ETV Bharat / state

ଜଳ କଷ୍ଟରେ ଜର୍ଜରିତ ଦେଓଗାଁ, CPIMର ବିକ୍ଷୋଭ ପ୍ରଦର୍ଶନ

author img

By

Published : Apr 27, 2023, 1:18 PM IST

ଦେଓଗାଁରେ ଜଳ କଷ୍ଟରେ ଜୁଝି ହେଉଛନ୍ତି ଅଞ୍ଚଳବାସୀ । ପାଣି ଟାଙ୍କି ଯୋଗାଇବାକୁ ଅଞ୍ଚଳବାସୀଙ୍କ ଦାବି । ଅଧିକ ପଢନ୍ତୁ

water problem at rourkela
water problem at rourkela

ଜଳ କଷ୍ଟରେ ଜର୍ଜରିତ ଦେଓଗାଁ

ରାଉରକେଲା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରବାହ । ରାଉରକେଲା ସହରରେ ଉତ୍କଟ ରୂପ ନେଲାଣି ପାନୀୟ ଜଳ ସମସ୍ୟା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳକଷ୍ଟରେ ଜୁଝି ହେଉଛନ୍ତି ଦେଓଗାଁ ଅଞ୍ଚଳବାସୀ । ଉକ୍ତ ଅଞ୍ଚଳରେ ଜଳ ଯୋଗାଣ ହେଉନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଜଳ ଯୋଗାଣ ନେଇ ଆରଏମସି ଅଫିସ ଆଗରେ ସିପିଆଇଏମ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Boat capsizes in Brahmani River: ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା, 2 ନିଖୋଜ

ଗ୍ରୀଷ୍ମର ପ୍ରବାହ ବଢିବା ସାଙ୍ଗକୁ ଦେଓଗାଁରେ ଜଳ ସଙ୍କଟ ଏବେ ଲୋକଙ୍କ ନିଦ ହଜାଇ ଦେଇଛି । ପାଣି ବୁନ୍ଦେ ପାଇଁ ଯେମିତି ଡହଳ ବିକଳ ହେବାକୁ ପଡୁଛି । ଜିଲ୍ଲା ପ୍ରଶାସନ ତରଫରୁ ଏଠାରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି କିନ୍ତୁ ଏହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ନିଅଣ୍ଟ ହେଉଛି । ମାତ୍ର 15 ମିନିଟ ଲେଖାଏଁ ପାଣି ଯୋଗାଣ ହେଉଛି । ଏହାରି ମଧ୍ୟରେ ଜଳ ଯୋଗାଣ ହେଉଥିବା ପାଇପ୍ ଫାଟି ଯିବା ଯୋଗୁଁ ଆଜିକୁ 10 ଦିନ ହେବ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିଛି । ସ୍ଥାନୀୟ ବିଭାଗ ପକ୍ଷରୁ ପାଣି ଟ୍ୟାଙ୍କରରେ ପାଣି ଦିଆଯାଉଥିଲା ବେଳେ ତାହା କେବଳ ପିଇବା ପାଇଁ ମଧ୍ୟ ଯଥେଷ୍ଟ ହେଉନାହିଁ । ଯାହାକୁ ନେଇ ଆରଏମସି ଅଫିସ ଆଗରେ ଗତକାଲି(ବୁଧବାର) ସିପିଆଇଏମ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନଳକୂପ ଗୁଡ଼ିକର ମରାମତି କରିବା ଓ ଜଳ ଯୋଗାଣ ପାଇପ୍ ମରାମତି କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ ।

ଏହା ମଧ୍ୟ ପଢନ୍ତୁ-Jharsuguda Bypoll: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ, ମୈଦାନକୁ ଓହ୍ଲାଇଲେ ଦୀପାଳି

ଦେଓଗାଁ ଅଞ୍ଚଳର ଲୋକେ ସିପିଆଇଏମ ନେତୃତ୍ୱରେ ଗତକାଲି(ବୁଧବାର) ରାଉରକେଲା ମହାନଗର ନିଗମ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କମିଶନର ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ଅଭିଯୋଗ ଶୁଣାଇବା ସହ ପ୍ରତିକାର ଦାବି କରିଥିଲେ । ତୁରନ୍ତ ଅଧିକ ଟ୍ୟାଙ୍କର ମାଧ୍ୟମରେ ଲୋକଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇ ଦେବା ସହିତ ନଳକୂପ ଗୁଡ଼ିକର ମରାମତି ଓ ଜଳ ଯୋଗାଣ ପାଇପକୁ ଶୀଘ୍ର ମରାମତି କାର୍ଯ୍ୟ ସାରିବାକୁ ସେମାନେ କମିଶନରଙ୍କୁ କହିଥିଲେ । କେବଳ ରାଉରକେଲାରେ ନୁହେଁ ବରଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ଜଳ ସଙ୍କଟ ପରିଲକ୍ଷିତ ହେଉଛି । ଗ୍ରୀଷ୍ମର ପ୍ରବାହ ଯୋଗୁଁ କୂପ ଓ ନଦୀ ଜଳ ମଧ୍ୟ ସୁଖି ଯାଉଛି । ଫଳରେ ପିଇବା ପାଣିତ ଦୂରର କଥା ନିତ୍ୟବ୍ୟବହାର୍ଯ୍ୟ ପାଇଁ ପାଣି ମଧ୍ୟ ମିଳୁନାହିଁ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.