ETV Bharat / state

ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଆସିବେ ସାରଦା ନାୟକ, କହିଲେ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞ

author img

By

Published : May 22, 2023, 7:35 AM IST

Updated : May 22, 2023, 11:18 AM IST

ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇବ ରାଉରକେଲା ବିଧାୟକ ସାରଦା ନାୟକ । ମନ୍ତ୍ରୀ ପାହ୍ୟା ନେଇ ଫୋନ ଆସିବା ପରେ ତାଙ୍କ ଉପରେ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିବାରୁ କୃତଜ୍ଞ ବୋଲି କହିଛନ୍ତି ସାରଦା ନାୟକ । ଅଧିକ ପଢନ୍ତୁ

sarada nayak reaction after his name selected for ministerial post
sarada nayak reaction

ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଆସିବେ ସାରଦା ନାୟକ

ରାଉରକେଲା: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି ତିନି ନୂଆ ଚେହେରା । ସେମାନେ ହେଲେ ସାରଦା ନାୟକ, ବିକ୍ରମ କେଶରୀ ଆରୁଖ ଓ ସୁଦାମ ମାରାଣ୍ଡି । ତେବେ ଏମାନଙ୍କୁ କେଉଁ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିବ ତାହା ଜଣାପଡିନାହିଁ । ଆଜି (ସୋମବାର) ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ । ଏହି ତିନି ଜଣ ମନ୍ତ୍ରୀ ଭାବେ ଶପଥ ନେବେ । ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୁଖ୍ୟମନ୍ତ୍ରୀ ଅଫିସରୁ ସାରଦାଙ୍କୁ ମନ୍ତ୍ରୀ ପଦ ପାଇଁ ଫୋନ ଯିବାପରେ ରାଉରକେଲା ସହର ଉତ୍ସବ ମୁଖର ହୋଇଛି । ସାରଦା ନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ମନ୍ତ୍ରୀ ପଦ ପାଇଁ ବିଧାୟକ ସାରଦା ନାୟକଙ୍କୁ ଫୋନ ଆସିବା ପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିବାରୁ ମୁଁ କୃତଜ୍ଞ ।

କ୍ୟାବିନେଟ ପାହ୍ୟା ମିଳିବା ନେଇ ବିଧାୟକ ସାରଦା ନାୟକଙ୍କୁ ଫୋନ ଆସିବା ପରେ ସେ ପ୍ରତିକ୍ରିୟାରେ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିବାରୁ ମୁଁ କୃତଜ୍ଞ । ରାଉରକେଲାବାସୀ ସୁନ୍ଦରଗଡବାସୀଙ୍କ ନିକଟରେ ମଧ୍ୟ କୃତଜ୍ଞ । ଯେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି ସେଠାରେ ଜନସାଧାରଣଙ୍କ ସହଯୋଗ ମିଳିଛି । କାମ କରିବାକୁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଦାୟିତ୍ବ ମିଳିବ ତାକୁ ତୁଲାଇବା ପାଇଁ ଯଥାପ୍ରାଣ ଉଦ୍ୟମ କରିବି । ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଶେଷ ନିଶ୍ବାସ ଥିବା ଯାଏ ତୁଲାଇବାକୁ ଚେଷ୍ଟା କରିବି ।''

ଏହା ବି ପଢନ୍ତୁ...Cabinet Reshuffle: ଆଜି ନବୀନଙ୍କ କ୍ୟାବିନେଟରେ ସାମିଲ ହେବେ 3 ନୂଆ ମନ୍ତ୍ରୀ

ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ସାରଦା ନାୟକ । ସେ ରାଉରକେଲାରୁ 3 ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ସେ 2009ରୁ 2012 ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଥିଲେ । ଚତୁର୍ଦ୍ଦଶ ବିଧାନସଭା ମନ୍ତ୍ରୀ ଥିଲେ ସାରଦା । 2011ରୁ 2012 ଯାଏ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ଦୀର୍ଘ ବର୍ଷ ପରେ ତାଙ୍କ ଉପରେ ପୁଣି ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଥରେ ସାରଦା ନାୟକ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି ।

ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ହେବ । ପୂର୍ବାହ୍ନ 9ଟା50ରେ ସାରଦା ନାୟକଙ୍କ ସମେତ ବିକ୍ରମ କେଶରୀ ଆରୁଖ ଓ ସୁଦାମ ମାରାଣ୍ଡି ମନ୍ତ୍ରୀ ଭାବେ ଶପଥ ନେବେ । ଏହା ସହ ଅନ୍ୟ କିଛି ମନ୍ତ୍ରୀ ପଦରେ ଅଦଳବଦଳ ହୋଇପାରେ ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : May 22, 2023, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.