ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ

author img

By

Published : Aug 11, 2020, 10:54 PM IST

ସଡକ ଦୁର୍ଘଟଣାରେ ଜଣେ ମୃତ । ସମ୍ବଲପୁର ବିରମହାରାଜପୁରକୁ ରାଜ୍ୟ ରାଜପଥର ବିଶିପଡା ଛକ ନିକଟରେ ଏକ ମ୍ୟାକ୍ସପିକଅପ ଓ ବାଇକ ଧକ୍କା ହୋଇ ଜଣେ ଯୁବକର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣାରେ ଜଣେ ମୃତ
ସଡକ ଦୁର୍ଘଟଣାରେ ଜଣେ ମୃତ

ସୁବର୍ଣ୍ଣପୁର: ମ୍ୟାକ୍ସପିକଅପ ଓ ବାଇକ ଧକ୍କା, ଜଣେ ମୃତ । ମଙ୍ଗଳବାର ସନ୍ଧ୍ୟା ୬ ସମୟରେ ସମ୍ବଲପୁର ବିରମହାରାଜପୁରକୁ ରାଜ୍ୟ ରାଜପଥର ବିଶିପଡା ଛକ ନିକଟରେ ଏକ ମ୍ୟାକ୍ସପିକଅପ ଓ ବାଇକ ଧକ୍କା ହୋଇଛି ।

ସଡକ ଦୁର୍ଘଟଣାରେ ଜଣେ ମୃତ

ଉଲୁଣ୍ଡା ବ୍ଲକର ଜଣାଶୁଣା ବ୍ୟବସାୟୀ ଶବର ମହାକୁରଙ୍କ ବଡ଼ପୁଅ 34 ବର୍ଷୀୟ କ୍ଷେତ୍ରବାସୀ କୋଣସି କାମରେ ସୁବର୍ଣ୍ଣପୁରରୁ ନିଜ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ମେକ୍ସପିକପ ସହ ଧକ୍କା ହୋଇଥିଲା । ଦମକଳ ବାହିନୀ ଗୁରୁତର ଅବସ୍ଥାରେ କ୍ଷେତ୍ରବାସୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତି କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷେତ୍ରବାସୀଙ୍କ ଏପରି ଆକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.