ଦାବି ପୂରଣ ପାଇଁ ଡ୍ରାଇଭର ମହାସଂଘର ଦଣ୍ଡବତ ଆନ୍ଦୋଳନ

author img

By

Published : Nov 4, 2022, 11:50 AM IST

ଦାବି ପୂରଣ ପାଇଁ ଡ୍ରାଇଭର ମହାସଂଘର ଦଣ୍ଡବତ ଆନ୍ଦୋଳନ

୯ ଦଫା ଦାବିରେ ଗର୍ଜୁଛି ଓଡ଼ିଶା ଡ୍ରାଇଭର ମହାସଂଘ । ଏନେଇ ସାରା ଓଡ଼ିଶାରେ ଓଡ଼ିଶା ଡ୍ରାଇଭର ମହାସଂଘର ଭିନ୍ନ ଭିନ୍ନ ପ୍ରତିବାଦ ଦେଖିବାକୁ ମିଳୁଛି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ୯ ଦଫା ଦାବିରେ ଗର୍ଜୁଛି ଓଡ଼ିଶା ଡ୍ରାଇଭର ମହାସଂଘ । ଏନେଇ ସାରା ଓଡ଼ିଶାରେ ଓଡ଼ିଶା ଡ୍ରାଇଭର ମହାସଂଘର ଭିନ୍ନ ଭିନ୍ନ ପ୍ରତିବାଦ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପରରେ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଘରୋଇ ଡ୍ରାଇଭର ମାନେ ୯ ଦଫା ଦାବି ନେଇ ଦଣ୍ଡବତ ଆନ୍ଦୋଳନ କରିଛନ୍ତି (Different protest by Odisha drivers association) ।

ଦାବି ପୂରଣ ପାଇଁ ଡ୍ରାଇଭର ମହାସଂଘର ଦଣ୍ଡବତ ଆନ୍ଦୋଳନ

ଏନେଇ ଡ୍ରାଇଭର ସଂଘ ସ୍ଥାନୀୟ ଟାଉନ ହଲଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ଫାଟକ ଆଗରେ ଡ୍ରାଇଭରମାନ ଶୋଇ ରହି 9 ଦଫା ଦାବି ପୂରଣ ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ । ତେବେ ଡ୍ରାଇଭରମାନଙ୍କ ଦାବି ଅନୁସାରେ ପ୍ରତ୍ୟେକ ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା ଦିଆଯାଉ ।

ଏହାସହ 55 ବର୍ଷ ହେଲେ ଭତ୍ତା ପ୍ରଦାନ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ପ୍ରତି 100 ମିଟର ଅନ୍ତରରେ ଗାଡି ପାର୍କିଂ ସୁବିଧା, ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କୁ 20 ଲକ୍ଷ ଟଙ୍କାର ବୀମା ପ୍ରଦାନ, ଅକର୍ମଣ୍ୟଙ୍କୁ 10 ଲକ୍ଷ ଟଙ୍କା ବୀମା ଓ ୫ଲକ୍ଷ ଟଙ୍କାର ଚିକିତ୍ସା ବୀମା ପ୍ରଦାନ, ଡ୍ରାଇଭରମାନଙ୍କ ଆବାସ ପାଇଁ 5 ଲକ୍ଷ ଟଙ୍କା, ଆର୍ଥିକ ସହାୟତା ଆଦି 9 ଦଫା ଦାବି ପୂରଣ ପାଇଁ ଏହି ଅଭିନବ ଆନ୍ଦୋଳନ କରିଛନ୍ତି । ଏହାସହ ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ଏନେଇ ଆନ୍ଦୋଳନରତ ଡ୍ରାଇଭର ସଂଘର କାର୍ଯ୍ୟକର୍ତ୍ତା କହିଛନ୍ତି, ''ଆମ ଦୁଖଃ କଣ ତାହା ଓଡ଼ିଶା ସରକାର ବୁଝନ୍ତୁ । ସୁରକ୍ଷା ସମ୍ମାନକୁ ନେଇ ନଅ ଦଫା ଦାବିରେ ଆଜି ଆମ ଡ୍ରାଇର ମହାସଂଘର କର୍ମଚାରୀ ରାଜରାସ୍ତାରେ ଦଣ୍ଡବତ ଆନ୍ଦୋଳନ କରୁଛନ୍ତି । ତେବେ ଯେ ପର୍ଯ୍ୟନ୍ତ ସରକାର ଆମ ଦାବି ପୂରଣ ନକରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଏଭଳି ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରିବୁ । ଏନେଇ ସରକାରଙ୍କୁ ୩ଥର ଦାବିପତ୍ର ଦେଇ ସାରିଲୁଣି । ଇତି ମଧ୍ୟରେ ୩ମାସ ବିତି ସାରିଲାଣି । ସରକାର ୩ ମାସ କହିଲେ ହେଲେ ବର୍ଷେ ହେଲାଣି ପ୍ରତିଶୃତି ପୂରଣ କଲେନି । ତେଣୁ ଏହି ଦଣ୍ଡବତ ଆନ୍ଦୋଳନ ଯାତ୍ରା ଆରମ୍ଭ କରିଛୁ । ସରକାରଙ୍କୁ ମୁଣ୍ଡିଆ ମାରି ଗୁହାରି କରୁଛୁ ଯେ ଆମ ଦାବି ପୂରଣ କରନ୍ତୁ ।''

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.