ETV Bharat / state

ନିମ୍ନମାନର ରାସ୍ତା ନିର୍ମାଣ, ମାସେ ନ ପୁରୁଣୁ ଉଠିଗଲାଣି ପିଚୁ

author img

By

Published : Aug 12, 2021, 2:40 PM IST

ରାସ୍ତା କାମ ସରିବାର ମାସେ ନ ପୁରୁଣୁ ପରସ୍ତ ପରସ୍ତ ହୋଇ ଉଠିଗଲାଣି ପିଚୁ । ସୁବର୍ଣ୍ଣପୁର ସହରର ପଞ୍ଚରଥ ମନ୍ଦିରରୁ ବଡ଼ ବଜ଼ାର ଯାଏଁ ଲମ୍ବିଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି । ଅଧିକ ପଢନ୍ତୁ...

ନିମ୍ନମାନର ରାସ୍ତା ନିର୍ମାଣ, ମାସେ ନ ପୁରୁଣୁ ଉଠିଗଲାଣି ପିଚୁ
ନିମ୍ନମାନର ରାସ୍ତା ନିର୍ମାଣ, ମାସେ ନ ପୁରୁଣୁ ଉଠିଗଲାଣି ପିଚୁ

ସୁବର୍ଣ୍ଣପୁର: ରାସ୍ତା କାମ ସରିବାର ମାସେ ନ ପୁରୁଣୁ ପରସ୍ତ ପରସ୍ତ ହୋଇ ଉଠିଗଲାଣି ପିଚୁ । ସୁବର୍ଣ୍ଣପୁର ସହରର ପଞ୍ଚରଥ ମନ୍ଦିରରୁ ବଡ଼ ବଜ଼ାର ଯାଏଁ ଲମ୍ବିଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି । କିଛି ଦିନ ଆଗରୁ ସହରର ମୁଖ୍ୟ ବିଜୁ ପଟ୍ଟନାୟକ ଛକରୁ ଗଙ୍ଗାଧର ମେହେର ଛକ ପର୍ଯ୍ୟନ୍ତ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଂକ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯାଇଥିଲା । ହେଲେ ମାସେ ନ ପୁରୁଣୁ ରାସ୍ତାର ବିଭିନ୍ନ ଯାଗାରେ ଗୋଡ଼ି ଉଠି ଗଲାଣି । ଠିକାଦାର ଓ ପୌର ପରିଷଦ ଯନ୍ତ୍ରୀଙ୍କ ସଲାସୁତୁରାରେ ବିକାଶ ମୂଳକ କାର୍ଯ୍ୟରେ ହରିଲୁଟ୍ ହୋଇଥିବା ଏନେଇ ଅଭିଯୋଗ ହେଉଛି ।

ନିମ୍ନମାନର ରାସ୍ତା ନିର୍ମାଣ, ମାସେ ନ ପୁରୁଣୁ ଉଠିଗଲାଣି ପିଚୁ

ଏପଟେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ନିମ୍ନ ମାନର ଦ୍ରବ୍ୟ ବ୍ୟବହାର କରାଯାଇ ଥିବାରୁ ରାସ୍ତାର ଅନେକ ଯାଗାରେ ଖାଲଖମା ସୃଷ୍ଟି ହେବା ସହିତ ରାସ୍ତାଟି ପୂର୍ବ ଅବସ୍ଥାକୁ ଫେରି ଆସିଛି। ଏହି ସହରର ପୌର ପରିଷଦ ପକ୍ଷରୁ ତିଆରି ହେଉଥିବା ରାସ୍ତା ଆଉ ଡ୍ରେନ୍ ସବୁ କାମରେ ଦୁର୍ନୀତି ହେଉଥିବା ଅନେକ ସମୟରେ ଅଭିଯୋଗ ଆସିଥାଏ । ନିମ୍ନମାନର କାମ କରି ଅଧିକାରୀ ଓ ଠିକାଦାର ଲୁଟ କରୁଥିବା ଅଭିଯୋଗ ହେଉଥିଲେ ବି କେହି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରେ ଥାଉ ଅଭିଯୋଗ ବି ଶୁଣୁ ନାହାନ୍ତି ।

ସହରର ଏହି ପ୍ରମୁଖ ରାସ୍ତା କାମ ଏଭଳି ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟନସୁ ରୁଟଙ୍କୁ ପଚରାଯିବାରୁ ରାସ୍ତା ମରାମତି ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ନୋଟିସ କରାଯାଇଛି ଏବଂ ଅତିଶୀଘ୍ର ଏହାର ମରାମତି କରାଯିବ ବୋଲି ସେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.