ETV Bharat / state

ପାଚିକା ସହାୟିକା ସଂଘର ବିକ୍ଷୋଭ, ଦାବି ପୂରଣ ନହେଲେ ରୋଷେଇ ବନ୍ଦ !

author img

By ETV Bharat Odisha Team

Published : Sep 13, 2023, 2:02 PM IST

10 ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପାଚିକା ସହାୟିକା ସଂଘ । ସୁବର୍ଣ୍ଣପୁର ଜିଲ୍ଲା ପାଚିକା ସହାୟିକା ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଥାଶୀଘ୍ର ଦାବି ଗୁଡିକ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ପାଚିକା ସହାୟିକା ସଂଘର ବିକ୍ଷୋଭ, ଦାବି ପୂରଣ ନହେଲେ ରୋଷେଇ ବନ୍ଦ !
ପାଚିକା ସହାୟିକା ସଂଘର ବିକ୍ଷୋଭ, ଦାବି ପୂରଣ ନହେଲେ ରୋଷେଇ ବନ୍ଦ !

ପାଚିକା ସହାୟିକା ସଂଘର ବିକ୍ଷୋଭ, ଦାବି ପୂରଣ ନହେଲେ ରୋଷେଇ ବନ୍ଦ !

ସୁବର୍ଣ୍ଣପୁର: ବିଭିନ୍ନ ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପାଚିକା ସହାୟିକା ସଂଘ । ସୁବର୍ଣ୍ଣପୁର ଜିଲ୍ଲା ପାଚିକା ସହାୟିକା ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 10 ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ପାଚିକା ସହାୟିକା ସଂଘ । ଯଥାଶୀଘ୍ର ଦାବି ଗୁଡିକ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ମଙ୍ଗଳବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ପାଚିକା ସହାୟିକା ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ବିକାଶ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ପାଚିକା ସହାୟିକା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସହରର ପୁରୁଣା ଟାଉନ ହଲ ଆଗରୁ ପାଚିକା ସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲା । 10 ଦଫା ଦାବି ନେଇ ପାଚିକାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ଏହି ଦାବି ଗୁଡିକ ପୂରଣ କରିବା ପାଇଁ ନାରାବାଜି କରିଥିଲେ ଶତାଧିକ ପାଚିକା ସହାୟିକା । ପାଚିକା ସହାୟିକା ନିଯୁକ୍ତି ସମୟରେ ପାଚିକା ମାନଙ୍କୁ ମାସିକ 100 ଟଙ୍କା ଦରମା ପ୍ରଦାନ କରାଯାଉଥିଲା । ଏବେ ପାଚିକାମାନଙ୍କ ବର୍ଦ୍ଧିତ ଦରମା 1200 ଟଙ୍କା ହୋଇଛି । ତେବେ ପାଚିକା ମାନେ ଦିନକୁ ପ୍ରାୟ 43 ଟଙ୍କା ପାଉଥିବା ବେଳେ ଦରମା ମାସିକ ଅନୁନ୍ୟ ପାଞ୍ଚ ହଜାର ଛଅ ଶହ ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଚାକିରି ନିୟମିତ ଓ ଦରମା ବୃଦ୍ଧି ଦାବି, ଦାବି ପୂରଣ ନହେଲେ ଚୂଲିବନ୍ଦ ଚେତାବନୀ

ବିଭିନ୍ନ ସମୟରେ ପାଚିକା ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଦରମା ବୃଦ୍ଧି ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ । ହେଲେ ରାଜ୍ୟ ସରକାର ପାଚିକା ସହାୟିକାଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ବିକ୍ଷୋଭକାରୀଙ୍କ କହିବାନୁଯାୟୀ, ଦୈନନ୍ଦିନ ରୋଷେଇ ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ତେଲ ଲୁଣ ଠାରୁ ଆରମ୍ଭ କରି ଜାଳେଣୀ କାଠ ଓ ଗ୍ୟାସ ସବୁକିଛିର ମୂଲ୍ୟ ବୃଦ୍ଧି ଘଟିଛି । ହେଲେ ପାଚିକା ସହାୟିକାଙ୍କ ଦରମା ସେହି ତୁଳନାରେ ବୃଦ୍ଧି କରାଯାଇନାହିଁ । ଦରମା ବୃଦ୍ଧି ନ କଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ରୋଷେଇ କାର୍ଯ୍ୟରେ ଅସହଯୋଗ କରିବା ପାଇଁ ଚେତାବନୀ ଦେଇଛନ୍ତି ପାଚିକା ସହାୟିକା ସଂଘ । ତୁରନ୍ତ ବର୍ଦ୍ଧିତ ଦରମା ପ୍ରଦାନ କରିବା ସହିତ ସର୍ବନିମ୍ନ ଦରମା ପାଞ୍ଚ ହଜାର ଛଅଶହ ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ସଂଘ ।

ସୁବର୍ଣ୍ଣପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.