ETV Bharat / state

ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ତଦନ୍ତ ଜାରି

author img

By

Published : May 19, 2021, 5:23 PM IST

ସୁନ୍ଦରଗଡ ଭଷ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲା ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ଅଧିକ ପଢନ୍ତୁ...

ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ତଦନ୍ତ ଜାରି
ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ତଦନ୍ତ ଜାରି

ସୁନ୍ଦରଗଡ: ଜିଲ୍ଲାର ଭଷ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲାରେ ସଡକ ଦୁର୍ଘଟଣା । ରାଜପଥ 10 ନଂ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୋଟର ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ଚନ୍ଦ୍ରଶେଖର ପଟ୍ଟନାୟକ ଓ ତାଙ୍କ ଘର ରାଉରକେଲା ଅଞ୍ଚଳର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନାମୁତାବକ, ବାଇକ ଆରୋହୀ ଜଣଙ୍କ ସୁନ୍ଦରଗଡ ପଟୁ ଝାରସୁଗୁଡା ଅଭିମୁଖେ ଯାଉଥିବାବେଳେ ସମାନ ଦିଗରୁ ଆସୁଥିବା କୌଣସି ଭାରିଯାନ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଚନ୍ଦ୍ରଶେଖରଙ୍କର ମୃତ୍ୟୁ ହୋଇଛି । ଏହି କାଣ୍ଡ ଘଟାଇବା ପରେ ଉକ୍ତ ଗାଡିର ଡ୍ରାଇଭର ଜଣକ ଫେରାର ଥିବା କହିଛନ୍ତି ଭଷ୍ମା ଥାନା ଅଧିକାରୀ । ପୋଲିସ ମୃତଦେହକୁ ଜବତ କରି ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.