ETV Bharat / state

ESIରେ ଅନ୍ୟତ୍ର ରେଫର ବ୍ୟବସ୍ଥା ବନ୍ଦ ନିର୍ଦ୍ଦେଶ, ୧୮ରେ ସାରା ଦେଶରେ ସିଟୁର ବିକ୍ଷୋଭ

author img

By

Published : May 10, 2023, 12:03 PM IST

ଇଏସଆଇରେ ଅନ୍ୟତ୍ର ରେଫର ବ୍ୟବସ୍ଥା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ସାରା ଦେଶରେ ସିଟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

citu will protest against central government
citu will protest against central government

citu will protest against central government

ରାଉରକେଲା: ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ସିଟୁ । ଇଏସଆଇ ମେଡ଼ିକାଲରେ ସେକେଣ୍ଡାରୀ ଚିକିତ୍ସା ବା ଉଚ୍ଚ ଚିକିତ୍ସା ନିମନ୍ତେ ରେଫର କରାଯିବା ବ୍ୟବସ୍ଥା ବନ୍ଦ ନିର୍ଦ୍ଦେଶକୁ ସିଟୁର ବିରୋଧ । ଆଗାମୀ ୧୮ରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଚେତାବନୀ ଦେଲା ଦଳ ।

ରାଜ୍ୟରେ ସବୁଠାରୁ ଅଧିକ ବୀମାଧାରୀ ସୁନ୍ଦରଗଡ଼ ଜିଲ୍ଲାର ରହିଛନ୍ତି । ମାତ୍ର ଦୁଃଖର ବିଷୟ ଯେ, ଇଏସ୍‌ଆଇସିର ସକ୍ୟୁଲାର ଅନୁଯାୟୀ ବର୍ତ୍ତମାନ ଆଉ ରାଜ୍ୟର ୮ ଲକ୍ଷ ବୀମାଧାରୀ ଶ୍ରମିକ ଓ ସେମାନଙ୍କ ପରିବାରର ୨୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଆଉ ସେକେଣ୍ଡାରୀ ଚିକିତ୍ସା ସୁବିଧା ଓ ସୁପର ସ୍ପେସିଆଲିଷ୍ଟ ଚିକିତ୍ସା ପାଇବେ ନାହିଁ । ଇଏସ୍‌ଆଇ ହସ୍ପିଟାଲ ଭାବରେ ରାଉରକେଲା ମଡେଲ ହସ୍‌ପିଟାଲରେ ଗତ ୧୯୯୪ ମସିହା ଅଗଷ୍ଟ ୭ ତାରିଖରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୨୦୦୩ ଠାରୁ ଏହା ଚିକିତ୍ସା ସେବା ଯୋଗାଇ ଦେଇଆସୁଛି । ଭୁବନେଶ୍ୱର, କଟକ, ଚୌଦ୍ଵାର, ଝାଡସୁଗୁଡା, ରାୟଗଡା, ଦାମନଯୋଡି, କାଂଶବାହାଲ, ବେଦବ୍ୟାସ, ଆଇଡିଏଲ୍, ବିଶ୍ରା ରୋଡ୍, ବଡବିଲ, ବାଲେଶ୍ଵର, ଭଦ୍ରକ, ଯାଜପୁର, ବ୍ରହ୍ମପୁର ପ୍ରଭୃତି ସ୍ଥାନରେ ଇଏସ୍‌ଇ ହସ୍‌ପିଟାଲ ଓ ଡିସ୍ପେନସାରୀ କାର୍ଯ୍ୟ କରୁଛି।

ଭୁବନେଶ୍ଵର ଓ ରାଉରକେଲା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କାଂଶବାହାଲ ଏବଂ ଚୌଦ୍ୱାର ଠାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ଓଡ଼ିଶାରେ ସମସ୍ତ ଅଞ୍ଚଳରେ ଏହା ଡିସପେନସାରି ଭାବରେ କାର୍ଯ୍ୟ କରୁଛି । ତେବେ ଗୋଟିଏ ପକ୍ଷରେ ସରକାର ଏହି ଇଏସଆଇକୁ ସୁଦୃଢ କରି ପାରିନାହାନ୍ତି ଏବଂ ଅନ୍ୟ ପକ୍ଷରେ ଏହା ଫଳରେ ଶ୍ରମିକମାନେ ଦୁର୍ଘଟଣା ଠାରୁ ଆରମ୍ଭ କରି ହୃଦ୍‌ରୋଗ, କର୍କଟ, ମଧୁମେହ, କିଡ୍‌ନୀ, ବ୍ରେନ୍ ଷ୍ଟ୍ରୋକ୍, ଲିଭର ଟ୍ରାନ୍ସପ୍ଲାଣ୍ଟ ସମେତ ଅନ୍ୟାନ୍ୟ ରୋଗ ପାଇଁ ଇଏସ୍‌ଆଇକୁ ଯାଇ ନିରାଶ ହେଉଥିବା ହେଉଛନ୍ତି । ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି । ସେକେଣ୍ଡାରୀ ଚିକିତ୍ସା ଏବଂ ସୁପର ସ୍ପେସିଆଲିଷ୍ଟ ଚିକିତ୍ସା ପାଇଁ ଅନ୍ୟତ୍ର ଆଉ ରେଫର କରିହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯିବା ପରେ ଅସନ୍ତୋଷ ବୃଦ୍ଧି ପାଇଛି ।

ତେବେ ପୂର୍ବରୁ ଦେହ ଅସୁସ୍ଥ ହେଲେ ବିମାଧାରୀ ଶ୍ରମିକମାନେ ସମ୍, କିମ୍‌, ଆମରି, କେୟାର, ଆପୋଲୋ, ଉତ୍କଳ, କଳିଙ୍ଗ, କଟକର ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତରିତ ହୋଇ ଚିକିତ୍ସା ହେବାର ନିୟମ ରହିଛି ଏବଂ ଏହାକୁ ବର୍ତ୍ତମାନ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ନେଇ ସିଟୁ ଦଳ ବିରୋଧ କରିଛି । ତେବେ ଆଗାମୀ ୧୮ ତାରିଖ ଦିନ ସିଟୁ ଦଳ ସମସ୍ତ ଶ୍ରମିକ ମାନଙ୍କ ନେଇ ସମସ୍ତ ESI ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ନୂଆ ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ବିକ୍ଷୋଭ କରିବା ନେଇ ଚେତାବନୀ ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.