୀରବତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ମନ୍ତ୍ରୀଙ୍କ ଠାରୁ କିଛି ସ୍ପଷ୍ଟୀକରଣ ନ ପାଇବାରୁ ଜଣେ ଚାଷୀ ତାଙ୍କ ଗାଡି ଆଗରେ ଶୋଇ ପଡିଥିବା ଦେଖିବାକୁ ମିଳିଛି ।

ଧାନ ବିକ୍ରି ସମସ୍ୟା ନେଇ ପଞ୍ଚାୟତରାଜ ମନ୍ତ୍ରୀଙ୍କ ବାଟ ଓଗାଳିଲେ ଚାଷୀ

ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଧାନ ଚାଷୀ ବିକ୍ରୟ ସମସ୍ୟା ନେଇ ଗତ କିଛି ଦିନ ଧରି ଜିଲ୍ଲା ପ୍ରଶାସନ, ବେସାମରିକ ଯୋଗାଣ ବିଭାଗ ଓ ଏଆରସିଏସଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ଶେଷରେ ନିଜ ଧାନ ବିକ୍ରି କରି ନ ପାରିବାରୁ ସେମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ ରାସ୍ତା ଅଟକାଇଛନ୍ତି । ତେବେ ବୁଧବାର ଦିନ କେତେକ ଚାଷୀ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକରେ ମନ୍ତ୍ରୀଙ୍କୁ ଘେରାଉ କରିଥିବାବେଳେ ଗୁରୁବାର ଆଉ କିଛି ଚାଷୀ ସେହି ସମାନ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଦାବି କରିଛନ୍ତି । ଧାନ ବିକ୍ରି ନ ହୋଇପାରିଲେ ସେମାନେ ନିଜ ଗୁଜୁରାଣ ମେଣ୍ଟାଇବା ଓ ପିଲାଙ୍କ ପଢା ଖର୍ଚ୍ଚ ତୁଲାଇବା କାଠିକର ହେବ ବୋଲି କହିଛନ୍ତି ।

ଅପରପକ୍ଷେ ପଞ୍ଚାୟତରାଜ ମନ୍ତ୍ରୀ ଏନେଇ ଜିଲ୍ଲା ପ୍ରଶାସନ ସହିତ କଥାବାର୍ତ୍ତା କରିଥିବା ଜଣାଇବା ସହ ଭୁବନେଶ୍ବର ପହଞ୍ଚି ଯୋଗାଣ ମନ୍ତ୍ରୀ ଓ ଅନ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କ ସାଙ୍ଗରେ ଆଲୋଚନା କରି ନିର୍ଯ୍ୟାସ ବାହାର କରିବା ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.