ETV Bharat / state

ରାଜସ୍ବ ବିଭାଗ ପକ୍ଷରୁ ପଟାଭାଡିରେ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି

author img

By

Published : Aug 22, 2023, 9:56 PM IST

ସହରର ପଟାଭାଡିରେ ଆଜି ରାଜସ୍ବ ବିଭାଗ ଓ ସଦର ପୌର ପରିଷଦ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ଅଧିକ ପଢନ୍ତୁ

eviction drive in subarnapur
eviction drive in subarnapur

eviction drive in subarnapur

ସୋନପୁର: ପଟାଭାଡିରେ ଆଜି ଜବର ଦଖଲ ଉଚ୍ଛେଦ କରାଯାଇଛି । ରାଜସ୍ବ ବିଭାଗ ଓ ସଦର ପୌର ପରିଷଦ ପକ୍ଷରୁ ସରକାରୀ ଜାଗାରେ ଘର ଓ ଦେକାନ କରି ରହିଥିବା ସ୍ଥାନକୁ ଉଚ୍ଛେଦ କରାଯାଉଛି । ପଟାଭାଡିରେ ଦିର୍ଘ ଦିନରୁ ରାସ୍ତା କଡରେ ସରକାରୀ ଯାଗାରେ ଘର ଓ ଦୋକାନ ବଜାର କରି ରହିଥିବା ଜବରଦଖଲକାରୀଙ୍କୁ ଯାଗା ଛାଡି ଦେବା ପାଇଁ ପୂର୍ବରୁ ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଥିଲା । ସଦର ତହସିଲଦାର ନିର୍ଦ୍ଧାରିତ ସମୟ ସୀମା ଭିତରେ ଯାଗା ଖାଲି କରିବା ପାଇଁ ନୋଟିସ ମଧ୍ୟ ଜାରି କରିଥିଲା ।

ଏହା ମଧ୍ୟ ପଢନ୍ତୁ-50 ବର୍ଷର ବେଆଇନ ଜବରଦଖଲକୁ ଉଚ୍ଛେଦ କଲା ପ୍ରଶାସନ, ଘଟଣାସ୍ଥଳରେ ଉତ୍ତେଜନା

ତେବେ ଜବରଦଖଲକାରୀମାନେ ତହସିଲଦାରଙ୍କ ନୋଟିସକୁ ବେଖାତିର କରି ସରକାରୀ ଯାଗା ଛାଡି ନ ଥିଲେ । ଫଳରେ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଥିଲା । ରାସ୍ତା ନିର୍ମାଣ ନ ସରୁଣୁ ରାସ୍ତା କଡର ଜବରଦଖଲକାରୀ ପୁଣି ରାସ୍ତା ପାର୍ଶ୍ବକୁ ଲାଗି ଘର ଓ ଦୋକାନ ବଜାର ନିର୍ମାଣ କରିଥିଲେ । ଏପରିକି ଡ୍ରେନ ଉପରେ ବି ନିର୍ମାଣ କରିଥିଲେ । ପ୍ରଶାସନିକ ତାଗିଦ ସତ୍ତ୍ବେ ଜବରଦଖଲକାରୀ ସରକାରୀ ଯାଗାରୁ ହଟି ନ ଥିଲେ । ଫଳରେ ଆଜି ରାଜସ୍ବ ବିଭାଗ ଓ ସଦର ପୌର ପରିଷଦ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ରାଜସ୍ବ ବିଭାଗ ପକ୍ଷରୁ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ

ତେଲନଦୀରୁ ମହାନଦୀ ପର୍ଯ୍ୟନ୍ତ ଫୋର ଲେନ ରାସ୍ତା ଡିଭାଇଡର ସହ ନିର୍ମାଣ ହୋଇଥିଲେ ହେଁ ପଟାଭାଡି ଛକରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି । ଛକର ମଧ୍ୟ ଭାଗରେ ଚୌହାନ ବୀର ସୁରେନ୍ଦ୍ର ସାଏଙ୍କ ଏକ ପ୍ରତିମୂର୍ତ୍ତି ରହିଛି । ତେବେ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରିବା ପାଇଁ ଯାଗାର ଆବଶ୍ୟକତା ରହିଛି । ଗୃହ ଓ ପୂର୍ତ୍ତ ବିଭାଗର ଅନୁରୋଧ କ୍ରମେ ବ୍ଳକ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାର ଟ୍ରାଫିକ ପୂର୍ବ ବାମ ପାର୍ଶ୍ବରେ ସରାକାରୀ ଯାଗା ଛାଡି ଦେବା ପାଇଁ ତହସିଲଦାର ଜବରଦଖଲକାରୀଙ୍କୁ ନୋଟିସ ପ୍ରଦାନ କରିଥିଲେ । କିନ୍ତୁ ଜବରଦଖଲକାରୀ ଏହାକୁ ଅମାନ୍ୟ କରିବାରୁ ଆଜି ରାସ୍ତା ପାର୍ଶ୍ବରେ ଥିବା ଦୋକାନ ବଜାର ଓ ଘର ଭାଙ୍ଗି ଦିଆଯାଇଛି ।ରାସ୍ତା ପାର୍ଶ୍ବରେ ପୁନଃ ନିର୍ମାଣ ନ କରିବାକୁ ସଦର ତହସିଲ ଦାର ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.