ETV Bharat / state

ଆଚରଣ ବିଧି ଉଲ୍ଲଙ୍ଘନ କଲା ବିଜେଡି, ସୋଲାର ଲାଇଟରେ ସାଂସଦଙ୍କ ନାମ ଫଳକ

author img

By

Published : Mar 24, 2019, 6:59 PM IST

ସୁବର୍ଣ୍ଣପୁରରେ ଆଚରଣ ବିଧି ଉଲ୍ଲଙ୍ଘନ କଲା ବିଜେଡି । ସାଂସଦଙ୍କ ନାମ ଫଳକ ଥାଇ ଗାଁ ଗାଁରେ ସୋଲାର ଲାଇଟ୍ ସଂଯୋଗ ଚାଲିଛି । ଏହାକୁ ବିରୋଧ କରି ଅଭିଯୋଗ କରିଛି ବିଜେପି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମଗ୍ର ଦେଶରେ ଲାଗୁ ହୋଇଛି ଆଚରଣ ବିଧି । ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହାକୁ ଅବମାନନା କରିଛି ସୁବର୍ଣ୍ଣପୁର ଜିଲ୍ଲା । ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ବିଜେଡି ଏହାକୁ ଉଲ୍ଲଙ୍ଘନ କରିଥିବା ବିଜେପି ଅଭିଯୋଗ କରିଛି । 2019 ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସାଂସଦଙ୍କ ନାମ ଫଳକ ଥାଇ ଗାଁ ଗାଁରେ ସୋଲାର ଲାଇଟ୍ ସଂଯୋଗ ଚାଲିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁସାରେ, ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଜବଳପୁର ଗାଁରେ ସୋଲାର ଲାଇଟ୍ ଲଗାଯାଉଥିବା ସମୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିଲା । କିନ୍ତୁ ଏହାକୁ ଉଲ୍ଲଙ୍ଘନ କରିଛି ବିଜେଡି । ଏହାକୁ ବିରୋଧ କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାମାନେ । ଆଚରଣ ବିଧିକୁ ଖୋଲାଖୋଲି ଭାବେ ବିଜେଡି ଦଳ ଉଲ୍ଲଙ୍ଘନ କରି ଭୋଟ ହାତେଇବାର ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ।

ବଲାଙ୍ଗୀର ଲୋକସଭା ସାଂସଦ କଳିକେଶ ନାରାୟଣ ସିଂ ଦେଓଙ୍କ ନାମ ଫଳକ ଲଗାଇ ସୋଲାର ଲାଇଟ ଯୋଗାଇ ଦିଆଯାଉଛି । ଏନେଇ ଫୋନ ଯୋଗେ ସ୍ଥାନୀୟ ଥାନାରେ ଅଭିଯୋଗ ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଅଭିଯୋଗ କରିଛି । ବଲାଙ୍ଗୀର ଲୋକସଭା ସାଂସଦ ପ୍ରତିନିଧିଙ୍କ ନିର୍ଦ୍ଦେଶରେ ଏହି ଲାଇଟ୍ ଗାଁ ଗାଁରେ ଲଗାଯାଉଥିବା ବିଜେପି କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଛନ୍ତି ।

160ଟି ଲାଇଟ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଞ୍ଜୁର ହୋଇଥିବା ଜଣାପଡିଛି । ଅପରପକ୍ଷରେ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ମଧୂସୂଦନ ମିଶ୍ର କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

ନିର୍ବାଚନ କାଉଣ୍ଟଡାଉନ: କମିଶନରେଟ ପୋଲିସର ଜୋରଦାର ପ୍ରସ୍ତୁତି



କଟକ: ପାଖେଇ ଆସିଲାଣି 2019 ସାଧାରଣ ନିର୍ବାଚନ । ଏନେଇ ଚଳଚଞ୍ଚଳ ସିଲଭର ସିଟି । ଏନେଇ ଆସନ୍ତା ନିର୍ବାଚନରେ କଡା ଆଭିମୁଖ୍ୟ ଗ୍ରହଣ କରିବ କମିଶନରେଟ ପୋଲିସ । ଯେପରି ଅବାଧ ଓ ମୁକ୍ତ ରୂପରେ ନିର୍ବାଚନ ସମ୍ପାଦନ ହେବ ସେନେଇ ନଜର ରଖିଛି ପୋଲିସ । ଏଯାବତ ଟ୍ୱିନସିଟିରେ ନିର୍ବାଚନୀ ଭିତ୍ତିକ ହିଂସା ସାମ୍ନାକୁ ଆସିନାହିଁ । ଏହି ସ୍ଥିତି ନିର୍ବାଚନ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । 



ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ନିର୍ବାଚନରେ କମିଶନରେଟ ପୋଲିସକୁ ମିଳିଛି ଗୁରୁ ଦାୟିତ୍ବ । ଯେପରି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପ୍ରତି କଡା ନଜର ରଖିବ ପୋଲିସ ବିଭାଗ । ଏହାସହିତ ନେତା ଦଳ ଓ ପ୍ରାର୍ଥୀମାନେ କରିବାକୁ ଥିବା ରାଲି, ସଭା ପାଇଁ କମିଶନରେଟ ପୋଲିସର ଅନୁମତି ନେବା ବାଧ୍ୟତାମୂଳକ । ଏହାସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ସୁରକ୍ଷା ଓ ପାଟ୍ରୋଲିଂ ଦିଗରେ ବେଶ ତତ୍ପରତା ଦେଖାଇଛି କଟକ ୟୁପିଡ଼ି ପୋଲିସ । 



ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ନିର୍ବାଚନରେ କଟକର 350 ବୁଥ ଓ 3ଟି ନିର୍ବାଚନ ମଣ୍ଡଳୀ (ନିଆଳି, ସାଲେପୁର ,ବାରବାଟୀ)କୁ ବେଶ ସମ୍ବେଦନଶୀଳ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଯାହା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।



କଟକରୁ ପ୍ରଭୁ୍କଲ୍ୟାଣ ପାଲ, ଇଟିଭି ଭାରତ


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.