ETV Bharat / state

ବାଲା ମଡେଲରେ ସ୍ମାର୍ଟ ହେଉଛି ସୁନ୍ଦରଗଡର ଅଙ୍ଗନବାଡି କେନ୍ଦ୍ର

author img

By

Published : Mar 30, 2022, 9:13 AM IST

Updated : Mar 30, 2022, 9:20 AM IST

ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ପରେ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ସୋମବାର ଠାରୁ ଖୋଲିଛି ଅଙ୍ଗନାବାଡି କେନ୍ଦ୍ର । ଦୀର୍ଘଦିନ ଧରି ବନ୍ଦ ଥିବା ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଅଧିକ ପଢନ୍ତୁ

ବାଲା ମଡେଲରେ ସ୍ମାର୍ଟ ହେଉଛି ସୁନ୍ଦରଗଡ ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ର

ସୁନ୍ଦରଗଡ: ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ପରେ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ସୋମବାର ଠାରୁ ଖୋଲିଛି ଅଙ୍ଗନାବାଡି କେନ୍ଦ୍ର । ଦୀର୍ଘଦିନ ଧରି ବନ୍ଦ ଥିବା ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଆଧୁନିକ ଜ୍ଞାନ କୌଶଳର ଭରପୁର ଉପଯୋଗ କରିବା ପାଇଁ ଚାଲିଛି ପ୍ରୟାସ ।

ସ୍ମାର୍ଟ ହେଉଛି ସୁନ୍ଦରଗଡର ଅଙ୍ଗନବାଡି କେନ୍ଦ୍ର

ସୁନ୍ଦରଗଡ ହେଉଛି ଓଡିଶାର ଖଣିଜ ପ୍ରଭାବିତ ଅଞ୍ଚଳ । ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ, ପରିମଳ, ପାନୀୟ ଜଳ, ମାତୃ ଓ ଶିଶୁ ବିକାଶ, କୃଷି, ଜୀବିକା, ଦକ୍ଷତା ବିକାଶ, ଶିକ୍ଷା ଇତ୍ୟାଦି ଉପରେ ଜିଲ୍ଲା ପ୍ରଶାସନ ବିଭିନ୍ନ ଜନ କଲ୍ୟାଣମୂଳକ ପ୍ରକଳ୍ପ ଗ୍ରହଣ ହାତକୁ ନେଇଛନ୍ତି । ଓଡିଶାର ଆଦିବାସୀ ସଂଖ୍ୟାଲଘୁ ସୁନ୍ଦରଗଡ ଜିଲ୍ଲାର ଆଧୁନିକ ତଥା ନବୀକରଣ ଅଙ୍ଗନବାଡି ବର୍ତ୍ତମାନ ଜିଲ୍ଲାରେ ମୁଖ୍ୟ ଆକର୍ଷଣ ପାଲଟିଛି । ବାଲା ମଡେଲ(Building as Learning Aid) ଅନୁଯାୟୀ ବିକଶିତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ପ୍ରାଥମିକ ଶିଶୁ ଯତ୍ନ ଏବଂ ଶିକ୍ଷା (ECCE)ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଛୋଟ ପିଲାମାନଙ୍କର ଶିକ୍ଷଣ ଏବଂ କଳ୍ପନାକୁ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବାଲା ମଡେଲ ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲାର ୩୦୦୦ ଅଙ୍ଗନୱାଡି କେନ୍ଦ୍ରର ବିକାଶ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଅଛି । ବାଲା ମଡେଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କୁ ଅଙ୍ଗନୱାଡି ମୁହାଁ ହେବା କରାଇବା । ଏଥିପାଇଁ ଅଙ୍ଗୱବାଡି ଗୁଡିକରେ ଶୌଚାଳୟ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀ ମାନଙ୍କ ବସିବା ପାଇଁ ପଡିଛି ଆକର୍ଷଣୀୟ ଚେୟାର ଟେବୁଲ । ଅଙ୍ଗନବାଡି କେନ୍ଦ୍ରର ପ୍ରବେଶଠାରୁ ଆରମ୍ଭ କରି ସମସ୍ତ ପ୍ରାଚୀରରେ କରାଯାଇଛି ଭଳିକି ଭଳି ସୁନ୍ଦର ଚିତ୍ର । ଶିଶୁ ମାନେ ଯେପରି ଚିତ୍ର ଦେଖି ପାଠକୁ ସହଜରେ ମନ ରଖିପାରିବେ, ତାହାକୁ ନେଇ କେଉଁ ସ୍ଥାନରେ ଗଣିତର ସଂଖ୍ୟା ଗୁଡିକୁ ଆର୍ଟ କରାଯାଇଛି ତ ଆଉ କେଉଁଠି ଅ.. ଆ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପଶୁ ପକ୍ଷୀଙ୍କ ଚିତ୍ର ଅଙ୍କା ଯାଇଛି । ଏପରିକି ପିଲାମାନଙ୍କ ଖେଳକୁଦ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାହାକି ନିୟମିତ ବିଦ୍ୟାଳୟକୁ ଆସିବାକୁ ଶିଶୁମାନଙ୍କର ଆଗ୍ରହ ବଢାଇବାରେ ସହାୟକ ହେବ ।

  • Anganwadis in Sundargarh echoed with children's laughter as they return to the Anganwadi Centres after a prolonged COVID induced closure. The Anganwadi Centres in Sundargarh have been renovated as per the BaLA Model making learning playful and a joyous experience for the kids. pic.twitter.com/7KIc0wrD8k

    — Collector and DM, Sundargarh (@DMSundargarh) March 29, 2022 " class="align-text-top noRightClick twitterSection" data=" ">

ସୋମବାର ଦିନ ଅଙ୍ଗନବାଡି ଯାଉଥିବା ଶିଶୁ ଏବଂ ତାଙ୍କ ପିତାମାତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାସହ ପିଲାମାନଙ୍କୁ କେନ୍ଦ୍ର ଗୁଡିକରେ ବିଭିନ୍ନ ଖେଳ ଏବଂ କାର୍ଯ୍ୟକଳାପର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲାର ଅନେକ ଅଙ୍ଗନୱାଡି କେନ୍ଦ୍ରକୁ ବାଲା ମଡେଲ ଅନୁଯାୟୀ ବିକଶିତ କରାଯାଇଛି । ଏହି ମଡେଲ ଅନୁଯାୟୀ ଶିଶୁମାନଙ୍କୁ ହସ, ଖେଳ ପରିବେଶ ସହ ଜଡିତ କରିବା ଦ୍ବାରା ପିଲାମାନଙ୍କର ଶାରୀରିକ, ମାନସିକ ଏବଂ ଜ୍ଞାନର ଉନ୍ନତିରେ ସହାୟକ ହେବହେବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ପାଲଟିବ କହିଲେ କିଛି ଅତ୍ୟୁକ୍ତି ହେବନାହିଁ।

Last Updated : Mar 30, 2022, 9:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.