ETV Bharat / state

ମାଛ ଚାଷ ପାଇଁ ମିଳୁନି ପୋଖରୀ, ଚିନ୍ତାରେ ମତ୍ସ୍ୟଜୀବୀ

author img

By

Published : Apr 16, 2023, 2:17 PM IST

ଦୁର୍ବଳ ହୋଇଛି ମତ୍ସ୍ୟଜୀବୀଙ୍କ ଆର୍ଥିକ ମେରୁଦଣ୍ଡ । ପୋଖରୀରେ ମାଛ ଚାଷ ପାଇଁ ମିଳୁନି ଅନୁମତି। ଅଧିକ ପଢନ୍ତୁ

demand permission for fish farming in ponds
demand permission for fish farming in ponds

demand permission for fish farming in ponds

ସୁବର୍ଣ୍ଣପୁର: ଦୂଷିତ ହେଉଛି ମହାନଦୀ । ଯାହାକୁ ନେଇ ଚିନ୍ତାରେ ମତ୍ସ୍ୟଜୀବୀ । ପ୍ରଦୂଷଣ ଯୋଗୁଁ ମହାନଦୀରେ ଦିନକୁ ଦିନ ମାଛ ଓ ଜଳଚରଜୀବଙ୍କ ସଂଖ୍ୟା ଅହେତୁକ ଭାବେ କମିବାରେ ଲାଗିଛି । ଫଳରେ ମାଛ ବିକ୍ରୟ କରି ଜୀବିକା ନିର୍ବାହ କରୁଥିବା ମତ୍ସଜୀବୀଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡିଛି । ସହରରେ ଥିବା ରାଜା ରାଜୁଡା ଅମଳର ପୋଖରୀ ଗୁଡିକ ଠିକା ଦେଇ ମାଛ ଚାଷ କରିବା ପାଇଁ ଅନେକ ଥର ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ।

ଜିଲ୍ଲାରେ ପ୍ରବାହିତ ମହାନଦୀ ଉପରେ ପୋଲ ହେବା ପରେ ନୌକା ଚାଳକ ମାନେ ଆଉ ଯାତ୍ରୀଙ୍କୁ ନଦୀ ପାର କରୁନାହାନ୍ତି । ଫଳରେ ଫେରିଘାଟ ବନ୍ଦ ହେବା ପରେ କେଉଟ ଓ ଝରା ସଂପ୍ରଦାୟର ନାବିକ ମାନେ ଜୀବନ ଜୀବିକା ବେଶ ପ୍ରଭାବିତ ହୋଇଛି । ନୌକା ଚାଳକ ମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ପଡିଛି । ଦିନଥିଲା ତେନ୍ତୁଳିଘାଟରୁ ଧର୍ମଶାଳା ଯାଉଥିବା ନୈକାଗୁଡିକରେ ଦେବୀ ମାଆ ଲଙ୍କେଶ୍ବରୀଙ୍କ ନାଁରେ ଯାତ୍ରୀମାନଙ୍କ ଜୟ ଜୟକାର ଧ୍ବନିରେ ପ୍ରକମ୍ପିତ ହେଉଥିଲା ମହାନଦୀ ଗର୍ଭ । ଏହି ସମୟରେ ଘାଟିଆମାନେ ପାହାନ୍ତିଆରେ ମାଛ ମାରିବା ସହିତ ସକାଳୁ ସଞ୍ଚ ଯାଏଁ ଯାତ୍ରୀମାନଙ୍କୁ ନଦୀ ପାର କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ ।

ଏଥି ସହ ନଦୀ ମଧ୍ୟରୁ ମାଛ ମାରି ନିଜ ଜିଲ୍ଲା ସହିତ ପଡୋଶୀ ବଲାଙ୍ଗୀର,ନୂଆପଡା,ବରଗଡ ଆଦି ଜିଲ୍ଲାକୁ ରପ୍ତାନୀ କରୁଥିଲେ । ହେଲେ ମହାନଦୀରେ ପ୍ରଦୂଷଣ ଯୋଗୁଁ ଦିନକୁ ଦିନ ମାଛ ଓ ଜଳଚରଜୀବଙ୍କ ସଂଖ୍ୟା ଅହେତୁକ ଭାବେ କମିବାରେ ଲାଗିଛି । ଏହି ବେଳାରେ ମତ୍ସ୍ୟଜୀବୀମାନଙ୍କୁ ସହରରେ ଥିବା ରାଜା ରାଜୁଡା ଅମଳର ପୋଖରୀ ଗୁଡିକ ଠିକା ଦେଇ ମାଛ ଚାଷ କରିବା ପାଇଁ ଦାବି ହେଉଛି । ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି ସଦର ପୌର ପରିଷଦ ଯାଏଁ ପୁଷ୍ପରିଣୀ ସବୁ ମାଛ ଚାଷ କରିବା ପାଇଁ ମତ୍ସ୍ୟଜୀବୀଙ୍କୁ ଦେବା ପାଇଁ ନିବେଦନ କରାଯାଇଛି । ହେଲେ ଦୁର୍ଭାଗ୍ୟବଶତଃ ପୁଷ୍ପରିଣୀ ଗୁଡିକୁ ମତ୍ସ୍ୟଜୀବୀଙ୍କୁ ମାଛ ଚାଷ କରିବା ପାଇଁ ଦିଆଯାଉ ନଥିବାରୁ ସେମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସି ପାରୁନାହିଁ ।

ସେହିପରି ସହରର ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର କରାଯିବା ସହିତ ମତ୍ସ୍ୟଚାଷ ଉପଯୋଗୀ କରିବା ପାଇଁ ସଦର ପୌର ପରିଷଦ ପାଖରେ ଦାବି ହୋଇ ଆସୁଛି । ହେଲେ ସଦର ପୌର ପରିଷଦ ପୁଷ୍କରିଣୀ ଗୁଡିକର ରକ୍ଷଣା ବେକ୍ଷଣ ଠିକ ଭାବରେ କରୁ ନାହାନ୍ତି କି ଉନ୍ନତି କରଣ କରୁନାହାନ୍ତି । ଫଳରେ ପୁଷ୍କରିଣୀ ଗୁଡିକ ଏବେ ଆବର୍ଜନାରେ ଭର୍ତ୍ତି ହୋଇଛି । ସହରବାସୀ ପୁଷ୍କରିଣୀ ଗୁଡିକରେ ବର୍ଜ୍ୟବସ୍ତୁ ଫୋପା଼ଡି ଦେଉଥିବାରୁ ତାହା ଧିରେ ଧିରେ ପୋତି ହେବାକୁ ବସିଲାଣି । ସେହିପରି ଜବରଦଖଲକାରୀ ପୋଖରୀ ହୁଡାରେ ଘର ଓ ଦୋକାନ ଘର କରୁଥିବାର ପୁଷ୍କରିଣୀ ଗୁଡିକର ପରିଧି ଦିନକୁ ଦିନ କମିବାରେ ଲାଗିଛି । ଏ ସମୟରେ ପୁଷ୍କରିଣୀ ଗୁଡିକର ଉନ୍ନତି କରଣ ସହିତ ଏସବୁ ମାଛ ଚାଷ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରଦାନ କରିବା ପାଇଁ ଶ୍ରମିକ ନେତା ଗୋବିନ୍ଦ ମହାରଣା ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.