ETV Bharat / state

ପିକଅପ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

author img

By

Published : Feb 15, 2023, 9:01 AM IST

ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ପିକଅପ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମୃତ ଓ ୨ ଜଣ ଗୁରୁତର । ଅଧିକ ପଢନ୍ତୁ

ସୁନ୍ଦରଗଡରେ ସଡକ ଦୁର୍ଘଟଣା
ସୁନ୍ଦରଗଡରେ ସଡକ ଦୁର୍ଘଟଣା

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବିଜାଘାଟି ନିକଟରେ ଗତକାଲି(ମଙ୍ଗଳବାର) ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପିକଅପ୍ ଭ୍ୟାନ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଅବୁ ଅନସାରୀ । ସେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଦୁର୍ଘଟଣାରେ ଗୁରୁତର ଥିବା ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗତକାଲି ବାଇକ ଯୋଗେ ତିନି ଜଣ ଯୁବକ ଗୁରୁଣ୍ଡିଆ ଅଭିମୁଖେ ଯାଉଥିଲେ । ଏତିକି ବେଳେ ବିଜାଘାଟି ନିକଟରେ ଅପରପକ୍ଷରୁ ଆସୁଥିବା ଏକ ପିକଭ୍ୟାନ ସହ ବାଇକ ଆରୋହୀ ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣାରେ ବାଇକ ଚାଳକ ଅବୁ ଅନସାରୀ ସମେତ ଶିବ ଚରଣ ପାତ୍ର ଓ ମୁସାଫା ଅଲ୍ଲୀ ହଜରତ ଗୁରୁତର ଆହତ ହୋଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଗୁରୁତର ଅବସ୍ଥାରେ ତିନି ବାଇକ ଆରୋହୀଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ଅବୁ ଅନସାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଶିବ ଚରଣ ପାତ୍ର ଏବଂ ମୁସାଫା ଅଲ୍ଲୀଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ତିନି ଜଣ ଗୁରୁଣ୍ଡିଆରେ ଜଣେ ଠିକାଦାର ଠିକା ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ । ଗତକାଲି ସମସ୍ତେ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଗୁରୁଣ୍ଡିଆ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: ନବ ଦାସ ହତ୍ୟାକାଣ୍ଡ ତଦନ୍ତ ଉପରୁ ନଜର ହଟାଇବାକୁ ବିଜେଡି କରୁଛି ଆନ୍ଦୋଳନ: ବିଜେପି

ଉଲ୍ଲେଖଯୋଗ୍ୟ, ତିନି ଦିନ ତଳେ ବଣାଇ ଉପଖଣ୍ଡ ଟିକେଟପାଲି ଥାନା ଅନ୍ତର୍ଗତ ସରସରା କୂଳକୁତା ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ବାହାଘର ପାଇଁ ପିକ୍‌ଅପ୍‌ ଗାଡିରେ ଡିଜେ ଲୋଡ୍‌ ହୋଇ ଆସୁଥିବାବେଳେ ଗାଡିଟି ଭରାସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୨୪ ବାଦ୍ୟକାର ଗୁରୁତର ଆହତ ହୋଇଥିଲେ ଏବଂ ଜଣଙ୍କର ମୃତ୍ୟୁ ଘଟିଥିଲା । ପିକଅପ୍ ଗାଡିରେ ୨୫ ଜଣ ବାଦ୍ୟକାର ଇନ୍ଦ୍ରପୁର ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଆସୁଥିବା ବେଳେ ଏପରି ଅଘଟଣ ଘଟିଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.