ETV Bharat / state

ଯୁବ ଓ ଛାତ୍ର ବିଜେଡି ସମାବେଶ ପାଇଁ ପ୍ରସ୍ତୁତି ବୈଠକ

author img

By

Published : Jan 9, 2021, 9:33 PM IST

ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ପ୍ରୋଗ୍ରେସ ଇନର ସମ୍ମିଳନୀ କକ୍ଷରେ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୨ ତାରିଖ ଦିନ ସୁବର୍ଣ୍ଣପୁର ସହରର ଟାଉନ ହଲ ଠାରେ ଜିଲ୍ଲା ବିଜୁ ଓ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ଯୁବ ଓ ଛାତ୍ର ବିଜେଡି ସମାବେଶ ପାଇଁ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର ଯୁବ ଓ ଛାତ୍ର ବିଜେଡି ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ପ୍ରୋଗ୍ରେସ ଇନର ସମ୍ମିଳନୀ କକ୍ଷରେ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୨ ତାରିଖରେ ସୁବର୍ଣ୍ଣପୁର ସହରର ଟାଉନ ହଲ ଠାରେ ଜିଲ୍ଲା ବିଜୁ ଓ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୁବର୍ଣ୍ଣପୁର ଯୁବ ଓ ଛାତ୍ର ବିଜେଡି ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ଏହି ସମାବେଶରେ ରାଜ୍ୟ ବିଜୁ ଛାତ୍ର ସଭାପତି ବ୍ୟୋମକେଶ ରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଜିଲ୍ଲାର ଦୁଇ ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହିତ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ରହିବେ ବୋଲି ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି ।

ଜିଲ୍ଲା ଛାତ୍ର ବିଜେଡି ସଭାପତି ସ୍ୱାଶ୍ବତ ମିଶ୍ରଙ୍କ ତତ୍ୱବାଧାନରେ ଏହି ସମ୍ମିଳନୀ ଆୟୋଜନ ହେବାକୁ ଥିବାବେଳେ ମନ୍ତ୍ରୀ ମାନେ ଜିଲ୍ଲାର ବିକାଶ ଓ ଦଳୀୟ କାର୍ଯ୍ୟକ୍ରମ ଉପରେ କିଛି ଘୋଷଣା କରିବେ ବୋଲି ଜିଲ୍ଲା ବିଜେଡି ଛାତ୍ର ସଭାପତି ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.