ETV Bharat / state

ସୁବର୍ଣ୍ଣପୁରରେ ପୋଖରୀ ହୁଡା ଜବରଦଖଲ ଉଚ୍ଛେଦ ଦାବି

author img

By

Published : May 4, 2022, 3:55 PM IST

ସୁବର୍ଣ୍ଣପୁର ସହରରେ ଦିନକୁ ଦିନ ପୋଖରୀ ହୁଡା ଜବରଦଖଲ ହେବାରେ ଲାଗିଛି । ଏହାକୁ ଉଚ୍ଛେଦ କରିବାକୁ ସାଧାରଣରେ ଦାବି ହୋଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ ପୋଖରୀ ହୁଡା ଜବରଦଖଲ ଉଚ୍ଛେଦ ଦାବି
ସୁବର୍ଣ୍ଣପୁରରେ ପୋଖରୀ ହୁଡା ଜବରଦଖଲ ଉଚ୍ଛେଦ ଦାବି

ସୁବର୍ଣ୍ଣପୁର: ସହରରେ ଦିନକୁ ଦିନ ପୁଷ୍କରିଣୀ ହୁଡା ଜବରଦଖଲ ହେବାରେ ଲାଗିଛି । ରାଜା ରାଜୁଡା ଅମଳରୁ ପ୍ରାୟ 57 ଗୋଟି ବଡ ବଡ ପୁଷ୍କରିଣୀ ଖୋଳା ଯାଇଥିଲା । ଅଷ୍ଟଶମ୍ଭୁ ଓ ଅଷ୍ଟ ଚଣ୍ଡୀଙ୍କ ପାଖରେ ଜଳର ଆବଶ୍ୟକତାକୁ ଦେଖି ଏବଂ 56 ହଜାର ବସ୍ତିବାସିନ୍ଦାଙ୍କ ଦୈନନ୍ଦିନ ଜୀବନରେ ପାଣିର ଅଭାବ ଦୂର କରିବା ପାଇଁ ପୋଖରୀ ଖୋଳା ହୋଇଥିଲା । ତେବେ ଏହି ପୁରୁଣା ପୋଖରୀଗୁଡିକର ଉନ୍ନତିକରଣ କରାଯାଉ ନଥିବାବେଳେ ଏବେ ଲୋକେ ହୁଡାକୁ ଜବରଦଖଲ କରିନେଉଛନ୍ତି । ଏପରିକି ହୁଡା ଜବରଦଖଲ କରିଥିବା ଅନେକ ଲୋକଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ବି ପ୍ରଦାନ କରାଯାଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରେ ପୋଖରୀ ହୁଡା ଜବରଦଖଲ ଉଚ୍ଛେଦ ଦାବି

ଦିନକୁ ଦିନ ପୋଖରୀଗୁଡିକ ଜବରଦଖଲକାରୀଙ୍କ କବଜାକୁ ଚାଲି ଯାଉଥିବାବେଳେ ପୋଖରୀଗୁଡିକରେ ଏବେ ଲୋକେ ଅଳିଆ ଆବର୍ଜନା ପକାଉଥିବା ଦେଖିବାକୁ ମିଳିଛି । ପୋଖରୀଗୁଡିକ ଭିତରୁ ଅନେକ ରାଜସ୍ବ ବିଭାଗ ଅଧିନରେ ଥିବାବେଳେ କିଛି ପୋଖରୀ ଦେବୋତ୍ତର ବିଭାଗ ଅଧିନରେ ରହିଛି । 12 ଗୋଟି ପୋଖରୀ ମତ୍ସ୍ୟ ବିଭାଗ ପାଖରେ ରହିଛି । ତେବେ ବିଭାଗୀୟ ସମନ୍ବୟ ରକ୍ଷା କରି ପୋଖରୀଗୁଡିକର ପୁନଃରୁଦ୍ଧାର ସାଙ୍ଗକୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବି ହେଉଛି । ପରିବେଶର ସୁରକ୍ଷା ଓ ପାଣିର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରତିଟି ଜିଲ୍ଲାରେ 25 ଗୋଟି ପୋଖରୀ ଖୋଳିବା ପାଇଁ ଘୋଷଣା କରିଛନ୍ତି । ତେବେ ଏହି ପୁରୁଣା ପୋଖରୀଗୁଡିକର ପୁନଃରୁଦ୍ଧାର କଲେ ପରିବେଶ ସୁରକ୍ଷା ସହିତ ଜଳର ଆବଶ୍ୟକତା ପୂରଣ କରାଯାଇପାରିବ ।

ସୁବର୍ଣ୍ଣପୁରରେ ପୋଖରୀ ହୁଡା ଜବରଦଖଲ ଉଚ୍ଛେଦ ଦାବି
ସୁବର୍ଣ୍ଣପୁରରେ ପୋଖରୀ ହୁଡା ଜବରଦଖଲ ଉଚ୍ଛେଦ ଦାବି

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.